Advertisment

ନିଜକୁ ପାର୍ବତୀ କହି ଶିବଙ୍କୁ ବିବାହ କରିବା ଦାବିରେ ଏହି ମହିଳା

ଶିବଙ୍କୁ ବିବାହ କରିବା ଜିଦିରେ ଭାରତ-ଚୀନ୍ ସୀମାରେ ଅଡ଼ି ବସିଛନ୍ତି ଏହି ମହିଳା ...

ଅଦ୍ୟତନ ହୋଇଛି
Woman Living On India-China Border Claims To Be Goddess Parvati, Wants To Marry Shiva

Woman Living On India-China Border Claims To Be Goddess Parvati, Wants To Marry Shiva

Advertisment

ଶିବ ପରି ସ୍ୱାମୀ ତ ସମସ୍ତେ ଚାହିଁଥାନ୍ତି । ପୌରାଣିକ କାହାଣୀ ଅନୁଯାୟୀ ଶିବଙ୍କୁ ସ୍ୱାମୀ ରୂପରେ ପାଇବା ପାଇଁ ସତୀ ଘୋର ତପସ୍ୟା କରିଥିଲେ । ଶିବ ବି ସତୀଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ସତୀଙ୍କୁ ନିଜ ସ୍ତ୍ରୀ ଭାବରେ ମାନ୍ୟତା ଦେଇଥିଲେ । ଏଭଳି ଏକ ସମାନ ଘଟଣା କଳିଯୁଗରେ ମଧ୍ୟ ଦେଖିବାକୁ ମିଳିଛି । ହୁଏତ ଏହା ଆପଣଙ୍କୁ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ । ହେଲେ ଏହା ସତ ଘଟଣା । ଭାରତ-ଚୀନ୍ ସୀମାରେ ରହୁଥିବା ଜଣେ ମହିଳା ଏହିପରି ଦାବି କରିଆସିଛନ୍ତି । ଏମିତିକି ସେ ନିଜକୁ ପାର୍ବତୀ କହୁଥିବାବେଳେ ଶିବଙ୍କୁ ବିବାହ କରିବା ଜିଦିରେ ଅଡ଼ିବସିଛନ୍ତି । ଏହି କାରଣରୁ ସେ ସେହି ଅଞ୍ଚଳ ଛାଡ଼ି ଆସିବାକୁ ଏକ୍‌ଦମ୍‌ ନାରାଜ । ତାଙ୍କୁ ସେଠାରୁ ଆଣିବାରେ ପ୍ରଶାସନ ବି ବିଫଳ ହୋଇଛି ।

Advertisment

ଲକ୍ଷ୍ନୌରେ ଥିବା ଜଣେ ମହିଳା ଭାରତ-ଚୀନ୍ ସୀମାରେ ଥିବା ନାବିଦାଙ୍ଗର ଏକ ଅଞ୍ଚଳରେ ବେଆଇନ ଭାବେ ରହିଆସିଛନ୍ତି । ସେ ପାର୍ବତୀଙ୍କ ଦେହର ଅବତାର ବୋଲି ଦାବି କରି କୈଳାଶ ପର୍ବତରେ ରହୁଥିବା ଭଗବାନ ଶିବଙ୍କୁ ବିବାହ କରିବେ ବୋଲି କହି ସେଠାରୁ କୁଆଡେ ଯାଉନାହାଁନ୍ତି । ଏମିତିକି ସେଠାରୁ ତାଙ୍କୁ ଉଦ୍ଧାର କରିବାକୁ ପୋଲିସ ଯାଇଥିଲେ ମଧ୍ୟ ବିଫଳ ହୋଇ ଫେରିବାକୁ ପଡ଼ିଥିଲା ।

ଘଟଣାକୁ ନେଇ ଉତ୍ତରାଖଣ୍ଡ ପିଥ୍‌ଓରାଗର୍(Pithoragarh)ର ଏସପି ଲୋକେନ୍ଦ୍ର ସିଂ କହିଛନ୍ତି ଯେ, ‘ଉତ୍ତରପ୍ରଦେଶର ଆଲିଗଞ୍ଜ ଅଞ୍ଚଳର ଏହି ମହିଳା ଜଣକ ଏସଡିଏମ ଧର୍ଚୁଲାଙ୍କ ଅନୁମତି ପାଇବା ପରେ ୧୫ ଦିନ ପାଇଁ ତାଙ୍କ ମାଆଙ୍କ ସହ ଗୁଞ୍ଜୀ ଅଞ୍ଚଳକୁ ଯାଇଥିଲେ । ହେଲେ ମେ ୨୫ ତାରିଖରେ ଅନୁମତିର ସମୟସୀମା ପୂର୍ଣ୍ଣ ହେବା ପରେ ମଧ୍ୟ ସେ ସେହି ଅଞ୍ଚଳ ଛାଡିବାକୁ ମନା କରିଦେଇଥିଲେ । ଯାହା ଶୁଣି ମହିଳାଙ୍କୁ ସେଠାରୁ ଫେରାଇ ଆଣିବା ପାଇଁ ଘଟଣାସ୍ଥଳକୁ ଦୁଇଜଣ ସବ୍ ଇନ୍ସପେକ୍ଟର, ଜଣେ ଇନ୍ସପେକ୍ଟରଙ୍କ ତିନିଜଣିଆ ପୋଲିସ୍ ଟିମ୍ ଯାଇଥିଲେ । ଯଦି ପୋଲିସ ମହିଳାଙ୍କୁ ସେଠାରୁ ନେଇଯିବାକୁ ଜିଦ୍‌ କରନ୍ତି ତେବେ ମହିଳା ଜଣକ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଥିବାର ଜାତୀୟ ଗଣମାଧ୍ୟମ ପକ୍ଷରୁ ସୂଚନା ମିଳିଛି । ଫଳରେ ପୋଲିସ କର୍ମଚାରୀ ଖାଲି ହାତରେ ଫେରିଥିଲେ’ ।

Advertisment

ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ବର୍ତ୍ତମାନ ଆମେ ମହିଳାଙ୍କୁ ଫେରାଇ ଆଣିବା ପାଇଁ ମେଡିକାଲ କର୍ମଚାରୀଙ୍କ ସମେତ ୧୨ ଜଣିଆ ପୋଲିସ ଦଳ ପଠାଇବାକୁ ଯୋଜନା କରିଛୁ ।’

ସୂଚନା ଅନୁସାରେ, ମହିଳା ଜଣକ ନିଜକୁ ଦେବୀ ପାର୍ବତୀଙ୍କ ଅବତାର ବୋଲି କହିବା ସହ ଭଗବାନ ଶିବଙ୍କୁ ବିବାହ କରିବାକୁ ଦାବି କରିଛିନ୍ତି । ଏଥିରୁ ଜଣାପଡ଼ିଛି ଯେ ତାଙ୍କର ମାନସିକ ଅବସ୍ଥା ସ୍ଥିର ନାହିଁ ।

Advertisment
Ajab Gajab News Goddess Parvati Shiva
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ