Advertisment

ହସ୍ପିଟାଲ୍‌ରେ ଚିକିତ୍ସା ନପାଇ ଛଟପଟ ହୋଇ ଚାଲିଗଲା ମହିଳାଙ୍କ ଜୀବନ

ଚିକିତ୍ସା ନପାଇ ଶେଷରେ ଛଟପଟ ହୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମହିଳା ଆଖି ବୁଜିଥିବା ଘଟଣା ଏବେ ସାମ୍ନକା ଆସିଛି। ଏକ ସରକାରୀ ହସ୍ପିଟାଲ୍‌ରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି। ଘଟଣା ଜଣାପଡ଼ିବା ପରେ ସରକାରୀ ହସ୍ପିଟାଲ୍‌ରେ ରୋଗୀଙ୍କ ଚିକିତ୍ସାକୁ ନେଇ ଅନେକ ପ୍ରଶ୍ନ ଉଠିଛି।

ଅଦ୍ୟତନ ହୋଇଛି
Woman Dies

Woman Dies

Advertisment

ଭୋପାଳ: ଚିକିତ୍ସା ଅବହେଳାରୁ ଚାଲିଗଲା ମହିଳାଙ୍କ ଜୀବନ। ଚିକିତ୍ସା ନପାଇ ଶେଷରେ ଛଟପଟ ହୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ମହିଳା। ପ୍ରସୂତି ୱାର୍ଡରେ ଭର୍ତ୍ତି ହୋଇଥିବା ଜଣେ ମହିଳାଙ୍କ ଚିକିତ୍ସା କରିବା ପରିବର୍ତ୍ତେ ହସ୍ପିଟାଲ୍‌ କର୍ମୀ ଦୀପାବଳି ସେଲିବ୍ରେସନ୍‌ରେ ବ୍ୟସ୍ତ ଥିଲେ। ଫଳରେ ଚିକିତ୍ସା ଅଭାବରୁ ମହିଳା ଜଣକ ଆଖି ବୁଜିଥିବା ଘଟଣା ସାମ୍ନାକୁ ଆସିଛି। ମଧ୍ୟପ୍ରଦେଶରୁ ଏଭଳି ଅଭିଯୋଗ ଆସିଛି।

Advertisment

ମଧ୍ୟପ୍ରଦେଶ ସାଗର ଜିଲ୍ଲାର ଏକ ସରକାରୀ ହସ୍ପିଟାଲ୍‌ର ପ୍ରସୂତି ୱାର୍ଡରେ ହସ୍ପିଟାଲ୍‌ ଷ୍ଟାଫ୍‌ଙ୍କ ଅବହେଳା ଯୋଗୁ ଜଣେ ୨୬ ବର୍ଷୀୟ ମହିଳାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଘଟଣା ଜଣାପଡ଼ିବା ପରେ ଜଣେ ନର୍ସଙ୍କୁ ନିଲମ୍ବିତ କରାଯାଇ ଥିବାବେଳେ ଜଣେ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ଘଟଣାକୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ସମ୍ପୃକ୍ତ ମହିଳାଙ୍କ ମୃତ୍ୟୁ ପୂର୍ବରୁ ହସ୍ପିଟାଲ୍‌ର କିଛି ଷ୍ଟାଫ୍‌ ପ୍ରସୂତି ୱାର୍ଡ ବାହାରେ ଥିବା କରିଡରରେ ବାଣ ଫୁଟାଇ ଦୀପାବଳି ସେଲିବ୍ରେସନରେ ବ୍ୟସ୍ତ ଥିଲେ। ଫଳରେ ଗର୍ଭବତୀଙ୍କ ଚିକିତ୍ସାରେ ଅବହେଳା କରାଯାଇଥିଲା। ବୁନ୍ଦେଲଖଣ୍ଡ ମେଡିକାଲ୍‌ କଲେଜ ଆଣ୍ଡ୍‌ ହସ୍ପିଟାଲ୍‌ରେ ଗୁରୁବାର ରାତିରେ ସମ୍ପୃକ୍ତ ମହିଳାଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ବାଣ ଫୁଟାଇ ଦୀପାବଳି ସେଲିବ୍ରେସନ କରୁଥିବା ହସ୍ପିଟାଲ୍‌ର ଏହି ଷ୍ଟାଫ୍‌ଙ୍କ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଥିଲା। 

Advertisment

ବୁନ୍ଦେଲଖଣ୍ଡ ମେଡିକାଲ୍‌ କଲେଜ ଆଣ୍ଡ୍‌ ହସ୍ପିଟାଲ୍‌ର ପ୍ରବକ୍ତା ଡାଃ ଉମେଶ ପଟେଲ ଘଟଣାକୁ ନେଇ କହିଛନ୍ତି, ‘ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓକୁ ଆଧାର କରି ଜଣେ ନର୍ସଙ୍କୁ ନିଲମ୍ବିତ କରାଯାଇଛି। ଏହାସହ ଜଣେ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବା ସହ ୫ ଜଣ ଇଣ୍ଟର୍ଣ୍ଣଙ୍କୁ ୱାର୍ଣ୍ଣିଂ ଲେଟର୍‌ ଜାରି କରାଯାଇଛି। ଏହି ୫ ଇଣ୍ଟର୍ଣ୍ଣଙ୍କୁ ସ୍ତ୍ରୀ ରୋଗ ବିଭାଗର ପ୍ରସୂତି କକ୍ଷ ଓ ଅପରେସନ୍‌ ରୁମ୍‌ରେ ଡ୍ୟୁଟିରୁ ହଟାଇ ଦିଆଯାଇଛି। ୱାର୍ଣ୍ଣିଂ ଲେଟର୍‌ରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ, ଷ୍ଟାଫ୍‌ଙ୍କ ଅବହେଳା ଯୋଗୁ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି। 

Advertisment

ଅନ୍ୟପକ୍ଷେ, ଡେଲିଭରି ପରେ କିଛି ଇଞ୍ଜେକ୍ସନ ଦିଆଯିବା ପରେ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ଉକ୍ତ ମହିଳାଙ୍କ ସ୍ୱାମୀ ଅଭିଯୋଗ କରିଥିବା ପୋଲିସ୍‌ କହିଛି। ମହିଳାଙ୍କ viscera ଫରେନ୍‌ସିକ୍‌ ଯାଞ୍ଚ ପାଇଁ ପଠାଯାଇଛି। ହେଲେ ବର୍ତ୍ତମାନ ସୁଦ୍ଧା ଘଟଣାକୁ ନେଇ ମାମଲା ରୁଜୁ  କରାଯାଇନାହିଁ। ରିପୋର୍ଟ ଆସିବା ପରେ ସବୁକିଛି ସ୍ପଷ୍ଟ ହୋଇଯିବ ବୋଲି ପୋଲିସ୍‌ କହିଛି। 

Madhya Pradesh Hospital Woman Dies Irregularities In Treatment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ