Advertisment

ଲାଲ୍ ଓ ସବୁଜ ପରେ ବଜାରକୁ ଆସିବ କି ଧଳା ରଙ୍ଗର ସେଓ?

ସେଓର ରଙ୍ଗ କେମିତି। ଉତ୍ତର ମିଳେ ଲାଲ୍। ଦୁନିଆରେ ଆପଣ ଏ ପ୍ରଶ୍ନ ଯାହାକୁ ପଚାରିବେ ସମସ୍ତେ କହିଥାନ୍ତି ନାଲି। ହେଲେ ଆମେ ଆପଣଙ୍କୁ ଏମିତି ଏକ ସେଓ ଦେଖାଉଛୁ ଯାହା ଦେଖିବାକୁ ଲାଲ୍ ନୁହେଁ ତୁଳା ଭଳି ଧଳା

White Apple

White Apple

Advertisment

ନୂଆଦିଲ୍ଲୀ: ସେଓର ରଙ୍ଗ କେମିତି। ଉତ୍ତର ମିଳେ ଲାଲ୍। ଦୁନିଆରେ ଆପଣ ଏ ପ୍ରଶ୍ନ ଯାହାକୁ ପଚାରିବେ ସମସ୍ତେ କହିଥାନ୍ତି ନାଲି। ହେଲେ ଆମେ ଆପଣଙ୍କୁ ଏମିତି ଏକ ସେଓ ଦେଖାଉଛୁ ଯାହା ଦେଖିବାକୁ ଲାଲ୍ ନୁହେଁ ତୁଳା ଭଳି ଧଳା। ଏବେ ସୋସିଆଲ ମିଡିଆରେ ଏହି ଧଳା ରଙ୍ଗର ସେଓ ଦେଖିବାକୁ ମିଳୁଛି। ଭଲ କରି ଏ ସେଓକୁ ଦେଖନ୍ତୁ, ମୋତି ଭଳି ଚକଚକ କରୁଥିବା ଏହି ସେଓଟି ଗୋଟିଏ ବରଫ ଭଳି ଲାଗୁଛି। ଯାହାକି ମୋବାଇଲରୁ ମୋବାଇଲକୁ ଘୂରିବାରେ ଲାଗିଛି। ସେ ଯାହା ବି ହେଉ ଭାଇରାଲ ଭିଡିଓରେ ଧଳା ସେଓଟି ଖୁବ ସୁନ୍ଦର ଦେଖାଯାଉଛି। କେତେକ ଏହାକୁ ପ୍ରଥମେ ବରଫ ବୋଲି କହୁଥିବା ବେଳେ ପରେ ଜଣେ ଲୋକ ଏକ ଛୁରୀରେ ସେଓଟିକୁ କାଟିବା ପରେ ଜଣାପଡୁଛି ଏହା ବରଫ ନୁହେଁ, ଏହା ଏକ ଧଳା ରଙ୍ଗର ସେଓ।

Advertisment

Doctor Ajayita ନାମକ ଜଣେ ଟ୍ୱିଟର ବ୍ୟବହାରକାରୀ ଧଳା ସେଓର ଭିଡିଓଟିକୁ ସେୟାର କରିଛନ୍ତି। ଭିଡିଓଟିକୁ ଦେଖିଲେ ଏହା ବରଫ ଅଥବା ମୋତିର ସେଓ ଭଳି ଲାଗୁଛି। ତେବେ ଏହି ସୁନ୍ଦୁରିଆ ଭିଡିଓକୁ 17 ହଜାରରୁ ଅଧିକ ଲୋକ ଦେଖି ସାରିଥିବା ବେଳେ ଦେଢ ହଜାର ଲୋକ ଲାଇକ କରିଛନ୍ତି। ଏହା ସହ ଅନେକ ଲୋକ ଏହି ଭିଡିଓ ଉପରେ ପ୍ରତିକ୍ରିୟା ରଖିଛନ୍ତି। ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, ଜୀବନରେ ପ୍ରଥମେ ଲାଲ ରଙ୍ଗର ଆପଲ ଦେଖିଥିଲି, ପରେ ଦେଖିଲି ସବୁଜ ରଙ୍ଗର, ଆଉ ଏବେ ପ୍ରଥମ ଥର ପାଇଁ ଧଳା ଆପଲ୍ ଦେଖୁଛି। ଏହାକୁ ଦେଖି ମୋ ପାଟିରେ ଲାଳ ଭରି ଗଲାଣି।

Advertisment

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଧଳା ରଙ୍ଗର ସେଓ କେଉଁଠି ଚାଷ ହେଉଛି, ତାହା ଜଣା ପଡି ନାହିଁ। ଏମିତିକି ଏହା ବଜାରରେ ମିଳୁଛି କି ନାହିଁ ତାହା କାହାରିକୁ ଜଣା ନାହିଁ। ଲାଲ ପରେ ଏବେ ବଜାରରେ ମିଳୁଛି ଗ୍ରିନ ସେଓ। ଆଗକୁ ଧଳା ସେଓ ମିଳିବ ବୋଲି ଚର୍ଚ୍ଚା ଜୋର ଧରିଛି।

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ମଜାଦାର ଭିଡିଓ ପୋଷ୍ଟ ହେଉଛି। ହେଲେ ଧଳା ରଙ୍ଗ ସେଓର ଭିଡିଓଟି ବେଶ ଭାଇରାଲ ହେବାରେ ଲାଗିଛି।

Advertisment
White Apple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ