Advertisment

ଚୀନ୍ ଭଳି ଭାରତରେ ସୃଷ୍ଟି ହେବ କି ବିଜୁଳି ସଂକଟ?

ଚୀନ୍ ଭଳି ଭାରତରେ ସୃଷ୍ଟି ହେବ କି ବିଜୁଳି ସଂକଟ? କୋଇଲା ଯୋଗାଣରେ ବାଧାକୁ ସୃଷ୍ଟି ହୋଇଛି ଏଭଳି ଆଶଙ୍କା। ପ୍ରବଳ ବର୍ଷା ଯୋଗୁଁ ଦେଶରେ କୋଇଲା ଉତ୍ତୋଳନ ଓ ପରିବହନ ବାଧାପ୍ରାପ୍ତ ହୋଇଥିବା ବେଳେ ଶକ୍ତି ଚାହିଦା ବଢିବା କାରଣରୁ ଅନ୍ତର୍ଜାତୀୟ ବଜାରରେ କୋଇଲାର ଦର ହଠାତ୍ ବଢିଯାଇଛି

ଅଦ୍ୟତନ ହୋଇଛି
Electric

Electric

Advertisment

ନୂଆଦିଲ୍ଲୀ: ଚୀନ୍ ଭଳି ଭାରତରେ ସୃଷ୍ଟି ହେବ କି ବିଜୁଳି ସଂକଟ? କୋଇଲା ଯୋଗାଣରେ ବାଧାକୁ ସୃଷ୍ଟି ହୋଇଛି ଏଭଳି ଆଶଙ୍କା। ପ୍ରବଳ ବର୍ଷା ଯୋଗୁଁ ଦେଶରେ କୋଇଲା ଉତ୍ତୋଳନ ଓ ପରିବହନ ବାଧାପ୍ରାପ୍ତ ହୋଇଥିବା ବେଳେ ଶକ୍ତି ଚାହିଦା ବଢିବା କାରଣରୁ ଅନ୍ତର୍ଜାତୀୟ ବଜାରରେ କୋଇଲାର ଦର ହଠାତ୍ ବଢିଯାଇଛି। ଫଳରେ ଆମଦାନୀ କୋଇଲା ଉପରେ ନିର୍ଭର କରୁଥିବା ତାପଜ ବିଦ୍ୟୁତ୍ କେନ୍ଦ୍ରଗୁଡିକ ସେମାନଙ୍କ ଉତ୍ପାଦନ ହ୍ରାସ କରିବାକୁ ବାଧ୍ୟ ହୋଇଛନ୍ତି। ତେବେ ସ୍ଥିତି ନିୟନ୍ତ୍ରଣରେ ରହିଛି ଓ ଅଯଥାରେ ଆତଙ୍କିତ ନହେବା ଲାଗି କେନ୍ଦ୍ର ଶକ୍ତି ମନ୍ତ୍ରୀ କହିଛନ୍ତି।

Advertisment

ଦେଶରେ ରହିଛି ୧୩୫ଟି ତାପଜ ବିଦ୍ୟୁତ୍ କେନ୍ଦ୍ର। ମୋଟ୍ ଚାହିଦାର ୭୦ ପ୍ରତିଶତ ବିଦ୍ୟୁତ୍ ଥର୍ମାଲ ପାଓ୍ୱାର ପ୍ଲାଣ୍ଟ ଯୋଗାନ୍ତି ବୋଲି ସୂଚନା ମିଳିଛି। କୋଇଲା ଅଭାବକୁ ନେଇ ଉତ୍ପାଦନ ହ୍ରାସ କରିଛନ୍ତି ଅନେକ ପାଓ୍ୱାର୍ ପ୍ଲାଣ୍ଟ। ତେବେ ଅଧିକାଂଶ ଥର୍ମାଲ ପାଓ୍ୱାର ପ୍ଲାଣ୍ଟ ନିକଟରେ ରହିଛି ମାତ୍ର ୩ରୁ ୪ ଦିନର କୋଇଲା। ଯାହାକୁ ନେଇ ଏବେ ଚିନ୍ତା ବଢିଛି।

ପଞ୍ଜାବରୁ ଓଡ଼ିଶା, କେରଳରୁ ଦିଲ୍ଲୀ। ଦେଶର ଅନେକ ରାଜ୍ୟରେ ଗୁରୁତର ହୋଇପାରେ ବିଜୁଳି ସଂକଟ ସ୍ଥିତି। ଏଯାଏଁ ବେକାବୁ ହୋଇନଥିଲେ ମଧ୍ୟ ସମସ୍ୟା ଦୁଆର ମୁହଁରେ ପହଞ୍ଚି ସାରିଥିବା କୁହାଯାଉଛି। କାରଣ କୋଇଲା ଉତ୍ତୋଳନ ଓ ପରିବହନରେ ବାଧାକୁ ନେଇ ଦେଶର ଅଧିକାଂଶ ଥର୍ମାଲ ପାଓ୍ୱାର ଷ୍ଟେସନରେ ସରିଯିବାକୁ ବସିଲାଣି କୋଇଲା। କିଛି ପ୍ଲାଣ୍ଟରେ ମାତ୍ର ୪ ଦିନର ଷ୍ଟକ୍ ଥିବା ବେଳେ ଆଉ କିଛି ପାଓ୍ୱାର ପ୍ଲାଣ୍ଟରେ ଥିବା କୋଇଲା ଆଉ ମାତ୍ର ଦିନେରୁ ଦୁଇ ଦିନ ଅଣ୍ଟିବ। ଏଭଳି ସ୍ଥିତିରେ ତାପଜ ବିଦ୍ୟୁତ୍ କେନ୍ଦ୍ରମାନ ସତର୍କତାମୂଳକ ପଦକ୍ଷେପ ନେବା ସହ ଉତ୍ପାଦନ ହ୍ରାସ କରିବାକୁ ବାଧ୍ୟ ହୋଇଛନ୍ତି। ଫଳ ସ୍ୱରୂପ ଆରମ୍ଭ ହୋଇଯାଇଛି ବିଦ୍ୟୁତ୍ କାଟ।

Advertisment

ପଞ୍ଜାବର ଥର୍ମାଲ ପାଓ୍ୱର ପ୍ଲାଣ୍ଟଗୁଡ଼ିକ ବିଦ୍ୟୁତ୍ ଉତ୍ପାଦନକୁ ୫୦ ପ୍ରତିଶତ ହ୍ରାସ କରିଥିବା ବେଳେ ରାଜ୍ୟରେ ୩ ଘଣ୍ଟିଆ ବିଦ୍ୟୁତ୍ କାଟ୍ ଲାଗୁ ହୋଇଛି। କେରଳରେ ମଧ୍ୟ ପାଓ୍ୱାର ପ୍ଲାଣ୍ଟଗୁଡିକରେ କୋଇଲା ଷ୍ଟକ୍ ହ୍ରାସ ପାଇଥିବା ବେଳେ କିଛି ଦିନ ହେବ ରାଜ୍ୟ କେନ୍ଦ୍ରୀୟ ପୁଲରୁ ୧୫ ପ୍ରତିଶତ କମ୍ ବିଦ୍ୟୁତ୍ ପାଉଛି । ସ୍ଥିତି ନସୁଧୁରିଲେ ରାଜ୍ୟରେ ବିଦ୍ୟୁତ୍ କାଟ୍ ଅବସମ୍ଭାବି ବୋଲି କେରଳ ଶକ୍ତିମନ୍ତ୍ରୀ କହିଛନ୍ତି। ଆନ୍ଧ୍ରପ୍ରଦେଶ ପାଓ୍ୱାର ଜେନେରେସନ କଂପାନୀ ରାଜ୍ୟର ୪୫ ପ୍ରତିଶତ ବିଦ୍ୟୁତ୍ ଚାହିଦା ପୂରଣ କରିଥାଏ। ତେବେ ଏଠାକାର ଅଧିକାଂଶ ପାଓ୍ୱାର ପ୍ଲାଣ୍ଟରେ ମାତ୍ର ୨ ଦିନର କୋଇଲା ଷ୍ଟକ୍ ଅଛି।

Advertisment

ତେଣୁ ଆନ୍ଧ୍ର ପ୍ରଦେଶ ମଧ୍ୟ ଗୁରୁତର ବିଦ୍ୟୁତ୍ ସଂକଟର ସମ୍ମୁଖୀନ ହେବାକୁ ଯାଉଥିବା କୁହାଯାଉଛି। ସେପଟେ ରାଜଧୀନ ଦିଲ୍ଲୀର ଅନେକ ଅଞ୍ଚଳକୁ ବିଦ୍ୟୁତ୍ ଯୋଗାଣ କରୁଥିବା ଟାଟା ପାଓ୍ୱାର ଲୋଡ୍ ସେଡିଂ ନେଇ ଘୋଷଣା କରିବା ପରେ ଆରମ୍ଭ ହୋଇଛି ରାଜନୀତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ସମ୍ଭାବ୍ୟ ସମସ୍ୟାର ସମାଧାନ ଲାଗି ଅନୁରୋଧ କରିଛନ୍ତି। ନଚେତ୍ ଦିଲ୍ଲୀ ଅନ୍ଧକାରରେ ଡୁବି ଯିବ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି। ତେବେ କେନ୍ଦ୍ର ଶକ୍ତିମନ୍ତ୍ରୀ ରାଜକୁମାର ସିଂହ ଶକ୍ତି ସଂକଟ ଆଶଙ୍କାକୁ ଖଣ୍ଡନ କରିଛନ୍ତି। ବର୍ଷା ଯୋଗୁଁ ଅନେକ କୋଇଲା ଖଣିରେ ପାଣି ପଶିଯିବାରୁ ଉତ୍ତୋଳନ ବାଧାପ୍ରାପ୍ତ ହୋଇଥିଲା। ତେବେ ସ୍ଥିତିରେ ସୁଧାର ଆସିଥିବା ସେ ଆଶ୍ୱସ୍ତ କରିଛନ୍ତି।

କରୋନା ମାଡ଼ରୁ ମୁକୁଳି ପୁଣି ଟ୍ରାକରେ ଦୌଡ଼ିବାକୁ ଆରମ୍ଭ କରିଛି ଭାରତୀୟ ଅର୍ଥନୀତି। ଶିଳ୍ପ ଉତ୍ପାଦନ ବୃଦ୍ଧିକୁ ନେଇ ଦେଶରେ ବିଦ୍ୟୁତ୍ ଚାହିଦା ହଠାତ୍ ବଢିଯାଇଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ଦେଶର ବିଦ୍ୟୁତ୍ ଚାହିଦା ପ୍ରାୟ ୧୪ ପ୍ରତିଶତ ବଢିଯାଇଛି। ତେଣେ ଅନ୍ତର୍ଜାତୀୟ ବଜାରରେ କୋଇଲା ଦର ଆକାଶଛୁଆଁ ହୋଇଛି। ଫଳରେ ଦେଶର ଯେଉଁ ଥର୍ମାଲ ପାଓ୍ୱାର ପ୍ଲାଣ୍ଟ ଆମଦାନୀ କୋଇଲା ଉପରେ ନିର୍ଭର କରନ୍ତି। ସେମାନେ ଉତ୍ପାଦନ ହ୍ରାସ କରିବାକୁ ବାଧ୍ୟ ହୋଇଛନ୍ତି।

India China Electrical Problems Electricity Distribution In India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ