Advertisment

କିଏ ଏହି ଭଗୱନ୍ତ ମାନ, ଯିଏ ଧରିବେ ପଞ୍ଜାବ ମଙ୍ଗ

ଆଜିକାଲି, ୟୁକ୍ରେନ୍‌-ଋଷ୍‌ ଯୁଦ୍ଧରେ ଜେଲେନ୍‌ସ୍କିକୁ ନେଇ ବେଶ୍ ଚର୍ଚ୍ଚା, ଯିଏ ଜଣେ ହାସ୍ୟ ଅଭିନେତା ଥିଲେ। ଏହାରି ଭିତରେ ୟୁକ୍ରେନ୍‌ ଠାରୁ ୪,୫୦୦ କିଲୋମିଟର ଦୂର ଭାରତର ପଞ୍ଜାବ ରାଜ୍ୟର କମାଣ ଧରିବାକୁ ଯାଉଛନ୍ତି ଭଗୱନ୍ତ ମାନ। ସିଏ ବି ଥିଲେ ଜଣେ ହାସ୍ୟ ଅଭିନେତା। ତେବେ ଆସନ୍ତୁ ଜାଣିବା ଅଧାରୁ ପାଠ ଛାଡିଥିବା ଭଗୱନ୍ତ କିପରି ଏତେ ବାଟ ଗଲେ…

Who is the new chief minister of Punjab Bhagwant Mann, know details

Who is the new chief minister of Punjab Bhagwant Mann, know details

Advertisment

ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ହେବେ ଭଗୱନ୍ତ ସିଂହ ମାନ। ଆମ୍ ଆଦମୀ ପାର୍ଟି ତରଫରୁ ସେ ଧୁରୀ ବିଧାନସଭା ଆସନରୁ ବିଧାନସଭା ନିର୍ବାଚନ ଲଢୁଥିଲେ। ସେ କଂଗ୍ରେସ ପ୍ରାର୍ଥୀ ଦଲବୀର ସିଂ ଗୋଲ୍ଡୀଙ୍କୁ ପରାସ୍ତ କରିଛନ୍ତି। ସେ ହେବେ ସ୍ୱାଧୀନତା ପରେ ରାଜ୍ୟର ୧୭ ତମ ମୁଖ୍ୟମନ୍ତ୍ରୀ।

Advertisment

ଜନ୍ମ ଓ ପ୍ରାରମ୍ଭିକ ଜୀବନ:

ଭଗୱନ୍ତ ମାନ ୧୯୭୩ ଅକ୍ଟୋବର ୧୭ରେ ପଞ୍ଜାବର ସଙ୍ଗରୁର ଜିଲ୍ଲାର ସତୋଜ ଗ୍ରାମରେ ଜାଟ ଶିଖ ପରିବାରରେ ଜନ୍ମଗ୍ରହଣ କରିଥିଲେ। ସେ ଆରମ୍ଭରୁ ହିଁ ଭାରତୀୟ ରାଜନୀତିକୁ ନେଇ କମେଡି କରୁଥିଲେ। ତାଙ୍କର ପ୍ରଥମ କମେଡି ଆଲବମ୍ ଜଗତାର ଜଗ୍ଗୀଙ୍କ ସହିତ ଆସିଥିଲା ​।

ଉଭୟ ମିଳିତ ଭାବରେ ଇଟିସି ପଞ୍ଜାବୀ ପାଇଁ 'ଜୁଗ୍ନୁ କେନ୍ଦା ହୈ' ନାମରେ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହାର ଦଶ ବର୍ଷ ପରେ ସେମାନେ ପରସ୍ପରଠାରୁ ଅଲଗା ହୋଇଗଲେ। ଏହାପରେ ଭଗୱନ୍ତ ରାଣା ରଣବୀରଙ୍କ ସହ ସହଭାଗୀ ହେଲେ। ସେ ଇଟିସି ପଞ୍ଜାବୀ ପାଇଁ ଏକ ନୂଆ କାର୍ଯ୍ୟକ୍ରମ ‘ଜୁଗ୍‌ନୁ ମସ୍ତ ମସ୍ତ’ ଆରମ୍ଭ କରିଥିଲେ।

Advertisment

କେବେ ମିଳିଲା ପରିଚୟ:

୨୦୦୮ ମସିହାରେ, ଭଗୱନ୍ତ ମାନ୍ ଷ୍ଟାର୍ ପ୍ଲସ୍ କମେଡି ଶୋ’ ଗ୍ରେଟ୍ ଇଣ୍ଡିଆନ୍ ଲାଫ୍ଟର ଚ୍ୟାଲେଞ୍ଜ୍‌ରେ ଭାଗ ନେଇଥିଲେ। କିନ୍ତୁ ସେ ସେହି ଶୋ’ରେ ଜିତିପାରି ନଥିଲେ। ତାଙ୍କ ଅଭିନୀତ ଏକ ଚଳଚ୍ଚିତ୍ର ‘ମୈ ମା ପଞ୍ଜାବ ଦି’ ମଧ୍ୟ ଜାତୀୟ ପୁରସ୍କାର ପାଇଥିଲା। ଏଇଠୁ ତାଙ୍କର ଆରମ୍ଭ ହେଲା ନୂଆ ପରିଚୟ।

ରାଜନୈତିକ ଜୀବନ:

ଭଗୱନ୍ତ ମାନ୍‌ଙ୍କର ରାଜନୈତିକ କ୍ୟାରିଅର୍ ୨୦୧୧ରେ ପଞ୍ଜାବର ପିପୁଲ୍ସ ପାର୍ଟିରୁ ଆରମ୍ଭ ହୋଇଥିଲା। ୨୦୧୨ ମସିହାରେ, ସେ ପଞ୍ଜାବ ବିଧାନସଭା ନିର୍ବାଚନରେ ​​ଲେହରା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଏଥିରେ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା।

Advertisment

୨୦୧୪ ରେ ସାଂସଦ ଭାବେ ନିର୍ବାଚିତ:

ଭଗୱନ୍ତ ସିଂହ ମାନ ୨୦୧୪ରେ ଆମ୍ ଆଦମୀ ପାର୍ଟି ଟିକେଟ୍‌ରେ ସଙ୍ଗରୁର୍‌ ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଏଥିରେ ସେ ଚାରିଟି ସିଟ୍ ପାଇଥିଲେ ଓ ଦୁଇ ଲକ୍ଷରୁ ଅଧିକ ଭୋଟରେ ଜିତିଥିଲେ। ଏହା ପରେ, ସେ ୨୦୧୯ରେ ମଧ୍ୟ ନିଜ ଆସନକୁ ବଞ୍ଚେଇବାରେ ସଫଳ ହୋଇଥିଲେ। ଏଥର ବିଧାନସଭାରେ ଯେଉଁ ଆସନକୁ ନେଇ ସେ ନିଜ ଭାଗ୍ୟ ସହ ଲଢିଥିଲେ ତାହା ତାଙ୍କ ଲୋକସଭା ନିର୍ବାଚନମଣ୍ଡଳୀ ଅଧୀନରେ ରହିଛି।

ସମାଜସେବା:

ଭଗୱନ୍ତ ମାନ ଅଣ ସାମାଜିକ ସଂଗଠନ ଲୋକ ଲହର ଫାଉଣ୍ଡେସନ ମାଧ୍ୟମରେ ସମାଜସେବା ଆରମ୍ଭ କରିଥିଲେ। ସେ ତାଙ୍କ ଏନ୍‌ଜିଓର ବ୍ୟାନରରେ ସେ କ୍ୟାନସର ପୀଡିତ ଓ ଦିବ୍ୟାଙ୍ଗ ପିଲାମାନଙ୍କୁ ସାହାଯ୍ୟ କରୁଥିଲେ।

ପରିବାର:

ଭଗୱନ୍ତ ସିଂହ ମାନଙ୍କ ବାପାଙ୍କ ନାମ ମୋହିନ୍ଦର ସିଂହ ଓ ମା’ଙ୍କ ନାମ ହରପାଲ କୌର। ସେ ଇନ୍ଦ୍ରପ୍ରୀତ କୌରଙ୍କୁ ବିବାହ କରିଥିଲେ ମଧ୍ୟ ସାଂସଦ ହେବାର ଏକ ବର୍ଷ ପରେ ଛାଡପତ୍ର ଦେଇଥିଲେ। ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିବା ବେଳେ ସେମାନେ ନିଜ ମା’ ସହିତ ଆମେରିକାରେ ରୁହନ୍ତି।

ଶିକ୍ଷାଗତ ଯୋଗ୍ୟତା:

ଭାଗୱନ୍ତ ମାନ ଶିକ୍ଷାଗତ ଯୋଗ୍ୟତା ଦ୍ୱାଦଶ ପାସ୍। ସେ ବି.କମ୍ କରିବା ପାଇଁ ପଟିଆଲାର ଶହିଦ ଉଦ୍ଧମ ସିଂ କଲେଜରେ ଆଡ୍‌ମିଶନ ନେଇଥିଲେ କିନ୍ତୁ ପ୍ରଥମ ବର୍ଷ ପରେ ସେ ପଢା ଛାଡି ଦେଇଥିଲେ।

India News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ