Advertisment

ନିଜର ପ୍ରାଇଭେଟ୍‌ ଭିଡିଓ କିମ୍ବା ଫଟୋ ଭାଇରାଲ୍‌ ହେଲେ କ’ଣ କରିବେ ? କେମିତି ହଟାଇବେ, ଜାଣନ୍ତୁ...

ବିନା ଅନୁମତିରେ କୌଣସି ବ୍ୟକ୍ତିଙ୍କ ପ୍ରାଇଭେଟ୍‌ ଫଟୋ କିମ୍ବା ଭିଡିଓ ଭାଇରାଲ୍‌ କରିବା କେବଳ ବିଶ୍ୱାସଘାତକତା ନୁହେଁ ବରଂ ଏହା ଏକ  ଅପରାଧ ମଧ୍ୟ।

ଅଦ୍ୟତନ ହୋଇଛି
What to do when your private photos or videos go viral?

What to do when your private photos or videos go viral?

Advertisment

ବିନା ଅନୁମତିରେ କୌଣସି ବ୍ୟକ୍ତିଙ୍କ ପ୍ରାଇଭେଟ୍‌ ଫଟୋ କିମ୍ବା ଭିଡିଓ ଭାଇରାଲ୍‌ କରିବା କେବଳ ବିଶ୍ୱାସଘାତକତା ନୁହେଁ ବରଂ ଏହା ଏକ  ଅପରାଧ ମଧ୍ୟ। ଗୋଟିଏପଟେ ସୋସିଆଲ୍‌ ମିଡିଆ ଆମ ପାଇଁ ଅତି ସହଜ ଭାବେ ଉପଲ୍ଲବ୍ଧ ହୋଇଥିବା ବେଳେ ଅନ୍ୟପଟେ ଏଭଳି ଭିଡିଓ କିମ୍ବା ଫଟୋ ଭାଇରାଲ୍‌ ହେବା ପାଇଁ ୧ ସେକେଣ୍ଡରୁ କମ୍‌ ସମୟ ଲାଗୁନାହିଁ। ଏଭଳି ସ୍ଥିତିରେ ଭାଇରାଲ୍‌ ହୋଇଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ମୁଣ୍ଡ ଠିକ୍‌ ଭାବେ କାମ କରିନଥାଏ। କ’ଣ କରିବେ, କେମିତି ପରିସ୍ଥିତିକୁ ସାମ୍ନା କରିବେ ? ହଠାତ୍‌ କିଛିବି ମୁଣ୍ଡରେ ପଶି ନଥାଏ।

Advertisment

ଜାଣନ୍ତୁ, ପ୍ରାଇଭେଟ୍‌ ଭିଡିଓ କିମ୍ବା ଫଟୋ ଭାଇରାଲ୍‌ ହେଲେ କ’ଣ କରିବେ ? କେମିତି ଏସବୁକୁ ଅନ୍‌ଲାଇନ୍‌ରୁ ହଟାଇବେ ? 

ପୋଲିସ୍‌ରେ ଅଭିଯୋଗ କରନ୍ତୁ...

ଯଦି କୌଣସି ବ୍ୟକ୍ତିଙ୍କ ପ୍ରାଇଭେଟ୍‌ ଭିଡିଓ କିମ୍ବା ଫଟୋ ଭାଇରାଲ୍‌ ହୋଇଛି ତା’ହେଲେ ପ୍ରଥମେ ଆପଣ ନିକଟସ୍ଥ ପୋଲିସ୍‌ ଷ୍ଟେସନରେ ଏସମ୍ପର୍କରେ ଅଭିଯୋଗ କରନ୍ତୁ। ଏହାସହ ସାଇବର୍‌ ସେଲ୍‌ରେ ଏକ ଫର୍ମାଲ୍‌ କମ୍ପ୍ଲେନ୍‌ ଅର୍ଥାତ୍‌ ଅଭିଯୋଗ କରନ୍ତୁ। ଅଭିଯୋଗ ପରେ ପୋଲିସ୍‌ ୱେବ୍‌ସାଇଟ୍‌ ମାଲିକ କିମ୍ବା ଯେଉଁ ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମରେ ପ୍ରାଇଭେଟ୍‌ ଭିଡିଓ କିମ୍ବା ଫଟୋ ଭାଇରାଲ୍‌ ହୋଇଛି ତାହାର ମାଲିକଙ୍କ ସହ ଯୋଗାଯୋଗ କରିବେ।

Advertisment

ଭାଇରାଲ୍‌ ହୋଇଥିବା ୱେବ୍‌ସାଇଟ୍‌ ମାଲିକଙ୍କ ପାଖରେ ଅଭିଯୋଗ କରନ୍ତୁ...

ଯେଉଁ ୱେବ୍‌ସାଇଟ୍‌ କିମ୍ବା ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମରେ ଭିଡିଓ/ଫଟୋ ଭାଇରାଲ୍‌ ହୋଇଛି ତାହାର ମାଲିକଙ୍କ ସହ ସିଧାସଳଖ ଯୋଗାଯୋଗ କରନ୍ତୁ। ଯଦି ସେମାନଙ୍କ ସହ ଯୋଗାଯୋଗ କରିବା ପାଇଁ ଆପଣ କୌଣସି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତା’ହେଲେ ଥାର୍ଡ-ପାର୍ଟି ୱେବ୍‌ସାଇଟ୍‌ ବୁଝୁଥିବା ବ୍ୟକ୍ତିଙ୍କ ସହ ଯୋଗାଯୋଗ କରନ୍ତୁ।  ଏହା ମାଧ୍ୟମରେ, ଆପଣ ୱେବ୍‌ସାଇଟ୍‌ ମାଲିକଙ୍କ ସହ ଯୋଗାଯୋଗ କରିପାରିବେ ଓ ଭିଡିଓ ହଟାଇବାକୁ ଅନୁରୋଧ କରିପାରିବେ। ଯଦି ଭିଡିଓଟି କୌଣସି ଆପତ୍ତିଜନକ ସାଇଟ୍‌ରେ ଅପ୍‌ଲୋଡ୍‌ ହୋଇଛି ତା’ହେଲେ ୱେବ୍‌ସାଇଟ୍ ପେଜ୍‌ରେ ଥିବା ରିପୋର୍ଟ ଅପ୍‌ସନ୍‌ରେ କ୍ଲିକ୍‌ କରି ଆପଣ ଏହାକୁ ରିପୋର୍ଟ କରିପାରିବେ।

Google ସର୍ଚ୍ଚ ରେଜଲ୍ଟରୁ ହଟାନ୍ତୁ...

ଯଦି ଆପତ୍ତିଜନକ ଫଟୋ କିମ୍ବା MMS Google ସର୍ଚ୍ଚ ରେଜଲ୍ଟରେ ଉପଲ୍ଲବ୍ଧ, ତା’ହେଲେ ଆପଣ Googleର Support Pageକୁ ଯାଇ (support.google.com) ଦିଆଯାଇଥିବା ଷ୍ଟେପ୍‌ ସବୁ ଅନୁସରଣ କରନ୍ତୁ।

Advertisment

ଯଦି ଆପଣଙ୍କ ଅଜାଣତରେ କେହି ଆପଣଙ୍କ ପ୍ରାଇଭେଟ୍‌ ଭିଡିଓ କିମ୍ବା ଫଟୋ ଭାଇରାଲ୍‌ କରିଛନ୍ତି ଓ ଆପଣ ଏହାକୁ ହଟାଇବାକୁ ଚାହୁଁଛନ୍ତି, ତା’ହେଲେ ଏହି ଲିଙ୍କ୍‌ରେ କ୍ଲିକ୍‌ କରନ୍ତୁ...

Private Pictures Private Videos Objectionable Video Remove Leaked Video Remove Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ