Advertisment

ଏଣିକି WhatsAppରେ ବି କରିପାରିବେ ଜିଓମାର୍ଟ ସପିଙ୍ଗ

ମେଟା ଓ ଜିଓ ପ୍ଲାଟଫର୍ମସ୍ ପକ୍ଷରୁ ହ୍ୱାଟ୍ସଆପ୍‌(WhatsApp)ରେ ଜିଓମାର୍ଟ ସେବାର ଶୁଭାରମ୍ଭ ହୋଇଛି। ଏଣିକି ଗ୍ରାହକମାନେ ହ୍ୱାଟ୍ସଆପ୍‌ରେ ଜିଓମାର୍ଟରେ ସପିଙ୍ଗ କରିପାରିବେ।

WhatsApp-JioMart service launches by Reliance Retail

WhatsApp-JioMart service launches by Reliance Retail

Advertisment

ମେଟା ଓ ଜିଓ ପ୍ଲାଟଫର୍ମସ୍ ପକ୍ଷରୁ ହ୍ୱାଟ୍ସଆପ୍‌(WhatsApp)ରେ ଜିଓମାର୍ଟ ସେବାର ଶୁଭାରମ୍ଭ ହୋଇଛି। ଏଣିକି ଗ୍ରାହକମାନେ ହ୍ୱାଟ୍ସଆପ୍‌ରେ ଜିଓମାର୍ଟରେ ସପିଙ୍ଗ କରିପାରିବେ। ଯଦି ଆପଣ ଜିଓମାର୍ଟରେ ସପିଙ୍ଗ କରିବାକୁ ଚାହୁଁଛନ୍ତି, ତା’ହେଲେ ଗ୍ରୋସରୀ କାଟ୍‌ଲଗ୍‌କୁ ବ୍ରାଉଜ୍‌ କରି କାର୍ଟରେ ସାମଗ୍ରୀ ଯୋଡ଼ିପାରିବେ। ସପିଙ୍ଗ୍‌ର ଏହି ପ୍ରକ୍ରିୟାକୁ ଶେଷ କରିବା ଲାଗି ପେମେଣ୍ଟ କରିପାରିବେ। ତେବେ ଏସବୁ ପାଇଁ ଆପଣଙ୍କୁ ହ୍ୱାଟ୍ସଆପ୍‌ ଚାଟ୍‌ରେ ହିଁ ରହିବାକୁ ପଡ଼ିବ। 

Advertisment

ଏକ ଫେସ୍‌ବୁକ୍ ପୋଷ୍ଟ୍ ଜରିଆରେ ମେଟାର ପ୍ରତିଷ୍ଠାତା ଓ ସିଇଓ ମାର୍କ ଜୁକରବର୍ଗ କହିଛନ୍ତି ଯେ, ଭାରତରେ ଜିଓମାର୍ଟ ସହ ଆମର ସହଯୋଗିତାର ଶୁଭାରମ୍ଭକୁ ନେଇ ବେଶ୍ ଉତ୍ସାହିତ। ହ୍ୱାଟ୍ସଆପ୍‌ରେ ଏହା ହେଉଛି ଆମର ଏଣ୍ଡ୍-ଟୁ-ଏଣ୍ଡ୍ ସପିଙ୍ଗ୍ ଅନୁଭୂତି। ଯାହା ଜରିଆରେ ଲୋକମାନେ ସେମାନଙ୍କ ଚାଟ୍‌ରେ ରହି ଜିଓମାର୍ଟରୁ ଏବେ ଗ୍ରୋସରୀ ସପିଙ୍ଗ୍ କରିପାରିବେ। ଏଭଳି ସୁବିଧା ଆଗାମୀ ଦିନରେ ଲୋକଙ୍କ ଦ୍ୱାରା ଓ ବ୍ୟବସାୟ ଯୋଗାଯୋଗ ପାଇଁ ବିଶେଷ ଭାବେ ଆଦୃତ ହେବ। 

ଅନ୍ୟପକ୍ଷେ, ମୁକେଶ ଅମ୍ବାନୀ କହିଛନ୍ତି ଯେ, ଆମର ଲକ୍ଷ୍ୟ ହେଉଛି ବିଶ୍ୱର ଅଗ୍ରଣୀ ଡିଜିଟାଲ୍ ସମାଜ ଭାବେ ଭାରତକୁ ଆଗକୁ ବଢ଼ାଇବା। ହ୍ୱାଟ୍ସଆପ୍‌ରେ ଜିଓମାର୍ଟ ଏବଂ ପ୍ରଥମଥର ପାଇଁ ଏଣ୍ଡ୍-ଟୁଏଣ୍ଡ୍ ସପିଙ୍ଗ୍ ଅନୁଭୂତି ବିକଶିତ କରିଥିବାରୁ ଆମେ ଗର୍ବିତ। ଆଶ କରୁଛୁ ଯେ, ଏହା କୋଟି କୋଟି ଭାରତୀୟଙ୍କୁ ଅନ୍‌ଲାଇନ୍‌ ସପିଙ୍ଗ୍‌ରେ ବିଶେଷ ଭାବେ ସହାୟକ ହେବ।

Advertisment
Reliance Retail JioMart Service WhatsApp JioMart Service
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ