Advertisment

ବିଜେପିରେ ଯୋଗ ଦେବେ କି ହାର୍ଦ୍ଦିକ ? ନିର୍ବାଚନ ପୂର୍ବରୁ କରିବେ ଖୁଲାସା

ଗୁଜୁରାଟ୍ ନିର୍ବାଚନ ପୂର୍ବରୁ କିଛିଦିନ ତଳେ ହାର୍ଦ୍ଦିକ ପଟେଲ୍ କଂଗ୍ରେସ ଛାଡ଼ିଥିଲେ । ଗତକାଲି ହାର୍ଦ୍ଦିକ କହିଛନ୍ତି ଯେ, ବିଧାନସଭା ନିର୍ବାଚନ ପୂର୍ବରୁ ଗୁଜୁରାଟରେ ଶାସନ କରୁଥିବା ଭାରତୀୟ ଜନତା ପାର୍ଟିରେ ଯୋଗ ଦେବା ଏକ ବିକଳ୍ପ ହୋଇ ରହିଛି ।

ଅଦ୍ୟତନ ହୋଇଛି
Hardik Patel

Hardik Patel

Advertisment

ଭାରତୀୟ ଜାତାୟ କଂଗ୍ରେସକୁ ବିଗତ ପାଞ୍ଚ ମାସ ମଧ୍ୟରେ ବଡ଼ ଝଟକା ଲାଗିଛି । ହାତ ଛାଡ଼ିଛନ୍ତି ଅନେକ ବରିଷ୍ଠ କଂଗ୍ରେସ ନେତା । ଆଜି ପୂର୍ବତନ କେନ୍ଦ୍ରମନ୍ତ୍ରୀ କପିଲ ସିବଲ କଂଗ୍ରେସ ଛାଡିବା ପରେ ସମାଜବାଦୀ ପାର୍ଟି ସମର୍ଥନରେ ରାଜ୍ୟସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ଉପସ୍ଥିତିରେ ନାମାଙ୍କନ ଭରିଛନ୍ତି ।

Advertisment

ଗୁଜୁରାଟ୍ ନିର୍ବାଚନ ପୂର୍ବରୁ କିଛିଦିନ ତଳେ ହାର୍ଦ୍ଦିକ ପଟେଲ୍ କଂଗ୍ରେସ ଛାଡ଼ିଥିଲେ । ଗତକାଲି ହାର୍ଦ୍ଦିକ କହିଛନ୍ତି ଯେ, ବିଧାନସଭା ନିର୍ବାଚନ ପୂର୍ବରୁ ଗୁଜୁରାଟରେ ଶାସନ କରୁଥିବା ଭାରତୀୟ ଜନତା ପାର୍ଟିରେ ଯୋଗ ଦେବା ଏକ ବିକଳ୍ପ ହୋଇ ରହିଛି । କଂଗ୍ରେମ ଛାଡିବା ପରେ ବିଜେପିରେ ମିଶିବା ନେଇ ଜାତୀୟ ଗଣମାଧ୍ୟମ ଦ୍ୱାରା ହାର୍ଦ୍ଦିକଙ୍କୁ ପ୍ରଶ୍ନ ପଚରାଯାଇଥିଲା । ସେ ଉତ୍ତରରେ ସ୍ପଷ୍ଟ ଜବାବ ଦେଇନଥିଲେ ମଧ୍ୟ ଯୋଗ ଦେବାକୁ ମନା ମଧ୍ୟ କରିନଥିଲେ ।

ହାର୍ଦ୍ଦିକ ଗଣମାଧ୍ୟମକୁ କହିଛନ୍ତି ଯେ, ନିର୍ବାଚନ ଆସିଲେ ତାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖି ପାରିବେ । ପଟିଦାର ନେତା କେବେ ଏବଂ କେଉଁ ଦଳରେ ଯୋଗଦେବେ, ଯେତେବେଳେ ନିଷ୍ପତ୍ତି ନିଆଯିବ, ତାହା ସମସ୍ତେ ଜାଣିପାରିବେ । ଏବେ ଯାଏଁ ସେନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ । ସେ କହିଛନ୍ତି କି ସେ ତାଙ୍କର ବନ୍ଧୁ, ସମ୍ପର୍କୀୟ, ଶୁଭ ଚିନ୍ତକଙ୍କ ସହ ବସି ଏନେଇ ଆଲୋଚନା କରିବେ, ଯାହାଦ୍ୱାରା ଲୋକମାନେ ଉପକୃତ ହେବେ । ଲୋକଙ୍କ ମଧ୍ୟରେ ରହିବା ଓ ସର୍ବୋତ୍ତମ ବିକଳ୍ପ ବାଛିବା ହେଉଛି ତାଙ୍କର ଉଦ୍ଦେଶ୍ୟ ।

Advertisment

ଗତ ସପ୍ତାହରେ ସେ କଂଗ୍ରେସ ଛାଡିବା ପରେ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ସେ ANI କୁ କହିଥିଲେ ଯେ, ମୁଁ ଏପର୍ଯ୍ୟନ୍ତ ବିଜେପିରେ ନାହିଁ ଏବଂ ଯିବାକୁ କୌଣସି ନିଷ୍ପତ୍ତି ନେଇ ନାହିଁ।

କଂଗ୍ରେସ ପ୍ରତି ମୁହଁ ମୋଡୁଥିବା ନେତା କେବଳ କପିଲ ସିବଲ୍ ନୁହଁନ୍ତି । କପିଲ୍ ସିବଲଙ୍କ ଭଳି ୧୨ ଜଣ ବରିଷ୍ଠ କଂଗ୍ରେସ ନେତା ଇତିମଧ୍ୟରେ କଂଗ୍ରେସକୁ ବାଏ ବାଏ କରିସାରିଲେଣି । ହାର୍ଦ୍ଦିକ ପଟେଲ୍, ସୁସ୍ମିତା ଦେବ୍, ଜିତିନ୍ ପ୍ରସାଦ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଖୁସବୁ ସୁନ୍ଦର, ନାରାୟଣ ରାଣେ, ପ୍ରିୟଙ୍କା ଚତୁର୍ବେଦୀ, ହିମନ୍ତ ବିଶ୍ୱଶର୍ମା, ଆର୍.ପି.ଏନ୍. ସିଂହ, ରିତା ବହୁଗୁଣା ଯୋଷୀ ଏବଂ ସୁନୀଲ ଝାଖର ପ୍ରମୁଖ ଇତି ମଧ୍ୟରେ କଂଗ୍ରେସ ଛାଡ଼ିଛନ୍ତି।

Advertisment
BJP Hardik Patel
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ