Advertisment

Bengaluru Stampede: ବେଙ୍ଗାଲୁରୁରେ ଏଇଥିପାଇଁ ହେଲା ଦଳାଚକଟା ?

କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ଏହି ପାସ୍ ଦିଆଯାଉଥିଲା । ରାଜ୍ୟ କ୍ରିକେଟ୍ ଆସୋସିଏସନ ଓ ପୋଲିସ ମିଳିତ ଭାବେ ଷ୍ଟାଡିୟମରେ ଶୃଙ୍ଖଳା ଦାୟିତ୍ୱରେ ଥିଲେ । ଏହ କାର୍ଯ୍ୟକ୍ରମ କିନ୍ତୁ ରାଜ୍ୟ ସରକାରଙ୍କର ଥିଲା । ସରକାର କ୍ରିକେଟ ଆସୋସିଏସନ ଉପରେ ଆୟୋଜନ ଦାୟିତ୍ୱ ଛାଡି ଚୁପଚାପ୍ ବସିଯାଇଥିଲେ ବୋଲି କୁହାଯାଉଛି ।

ଅଦ୍ୟତନ ହୋଇଛି
Bengaluru Stampede

Bengaluru Stampede

Advertisment

ବେଙ୍ଗାଲୁରୁରେ ଦଳାଚକଟାର କାରଣ ଖୋଜା ଚାଲିଛି । ସାରା ଦେଶରେ ଏହାକୁ ନେଇ ଚାଲିଛି ଚର୍ଚ୍ଚା । ଦୀର୍ଘ ୧୮ ବର୍ଷ ପରେ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ IPL ଚାମ୍ପିୟନ୍ ହେବା ପରେ ସମସ୍ତେ ଉତ୍ସାହିତ ହୋଇପଡିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ସେଲିବ୍ରେସନ ପାଇଁ ହୋଇଥିଲା ବ୍ୟାପକ ବ୍ୟବସ୍ଥା । ପୂରା ଶାସନ କଳ ଲାଗିଯାଇଥିଲା । RCBର ଖେଳାଳିମାନଙ୍କୁ ଆଜି ଭବ୍ୟ ସ୍ୱାଗତ କରାଯାଇଥିଲା । ବିଧାନସୌଧରୁ ଖେଳାଳିମାନଙ୍କୁ ଚିନ୍ନାସ୍ୱାମୀ ଷ୍ଟାଡିୟମକୁ ସ୍ୱତନ୍ତ୍ର ବସରେ ନିଆଯାଇଥିଲା । କ୍ରିକେଟ୍ ଫ୍ୟାନ ଓ ପ୍ରଶଂସକମାନେ ପାଗଳ ଭଳି ମୁହାଁଇଥିଲେ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ ଆଡକୁ ।

Advertisment

ଷ୍ଟାଡିୟମକୁ ପ୍ରବେଶ କରିବା ପାଇଁ ପାସ୍‌ର ବ୍ୟବସ୍ଥା କରାଯାଇଥିଲା । କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ଏହି ପାସ୍ ଦିଆଯାଉଥିଲା । ରାଜ୍ୟ କ୍ରିକେଟ୍ ଆସୋସିଏସନ ଓ ପୋଲିସ ମିଳିତ ଭାବେ ଷ୍ଟାଡିୟମରେ ଶୃଙ୍ଖଳା ଦାୟିତ୍ୱରେ ଥିଲେ । ଏହ କାର୍ଯ୍ୟକ୍ରମ କିନ୍ତୁ ରାଜ୍ୟ ସରକାରଙ୍କର ଥିଲା । ସରକାର କ୍ରିକେଟ ଆସୋସିଏସନ ଉପରେ ଆୟୋଜନ ଦାୟିତ୍ୱ ଛାଡି ଚୁପଚାପ୍ ବସିଯାଇଥିଲେ ବୋଲି କୁହାଯାଉଛି ।

ତେବେ ଏହି ସବୁ କାରଣ ପାଇଁ ଦଳାଚକଟା ହୋଇଥିବାର ବିଭିନ୍ନ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।

Advertisment

୧- ଲୋକଙ୍କ ସଂଖ୍ୟା ଷ୍ଟାଡିୟମରେ ଏକ ଲକ୍ଷ ଭିତରେ ରହିବ ବୋଲି ଆକଳନ କରାଯାଇଥିଲା । କିନ୍ତୁ ପ୍ରାୟ ୫ ଲକ୍ଷ ଲୋକ ଆସି ପହଞ୍ଚିଯାଇଥିଲେ । ସେମାନଙ୍କୁ ନିୟନ୍ତ୍ରଣ କରିବା ପୋଲିସ ପକ୍ଷରେ ସମ୍ଭବ ହୋଇପାରିନଥିଲା ।

୨- ଅଧିକାଂଶ ପୋଲିସଙ୍କୁ ଭିଆଇପି ଡ୍ୟୁଟିରେ ଲଗାଯାଇଥିଲା । ଟ୍ରାଫିକ ନିୟନ୍ତ୍ରଣ ପାଇଁ ଆବଶ୍ୟକ ସଂଖ୍ୟକ ପୋଲିସ ନଥିଲେ । ସବୁ ମନ୍ତ୍ରୀ ଓ ବରିଷ୍ଠ ଅଫିସରମାନେ ସେଲିବ୍ରେସନ ସ୍ଥଳକୁ ଆସିଥିଲେ । ସେମାନଙ୍କ ସୁରକ୍ଷା ପ୍ରାଧାନ୍ୟ ଦେଇଥିଲା ପୋଲିସ୍ ।

Advertisment

୩- ଏତେ କ୍ରିକେଟ ପ୍ରେମୀ ଆସିଯାଇଥିଲେ ଯେ, କିଏ ପାଚେରି, କିଏ ଗଛ ଓ ପୁଣି କିଏ ପାଖ ବିଲଡିଂରେ ଚଢିଯାଇଥିଲେ । ପୋଲିସ ସେମାନଙ୍କୁ ନିୟନ୍ତ୍ରଣ କରିପାରିନଥିଲା ।

୪- ସେଲିବ୍ରେସନ ପୂର୍ବରୁ ବର୍ଷା ହୋଇଯାଇଥିଲା । ତେଣୁ କିଛି ଲୋକ ଏଣେତେଣେ ଦୌଡିଥିଲେ । କେହି କେହି ଓଦା ହୋଇ ବି ଛିଡା ହୋଇଥିଲେ । ତେବେ ଏହି ସମୟରେ କିଛି ଲୋକ ଷ୍ଟାଡିୟମ୍ ଭିତରକୁ ପଶିବାକୁ ଚେଷ୍ଟା କରିଥିଲେ ।

୫- ଲୋକଙ୍କ ଭିଡ଼ ଏତେ ବଢିଯାଇଥିଲା ଯେ ତାହା ପୋଲିସର ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା । ପୋଲିସକୁ ଲାଠିଚାର୍ଜ କରିବାକୁ ପଡିଥିଲା । କ୍ରିକେଟ ପ୍ରେମୀ କିନ୍ତୁ ମାନିନଥିଲେ । ଷ୍ଟାଡିୟମର ଗେଟ୍ ନମ୍ୱର ୩, ୧୦ ଓ ୨୧ରେ ଦଳାଚକଟା ଓ ଠେଲାପେଲା ଆରମ୍ଭ ହୋଇଯାଇଥିଲା । ଏହି ସମୟରେ ପୋଲିସ କର୍ମଚାରୀଙ୍କ ସଂଖ୍ୟା ବହୁତ କମ୍ ଥିଲା । ଗେଟ୍ ଠେଲି ଲୋକମାନେ ଷ୍ଟାଡିୟମ୍ ଭିତରକୁ ପଶିବାକୁ ଚାହିଁଥିଲେ ।

ଅଧିକ ପଢ଼ନ୍ତୁ: RCBର ବିଜୟ ପରେ ଭାବପ୍ରବଣ ହୋଇଗଲେ କୋହଲି; କହିଲେ ଅନୁଷ୍କାଙ୍କ ପାଇଁ ସବୁ ସମ୍ଭବ ହେଲା

୬- ଆହତମାନଙ୍କୁ ପୋଲିସ୍ ମେଡିକାଲ୍ ନେଇଥିଲା । ସେମାନଙ୍କୁ ମେଡିକାଲରେ ପହଞ୍ଚାଇବା ପରେ ପ୍ରଥମେ ଦୁଇଜଣଙ୍କୁ ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଥିଲା । ପରେ ୧୧ ଜଣଙ୍କୁ ମୃତ ଘୋଷଣା କରାଯାଇଛି ।

୭- କୁହାଯାଉଛି, ବରିଷ୍ଠ ଆଇପିଏସ୍ ଅଧିକାରୀମାନେ ଷ୍ଟାଡିୟମ୍ ଭିତରେ ଥିଲେ । ସିଟି ପୋଲିସ ହାତରେ ଛାଡି ଦେଇଥିଲେ ଟ୍ରାଫିକ ନିୟନ୍ତ୍ରଣ ।

୮- ଚାମ୍ପିଅନ ହେବାର ମାତ୍ର ୨୪ ଘଣ୍ଟା ମଧ୍ୟରେ ସେଲିବ୍ରେସନ ହୋଇଥିଲା । ଏତେ କମ୍ ସମୟ ମଧ୍ୟରେ ଆୟୋଜନ ହେଉଥିବାରୁ ପୋଲିସ ଆରେଞ୍ଜମେଣ୍ଟ ଠିକରେ ହୋଇପାରିନଥିଲା ।

୯- ସରକାରର ମନ୍ତ୍ରୀମାନେ ଏହି ବିଜୟରେ ଏତେ ଖୁସି ହୋଇଯାଇଥିଲେ ଯେ, ଆୟୋଜନର ବାସ୍ତବତା ଉପରେ ଧ୍ୟାନ ଦେଇନଥିଲେ ।

୧୦- ଆହତମାନଙ୍କୁ ଡାକ୍ତରଖାନାରେ ମୃତ ଘୋଷଣା କରାଯିବା ବେଳେ ବି ଷ୍ଟାଡିୟମରେ ଚାଲିଥିଲା ସେଲିବ୍ରେସନ୍ ।

ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ସ୍ୱୀକାର କରି କହିଛନ୍ତି, ଲୋକଙ୍କ ଭିଡ଼ ନିୟନ୍ତ୍ରଣ ହୋଇପାରିନଥିଲା । ବହୁ ସଂଖ୍ୟାରେ ଲୋକ ଆସିଯିବାରୁ ଏହି ପରିସ୍ଥିତି ଉପୁଜିଥିଲା । ଏହି ଘଟଣାରେ କର୍ଣ୍ଣାଟକ ରାଜ୍ୟ ବିଜେପି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି ।

ବେଙ୍ଗାଲୁରୁରେ ବଡ଼ ଅଘଟଣ ଘଟିଛି । RCBର ବିଜୟ ଉତ୍ସବ ବେଳେ ଦଳାଚକଟା ହୋଇ ୧୧ ଜଣଙ୍କ ମୃତ୍ୟୁ । ବେଙ୍ଗାଲୁରୁ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ ବାହାରେ ଏହି ଦଳାଚକଟା ହୋଇଛି । ଏଥିରେ ଏକାଧିକ ଲୋକ ଆହତ ହୋଇଛନ୍ତି । ଏବେସୁଦ୍ଧା ୧୧ ଜଣଙ୍କ ମୃତ୍ୟୁ ସୂଚନା ଥିବାବେଳେ ଏହି ସଂଖ୍ୟା ଆହୁରି ବଢିବାର ଆଶଙ୍କା ରହିଛି । ଷ୍ଟାଡିୟମରେ ବିଜୟ ଉତ୍ସବ ବେଳେ ବହୁତ ସଂଖ୍ୟାରେ କ୍ରିକେଟ୍‌ ଫ୍ୟାନ୍‌ ଭିଡ଼ ଜମାଇବାରୁ ଅଘଟଣ ଘଟିଛି । କାଲି IPLରେ ଦମଦାର ବିଜୟ ପରେ ଆଜି ଟ୍ରଫି ନେଇ ବେଙ୍ଗାଲୁରୁରେ ପହଞ୍ଚିଥିଲା ଆରସିବି ଟିମ୍ ।

ପ୍ରଥମ ଥର ଆଇପିଏଲରେ ଚାମ୍ପିଅନ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଗତକାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୫ର ଫାଇନାଲ ମ୍ୟାଚରେ ପଞ୍ଜାବ କିଙ୍ଗସକୁ ହରାଇ ଦମଦାର ବିଜୟ ହାସଲ କରିଥିଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ।

ଅଧିକ ପଢ଼ନ୍ତୁ: ୧୮ ବର୍ଷର ଅପେକ୍ଷାର ହେଲା ଅନ୍ତ; IPL ଟ୍ରଫି ଜିତିଲେ କିଙ୍ଗ୍‌ କୋହଲି...

Bengaluru Stampede IPL 2025
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ