Advertisment

OTP ବାହାନାରେ ମୋବାଇଲ୍‌ ଛଡ଼ାଇନେଲେ ଡ୍ରାଇଭର୍‌; ବାଇକ୍‌ରୁ ଡେଇଁ ପଡ଼ିଲେ ମହିଳା

ଏକ ରାପିଡୋ ବାଇକ୍‌ ବୁକ୍‌ କରି ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାଉଥିବା ଯୁବତୀ ହଠାତ୍‌ ବିଚ୍‌ ରାସ୍ତାରେ ବାଇକ୍‌ରୁ ଡେଇଁ ପଡ଼ିଲେ ।

ଅଦ୍ୟତନ ହୋଇଛି
Woman Jumps Off Bike

Woman Jumps Off Bike

Advertisment

ଚଳନ୍ତା ବାଇକରୁ ଡେଇଁ ପଡ଼ଲେ ମହିଳା । ବେଙ୍ଗାଳୁରୁ ସହରରେ ଘଟିଛି ଏଭଳି ଅଘଟଣ । ଗନ୍ତବ୍ୟ ସ୍ଥଳ ଇନ୍ଦ୍ରାନଗରକୁ ଯିବା ପାଇଁ ଯୁବତୀ ଜଣକ ଏକ ବାଇକ ଟାକ୍ସି ବୁକ କରିଥିଲେ । ତେବେ ସେହି ବାଇକ ଚାଳକ ଜଣକ ଓଟିପି ଦେଖିବା ବାହାନାରେ ମହିଳାଙ୍କ ମୋବାଇଲ ଛଡ଼ାଇ ନେବା ସହ ବିପରିତ ଦିଗରେ ଗାଡ଼ି ଚଳାଇଥିଲା । 

Advertisment

ଗାଡ଼ି ରୋକିବାକୁ କହିବା ପରେ ବି ଗାଡ଼ି ନରଖି ସେ ଅଧିକ ବେଗରେ ଗାଡ଼ି ଚଳାଇବାରୁ ମହିଳା ଜଣକ ଚଳନ୍ତା ବାଇକରୁ ଡେଇଁ ପଡ଼ିଥିଲେ । ଏନେଇ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ବାଇକ ଚାଳକ ଦୀପକକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି । 

Advertisment

ମହିଳା ଜଣକ ଗାଡ଼ିରୁ ଡେଇଁ ପଡ଼ିବା ଭିଜୁଆଲ ସିସିଟିଭିରେ କଏଦ ହୋଇଛି । ରାସ୍ତା ଉପରେ ମହିଳା ଜଣକ ଛିଟିକି ପଡ଼ିଥିବା ବେଳେ ଏହାପରେ ସେ ଉଠି ପ୍ରାଣ ବିକଳରେ ଦୌଡ଼ିବାକୁ ଲାଗିଲେ। ଏହାଦେଖି ବାଇକ୍‌ ଚାଳକଜଣକ ସେଠାରୁ ପଳାଇଥିଲେ। ଏନେଇ ଯୁବତୀଙ୍କ ଅଭିଯୋଗ ପରେ ପୋଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରି ସମ୍ପୃକ୍ତ ବାଇକ୍‌ ଚାଳକ ଦୀପକଙ୍କୁ ଗିରଫ କରିଛି । ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଛି ।

Loot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ