Advertisment

ଲୋକଙ୍କୁ ମିଳିପାରେ ବଡ଼ ଆଶ୍ୱସ୍ତି: ଏତିକି ଟଙ୍କା କମିବ ଅଟା ଦାମ୍‌ !

ମହଙ୍ଗା ମାଡ଼ ଭିତରେ ଲୋକଙ୍କୁ ବଡ଼ ଆଶ୍ୱସ୍ତି ମିଳିପାରେ। ଖୋଲା ବଜାରରେ ୩୦ ଲକ୍ଷ ଟନ୍‌ ଗହମ ବିକ୍ରି ନେଇ ସରକାର ନିଷ୍ପତ୍ତି ନେଇଛନ୍ତି।

ଅଦ୍ୟତନ ହୋଇଛି
Wheat Prices May Go Down By 6 Rupees Per Kg

Wheat Prices May Go Down By 6 Rupees Per Kg

Advertisment

ମହଙ୍ଗା ମାଡ଼ ଭିତରେ ଲୋକଙ୍କୁ ବଡ଼ ଆଶ୍ୱସ୍ତି ମିଳିପାରେ। କାରଣ ଗହମ ଦର (Wheat Prices) ହ୍ରାସ ପାଇବା ନେଇ ଆଶା କରାଯାଉଛି। ମିଳିଥିବା ସୂଚନା ଅନୁସାରେ, ଖୋଲା ବଜାରରେ ୩୦ ଲକ୍ଷ ଟନ୍‌ ଗହମ ବିକ୍ରି ନେଇ ସରକାର ନିଷ୍ପତ୍ତି ନେଇଛନ୍ତି। ଫଳରେ ଏହାଦ୍ୱାରା ଗହମ ଓ ଏଥିରୁ ପ୍ରସ୍ତୁତ ଅଟା ଦର ହ୍ରାସ ପାଇବ ବୋଲି ଆଶା କରାଯାଉଛି। ଅଟା ଦର ପ୍ରତି କିଲୋକୁ ୪ରୁ ୬ଟଙ୍କା ପର୍ଯ୍ୟନ୍ତ କମିପାରେ ବୋଲି ଚର୍ଚ୍ଚା ହେଉଛି। 

Advertisment

ଜାତୀୟ ଗଣମାଧ୍ୟମ ସଂସ୍ଥା Business Standard ରିପୋର୍ଟ ଅନୁସାରେ, ଗହମ ଓ ଏଥିରୁ ପ୍ରସ୍ତୁତ ଅଟା ଦରରେ ନିୟନ୍ତ୍ରଣ ପାଇଁ ସରକାର ଷ୍ଟକ୍‌ ଥିବା ଗହମରୁ ୩୦ ଲକ୍ଷ ଟନ୍‌ ଗହମ ଖୋଲା ବଜାରରେ ବିକ୍ରି କରିବା ଲାଗି ବୁଧବାର ଦିନ ଘୋଷଣା କରିଥିଲେ। ଏହି ଗହମକୁ ଭାରତୀୟ ଖାଦ୍ୟ ନିଗମ(FCI) ଜରିଆରେ ଆସନ୍ତା ୨ ମାସ ମଧ୍ୟରେ ବିଭିନ୍ନ ମାଧ୍ୟମରେ ବିକ୍ରି କରାଯିବା ଲାଗି ଯୋଜନା କରାଯାଇଛି। 

ଅଟା ମିଲ୍‌ ମାଲିକଙ୍କୁ ବିକ୍ରି କରାଯିବ ଗହମ...

ଏହି ଗହମକୁ ଇ-ନିଲାମୀ ମାଧ୍ୟମରେ ଅଟା ମିଲ୍‌ ମାଲିକଙ୍କୁ ବିକ୍ରି କରାଯିବ। ତେବେ ଗହମକୁ ପେସି ଏଥିରୁ ପ୍ରସ୍ତୁତ ଅଟାକୁ ସର୍ବାଧିକ ଖୁଚୁରା ମୂଲ୍ୟ(MRP) ୨୯ ଟଙ୍କା ୫୦ ପଇସାରେ ଲୋକଙ୍କ ପାଖରେ ପହଞ୍ଚାଇବା ଲାଗି ପବ୍ଲିକ ସେକ୍ଟର ୟୁନିଟ୍, କୋ-ଅପରେଟିଭ୍‌ ୟୁନିୟନ ଓ ଅନ୍ୟ ସଂସ୍ଥାକୁ ପ୍ରତି କିଲୋ ଗହମକୁ ୨୩ ଟଙ୍କା ୫୦ ପଇସାରେ FCI ଗହମ ବିକ୍ରି କରିବ। 

Advertisment

ଦର କମ୍‌ ନେଇ ଆଶା...

ଆଶା କରାଯାଉଛି, ଗହମ ମୂଲ୍ୟରେ ବଡ଼ ଧରଣର ହ୍ରାସ ହୋଇପାରେ। ଫଳରେ ୨୦୨୩-୨୪(ଏପ୍ରିଲରୁ ମାର୍ଚ୍ଚ)ବର୍ଷରେ ଦର MSP ପ୍ରତି କିଲୋକୁ ୨୧ ଟଙ୍କା ୨୫ ପଇସା ଉପରେ ରହିବ ବୋଲି କୁହଯାଉଛି। ସୂଚନା ଅନୁସାରେ, ଯେପର୍ଯ୍ୟନ୍ତ କେନ୍ଦ୍ର ସରକାର ୨୦୨୩-୨୪ ବର୍ଷ ପାଇଁ MSP ଉପରେ ଅଧିକ ବୋନସ୍ ଘୋଷଣା ନକରିଛନ୍ତି, ସେପର୍ଯ୍ୟନ୍ତ ନୂଆ ମାର୍କେଟିଂ ସିଜନ୍‌ରେ ଷ୍ଟକ୍ ପୂରଣ କରିବା ପାଇଁ ସରକାରଙ୍କ ପାଇଁ ଏହା କାଠିକର ପାଠ ହୋଇପାରେ। 

ସେପଟେ କିଛି ଲୋକ ଆକଳନ କରିଛନ୍ତି ଯେ, ଗହମର ନୂତନ ଫସଲ ବଜାର ଆରମ୍ଭ ହୋଇଯିବା ମାତ୍ରେ ମଧ୍ୟପ୍ରଦେଶକୁ ଛାଡ଼ି ସମସ୍ତ ଗହମ ଉତ୍ପାଦନ ରାଜ୍ୟରେ MSP ମୂଲ୍ୟ ହ୍ରାସ ପାଇପାରେ। ଯଦି ଉତ୍ପାଦନ ଭଲ ହୁଏ, ତା’ହେଲେ ଏହି ଦର ହ୍ରାସ ହେବାର ସମ୍ଭାବନା ରହିଛି। 

Advertisment

ସୂଚନାଥାଉ କି, ଦେଶର ପ୍ରମୁଖ ସହରରେ ଗହମର ହାରାହାରି ମୂଲ୍ୟ ବୁଧବାର ଦିନ ପ୍ରତି କିଲୋକୁ ୩୩ ଟଙ୍କା ୪୩ ପଇସା ଥିଲା। ଗତବର୍ଷ ଏହି ସମୟରେ ଦର ପ୍ରତି କିଲୋକୁ ୨୮ ଟଙ୍କା ୨୪ ପଇସା ଥିଲା। ସେହିପରି ଚଳିତ ବର୍ଷ ଅଟାର ହାରାହାରି ମୂଲ୍ୟ ପ୍ରତି କିଲୋକୁ ୩୭ ଟଙ୍କା ୯୫ ପଇସା ରେକର୍ଡ କରାଯାଇଛି। ଗତବର୍ଷ ଏହି ଦର ପ୍ରତି କିଲୋକୁ ୩୧ ଟଙ୍କା ୪୧ ପଇସା ଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ