Advertisment

ସ୍ୱାମୀଙ୍କୁ ହତ୍ୟା କରି ସମସ୍ତଙ୍କୁ ଜଣାଇଲେ, ହେଲେ ଗିରଫ ପରେ ମହିଳାଙ୍କୁ ଛାଡ଼ି ଦେଲା ପୋଲିସ୍‌...

ସ୍ୱାମୀଙ୍କୁ ହତ୍ୟା କରିବା ପରେ ପଡ଼ୋଶୀଙ୍କୁ ଡାକି ଘଟଣା ସମ୍ପର୍କରେ ଜଣାଇଲେ। ଖବରପାଇ ପୋଲିସ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଗିରଫ କରିଥିଲା। ହେଲେ କିଛି ଘଣ୍ଟା ପରେ ମହିଳାଙ୍କୁ ଛାଡ଼ି ଦେଇଥିଲା ପୋଲିସ୍‌।

Woman Killed Her Husband

Woman Killed Her Husband

Advertisment

ସ୍ୱାମୀଙ୍କୁ ହତ୍ୟା କରିବା ପରେ ପଡ଼ୋଶୀଙ୍କୁ ଡାକି ଘଟଣା ସମ୍ପର୍କରେ ଜଣାଇଲେ। ଖବରପାଇ ପୋଲିସ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଗିରଫ କରିଥିଲା। ହେଲେ କିଛି ଘଣ୍ଟା ପରେ ମହିଳାଙ୍କୁ ଛାଡ଼ି ଦେଇଥିଲା ପୋଲିସ୍‌। କଥା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ। ଜଣେ ହତ୍ୟାକାରୀକୁ ପୋଲିସ୍‌ କାହିଁକି ଛାଡ଼ି ଦେଲା, ଏନେଇ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ହେଲେ ଏହା ପଛରେ ଏକ କାରଣ ରହିଛି। ଯେଉଁଥିପାଇଁ ପୋଲିସ୍‌ ମହିଳାଙ୍କୁ ଛାଡ଼ି ଦେଇଛି। ତାମିଲନାଡୁରେ ଏହି ଘଟଣା ଘଟିଛି। 

Advertisment

ତଦନ୍ତ ପରେ ପୋଲିସ୍‌ ଜାଣିବାକୁ ପାଇଥିଲା, ‘ସମ୍ପୃକ୍ତ ମହିଳା ଆତ୍ମରକ୍ଷା ପାଇଁ ସ୍ୱାମୀଙ୍କ ହତ୍ୟା କରିଥିଲେ। ତେଣୁ ଗିରଫ ହେବାର କିଛି ଘଣ୍ଟା ପରେ ପୋଲିସ୍‌ ମହିଳାଙ୍କୁ ଛାଡ଼ି ଦେଇଥିଲେ। 

ସୂଚନାଥାଉ କି, ୪୧ ବର୍ଷୀୟ ମହିଳା ଜଣକ ନିଜ ୨୦ ବର୍ଷୀୟ ଝିଅ ସହ ସ୍ୱାମୀଙ୍କ ସହ ରହୁଥିଲେ। ମହିଳାଙ୍କୁ ତାଙ୍କ ସ୍ୱାମୀ ମଦ ପିଇ ମାର୍‌ପିଟ୍‌ କରୁଥିଲେ। ମଦ କିଣିବା ପାଇଁ ସେ ସ୍ତ୍ରୀଙ୍କୁ ଟଙ୍କା ମାଗୁଥିଲେ। ଟଙ୍କା ନଦେଲେ ସେ ସ୍ତ୍ରୀଙ୍କୁ ମାର୍‌ପିଟ୍‌ କରୁଥିଲେ ଓ ତାଙ୍କୁ ନିର୍ଯାତନା ମଧ୍ୟ ଦେଉଥିଲେ। ଗୁରୁବାର ରାତିରେ ମହିଳାଙ୍କ ସ୍ୱାମୀ ନିଶାଗ୍ରସ୍ତ ହୋଇ ଘରକୁ ଆସିଥିଲେ। ଏହାପରେ ଝିଅ ସହ ଯୌନ ଶୋଷଣ କରିବା ପାଇଁ ପ୍ରୟାସ କରିଥିଲେ। ସମ୍ପୃକ୍ତ ମହିଳା ଏହାକୁ ଅଟକାଇବାରୁ ସ୍ୱାମୀ ତାଙ୍କ ଉପରେ ଆକ୍ରମଣ କରିଥିଲେ। ତେଣୁ ନିଜର ଓ ଝିଅର ସୁରକ୍ଷା ପାଇଁ ମହିଳା ଜଣକ ହାତୁଡ଼ିରେ ସ୍ୱାମୀଙ୍କ ମୁଣ୍ଡକୁ ପିଟି ଦେଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ମହିଳା ଜଣକ ପଡ଼ୋଶୀଙ୍କୁ ଡାକି ଘଟଣା ସମ୍ପର୍କରେ ଜଣାଇଥିଲେ। ଖବର ପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ମହିଳା ଓ ତାଙ୍କ ଝିଅକୁ ଗିରଫ କରିଥିଲେ। ଏହାପରେ ଉଭୟଙ୍କୁ ଜେରା କରାଯାଇଥିଲା।

Advertisment

ପଚରାଉଚରା ପରେ ଜଣାପଡ଼ିଥିଲା ଆତ୍ମରକ୍ଷା ପାଇଁ ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ହତ୍ୟା କରିଛନ୍ତି। ଏହାପରେ ପୋଲିସ୍‌ ମାନବିକତା ଦୃଷ୍ଟି କୋଣରୁ ମହିଳାଙ୍କୁ IPC ଧାରା ୧୦୦ ଅଧିନରେ ଆତ୍ମରକ୍ଷା(Self-defence) ଅଧିକାର ଆଧାରରେ ଛାଡ଼ି ଦେଇଥିଲା। ସୂଚନା ଅନୁସାରେ, ଏହି ଧାରା ଅନୁସାରେ ମହିଳାଙ୍କୁ ଗିରଫ କରାଯାଇପାରିବନି। ପୋଲିସ୍‌ ଘଟଣାର ରିପୋର୍ଟ କୋର୍ଟରେ ଦାଖଲ କରିବ ବୋଲି ଜଣାପଡ଼ିଛି। 

Murder Woman Killed Her Husband
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ