ଏତେ ଉଚ୍ଚରେ କାହିଁକି ଉଡେ ବିମାନ ? କ’ଣ ଏହାର କାରଣ ?

ଏତେ ଉପରେ କାହିଁକି ଉଡେ ଉଡାଜାହାଜ? କ’ଣ ରହିଛି କାରଣ? ଏତେ ଉପରେ ଉଡୁଥିବାରୁ ସାଧାରଣ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଆସେ । କେହି କେହି କୁହନ୍ତି, ମାଇଲେଜ୍‌ ବି ଅଧିକ ରୁହେ । କିନ୍ତୁ ପ୍ରକୃତ କାରଣ ହେଉଛି, ଅଧିକ ଉଚ୍ଚରେ ଉଡୁଥିବାରୁ ଖୁବ ଘନ ମୋଲେୟୁକୁଲ୍‌ସ ମଧ୍ୟରେ ଉଡାଣ ଭରିବାକୁ ସହଜ ହୁଏ । କାରଣ ଅତି ଉଚ୍ଚରେ ପବନ ପତଳା ଥାଏ ଏବଂ ଏୟାର ମୋଲେୟୁକୁଲ୍‌ସ ନଥାଏ । ତେଣୁ ସ୍ପିଡ୍‌ରେ ବିମାନ ଯିବା ସହିତ ବିମାନର ମାଇଲେଜ୍‌ ମଧ୍ୟ ବଢିଯାଏ ।

commercial airplanes

News Summary

ବିପଦ ଥିବା ପରେ ବି ଏତେ ଉଚ୍ଚରେ କାହିଁକି ଉଡେ ବିମାନ?

ଅଧିକ ଉଚ୍ଚରେ ଉଡିଲେ ମାଇଲେଜ୍‌ ବଢେ କି?

କେତେ ଉପରେ ଉଡେ ସାଧାରଣ ବିମାନ?

ଏରୋପ୍ଲେନ୍‌...କିଏ କିଏ ବସିଥାଆନ୍ତି ନହେଲେ ଆଉ କିଏ ଦୂରରୁ ଦେଖିଥାଆନ୍ତି । ହେଲେ ସମସ୍ତେ ଜାଣନ୍ତି ବହୁ ଉଚ୍ଚ ଆକାଶରେ ଉଡେ ଉଡଜାହାଜ । ଏମିତିକି ଉଡାଜାହାଜର ବେଳେ ଶବ୍ଦ ହେଲେ ମଧ୍ୟ ଆଖିକୁ ଦିଶିନଥାଏ । କିନ୍ତୁ କାହିଁକି ଏତେ ଉଚ୍ଚରେ ବିମାନ ଉଡ଼େ ସେନେଇ ଅନେକ କଥା କୁହାଯାଏ । ତେବେ କଣ ରହିଛି ପୂରା କାରଣ?

ଦୂର ସ୍ଥାନକୁ ଅଳ୍ପ ସମୟରେ ପହଞ୍ଚିବାକୁ ହେଲେ ଉଡାଜାହାଜରେ ଯାତ୍ରା ଅତି ସହଜ । ହେଲେ ଆକାଶରେ ଏତେ ଉଚ୍ଚରେ ଉଡୁଥିବାରୁ ପ୍ରତି ମୁହୂର୍ତ୍ତରେ ଯାତ୍ରୀଙ୍କ ଜୀବନ ପ୍ରତି ବିପଦ ଥାଏ । ଏମିତିକି କେତେବେଳେ କଣ ଯେ ହେବ କାହା ପାଖରେ କିଛି ସୂଚନା ନଥାଏ । ହେଲେ ବି ଉଡାଜାହାଜରେ ଯିବାକୁ ଅଧିକରୁ ଅଧିକ ଲୋକ ପସନ୍ଦ କରୁଛନ୍ତି । ଆପଣଜାଣି ଆଶ୍ଚର୍ଯ୍ୟ ହେବେ କି ସମୁଦ୍ର ପତ୍ତନରୁ ପ୍ରାୟ ୩୦ ରୁ ୪୦ ହଜାର ଫୁଟ୍‌ ଉଚ୍ଚ ଆକାଶରେ ଉଡେ ବିମାନ ।

ଏତେ ଉପରେ କାହିଁକି ଉଡେ ଉଡାଜାହାଜ? କ’ଣ ରହିଛି କାରଣ? ଏତେ ଉପରେ ଉଡୁଥିବାରୁ ସାଧାରଣ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଆସେ । କେହି କେହି କୁହନ୍ତି, ମାଇଲେଜ୍‌ ବି ଅଧିକ ରୁହେ । କିନ୍ତୁ ପ୍ରକୃତ କାରଣ ହେଉଛି, ଅଧିକ ଉଚ୍ଚରେ ଉଡୁଥିବାରୁ ଖୁବ ଘନ ମୋଲେୟୁକୁଲ୍‌ସ ମଧ୍ୟରେ ଉଡାଣ ଭରିବାକୁ ସହଜ ହୁଏ । କାରଣ ଅତି ଉଚ୍ଚରେ ପବନ ପତଳା ଥାଏ ଏବଂ ଏୟାର ମୋଲେୟୁକୁଲ୍‌ସ ନଥାଏ । ତେଣୁ ସ୍ପିଡ୍‌ରେ ବିମାନ ଯିବା ସହିତ ବିମାନର ମାଇଲେଜ୍‌ ମଧ୍ୟ ବଢିଯାଏ ।

 

ରାସ୍ତାରେ କାର୍‌ ହେଉ କି ବସ୍‌ କିମ୍ବା ଅନ୍ୟ କୌଣସି ଯାନବାହନରେ ଗଲେ ଦୁର୍ଘଟଣା ହେବାର ଅଧିକ ସମ୍ଭାବନା ଥାଏ । ହେଲେ ଉଚ୍ଚ ଆକାଶରେ ଉଡିଲେ ଏହାର ସମସ୍ୟା ନଥାଏ ଏମିତିକି ବର୍ଷାର ବି ଭୟ ନଥାଏ । ଖାଲି ଏତିକି ନୁହେଁ ବରଂ ଉଚ୍ଚ ଆକାଶରେ ପକ୍ଷୀ ମାଡର ବି ଡର ନଥାଏ । ତେଣୁ ସବୁ ଦିଗରୁ ଅଧିକ ଉଚ୍ଚରେ ଉଡେ ବିମାନ। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ସମୁଦ୍ର ତଟ୍ଟବର୍ତ୍ତୀ ଇଲାକାରେ ଅନେକ ସମୟରେ ପାଣିପାଗ ଜନିତ ସମସ୍ୟା ରହୁଥିବା ବେଳେ ହଠାତ୍‌ ପାଣିପାଗରେ ପରିବର୍ତ୍ତନ ହୁଏ । ତେଣୁ ଉଚ୍ଚ ଆକାଶରେ ଉଡିଲେ ସେମିତି କିଛି ସମସ୍ୟା ପାଇଲଟ ସାମ୍ନା କରନ୍ତି ନାହିଁ । ତେଣୁ ସବୁ ଦିଗକୁ ଦୃଷ୍ଟିରେ ରଖି ବିମାନକୁ ଅତି ଉଚ୍ଚ ଆକାଶରେ ଉଡାନ୍ତି ପାଇଲଟ୍‌ ।