Advertisment

ନୀତିନ ଗଡ଼କରୀଙ୍କ ବଡ଼ ବୟାନ; ରାସ୍ତାରୁ ହଟିବ କି ପେଟ୍ରୋଲ-ଡିଜେଲ ଗାଡ଼ି ?

ଭାରତକୁ ଗୋଟିଏ ସବୁଜ ଅର୍ଥନୀତିରେ ପରିବର୍ତ୍ତନ କରିବାକୁ ଲକ୍ଷ୍ୟ ରଖିଥିବା କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଆଜି ବଡ଼ ବୟାନ ଦେଇଛନ୍ତି।

Petrol Vehicles Will be Vanish

Petrol Vehicles Will be Vanish

Advertisment

ଭାରତରେ ଆଉ ଗଡ଼ିବନି କି ପେଟ୍ରୋଲ-ଡିଜେଲ ଗାଡ଼ି। ଏନେଇ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ବଡ଼ ବୟାନ। ଦେଶକୁ ସବୁଜ ଅର୍ଥନୀତିରେ ପରିଣତ କରିବା ପାଇଁ ଭାରତରେ ପେଟ୍ରୋଲ ଏବଂ ଡିଜେଲ କାରରୁ ସମ୍ପୂର୍ଣ୍ଣ ମୁକ୍ତି ପାଇବା ଆମ ଲକ୍ଷ୍ୟ ବୋଲି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି। ପେଟ୍ରୋଲ ଏବଂ ଡିଜେଲ କାରକୁ ସମ୍ପୂର୍ଣ୍ଣ ଭାବେ ହଟାଇବା ଭାରତ ସମ୍ଭବ କି ବୋଲି ପଚରାଯିବାରୁ ସେ ନ୍ୟୁଜ୍ ଏଜେନ୍ସି ପିଟିଆଇକୁ କହିଛନ୍ତି ଯେ, ‘ଏହା ଶତପ୍ରତିଶତ ସମ୍ଭବ। ଏହା କଷ୍ଟ, କିନ୍ତୁ ଅସମ୍ଭବ ନୁହେଁ। ଏହା ମୋ ସ୍ୱପ୍ନ।’

Advertisment

ସେ ଆହୁରି କହିଛନ୍ତି ଯେ, ଭାରତ ଇନ୍ଧନ ଉପରେ ପ୍ରାୟ ୧୬ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରୁଛି। ଏହି ଟଙ୍କାର ବ୍ୟବହାର ଚାଷୀଙ୍କ ଜୀବନକୁ ସୁଧାରିବାରେ ଲଗାଯାଇପାରିବ। ଏଥିରେ ଗାଁ ସମୃଦ୍ଧି ହେବ ଓ ଯୁବକମାନଙ୍କୁ ରୋଜଗାର ମିଳିବ। କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଦେଶକୁ ୩୬ କୋଟିରୁ ଅଧିକ ପେଟ୍ରୋଲ ଏବଂ ଡିଜେଲ ଗାଡିରୁ ସମ୍ପୂର୍ଣ୍ଣରୂପେ ମୁକ୍ତ କରିବାକୁ ଶପଥ ନେଇଛନ୍ତି।

ଭାରତକୁ ଗୋଟିଏ ସବୁଜ ଅର୍ଥନୀତିରେ ପରିବର୍ତ୍ତନ କରିବାକୁ ଲକ୍ଷ୍ୟ ରଖିଥିବା କେନ୍ଦ୍ରମନ୍ତ୍ରୀ ନୀତୀନ ଗଡକରୀ ଆଜି ବଡ଼ ବୟାନ ଦେଇଛନ୍ତି। ସବୁଜ ଅର୍ଥନୀତି ପାଇଁ ହାଇବ୍ରିଡ ଗାଡ଼ିଗୁଡ଼ିକ ଉପରୁ ଜିଏସଟି ହ୍ରାସ କାଟିବାକୁ ପଡ଼ିବ। ଏପରି ପଦକ୍ଷେପ ନେଲେ ଦେଶରେ ଗଡ଼ୁଥିବା ୩୬ କୋଟିରୁ ଅଧିକ ପେଟ୍ରୋଲ ଓ ଡିଜେଲ ଗାଡ଼ିକୁ ବନ୍ଦ କରାଯାଇ ପାରିବ ବୋଲି ସେ କହିଛନ୍ତି।

Advertisment

ଗଡ଼କରୀଙ୍କ କହିବାନୁଯାୟୀ, ହାଇବ୍ରିଡ ଯାନ ଉପରେ GST ପାଞ୍ଚ ପ୍ରତିଶତକୁ ଏବଂ ଫ୍ଲେକ୍ସ ଇଞ୍ଜିନ ଉପରେ ୧୨ ପ୍ରତିଶତକୁ ହ୍ରାସ କରିବାକୁ ପ୍ରସ୍ତାବ ଅର୍ଥ ମନ୍ତ୍ରଣାଳୟକୁ ପଠାଯାଇଛି। ବାୟୋ ତୈଳକୁ ବ୍ୟବହାର କରିପାରିଲେ ଦେଶ ଆମାଦାନୀ କରୁଥିବା ତୈଳର ପରିମାଣ ହ୍ରାସ ପାଇପାରିବ ବୋଲି ମଧ୍ୟ ଗଡ଼କରୀ କହିଛନ୍ତି।

ନିତିନ ଗଡକରୀ କହିଛନ୍ତି ଯେ, ସେ ୨୦୦୪ ଠାରୁ ବିକଳ୍ପ ଇନ୍ଧନ ପାଇଁ ଦାବି କରୁଛନ୍ତି ଏବଂ ଆସନ୍ତା ପାଞ୍ଚରୁ ସାତ ବର୍ଷ ମଧ୍ୟରେ ପରିବର୍ତ୍ତନ ହେବ ବୋଲି ସେ ନିଶ୍ଚିତ ଅଛନ୍ତି । ସେ କହିଛନ୍ତି, ‘ଏହି ଯୋଜନା କେବଳ ପୂରଣ ହେବ, ତା’ର ତାରିଖ ଓ ସମୟ ଧାର୍ଯ୍ୟ କରିବା କଷ୍ଟକର। ଏହା କଷ୍ଟକର ସତ କିନ୍ତୁ ଅସମ୍ଭବ ନୁହେଁ। ମୁଁ କାରରେ ସବୁଆଡ଼େ ଯାଉଛି। ଏହା ହାଇଡ୍ରୋଜେନରେ ଚାଲିଛି। ଆପଣ ବିଦ୍ୟୁତ ଚାଲିତ କାର ମଧ୍ୟ ସମସ୍ତଙ୍କ ପାଖରେ ଉପଲବ୍ଧ ଥିବା ଦେଖୁଛନ୍ତି। ଯେଉଁମାନେ ଏହା ଅସମ୍ଭବ ବୋଲି କହୁଥିଲେ ଏବେ ସେମାନଙ୍କ ମତାମତ ବଦଳିଛି’।

Advertisment

ବିଗତ ୨୦ ବର୍ଷ ମଧ୍ୟରେ ଅନେକ କିଛି ବଦଳିଛି। ଟାଟା ଓ ଅଶୋକ ଲିଲ୍ୟାଣ୍ଡ ଡାଇଡ୍ରୋଜେନରେ ଚାଲିଥିବା ଟ୍ରକ ଲଞ୍ଚ କରିଛନ୍ତି। LNG ଓ CNG ରେ ଚାଲୁଥିବା ଟ୍ରକ ମଧ୍ୟ ମାର୍କେଟକୁ ଆସିଛି। ଦେଶରେ ବାୟୋ ସିଏନଜିର ୩୫୦ ଫ୍ୟାକ୍ଟ୍ରୀ ରହିଛି। ନିଶ୍ଚିତ ଭାବେ ଗୋଟିଏ ବୈପ୍ଲବିକ ପରିବର୍ତ୍ତନ ହୋଇଛି। ତୈଳ ଆମଦାନୀ ବନ୍ଦ ହେବ ଓ ଭାରିତ ଆତ୍ମନିର୍ଭର ହେବ ବୋଲି କହିଛନ୍ତି ଗଡ଼କରୀ।

Union Min Nitin Gadkari Petrol Vehicles Will Vanish
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ