Advertisment

କାବେରୀ ଜଳ ବଣ୍ଟନକୁ ନେଇ କାହିଁକି ଲାଗି ରହିଛି ବିବାଦ ? କ’ଣ ରହିଛି କାରଣ

ତାମିଲନାଡୁ ଓ କର୍ଣ୍ଣାଟକ ମଧ୍ୟରେ ବିବାଦ.. କଣ ରହିଛି ରାଜନୈତିକ ଓ ନ୍ୟାୟିକ ବିକଳ୍ପ

ଅଦ୍ୟତନ ହୋଇଛି
Cauvery Water Dispute

Cauvery Water Dispute

Advertisment

କାବେରୀ ନଦୀଜଳ ବଣ୍ଟନ ବିବାଦ କଣ ଯାହାକୁ ନେଇ ତାମିଲନାଡୁ ଓ କର୍ଣ୍ଣାଟକ ମଧ୍ୟରେ ଚାଲିଛି ବିବାଦ । ଏହି ବିବାଦ କେତେ ପୁରୁଣା ଆସନ୍ତୁ ଜାଣିବା..

Advertisment

ଉତ୍ତର ଭାରତରେ ଗଙ୍ଗା ଭଳି ଦକ୍ଷିଣ ଭାରତରେ କାବେରୀ ନଦୀର ବିଶେଷ ଗୁରୁତ୍ୱ ରହିଛି। ଏହି ନଦୀକୁ କେବଳ ପବିତ୍ର ମନେ କରାଯାଏ ତା ନୁହେଁ ପିଇବା ପାଣି ଓ ଚାଷ ପାଇଁ କାବେରୀ ଜଳ ଅପରିହାର୍ଯ୍ୟ। ତେବେ କାବେରୀ ନଦୀରୁ କିଏ କେତେ ପାଣି ପାଇବ ତାକୁ ନେଇ ତାମିଲନାଡୁ ଓ କର୍ଣ୍ଣାଟକ ମଧ୍ୟରେ ବିବାଦ ବେଶ ପୁରୁଣା। କାବେରୀ ଜଳ ବଣ୍ଟନ ନେଇ ୧୮୯୨ ଏବଂ ୧୯୨୪ରେ ତତକାଳୀନ ମହୀଶୁର ରାଜ୍ୟ ଏବଂ ମଦ୍ରାସ ପ୍ରେସିଡେନ୍ସି ମଧ୍ୟରେ ବୁଝାମଣା ହୋଇଥିଲା।

ତେବେ ଦେଶ ସ୍ୱାଧୀନ ହେବା ପରେ ମହୀଶୁରର କର୍ଣ୍ଣାଟକରେ ବିଲୟ ଘଟିଥିଲା। ଇଂରେଜ ଶାସକଙ୍କ ଉପରେ ମାଦ୍ରାସ ପ୍ରେସିଡେନ୍ସିର ଅଧିକ ପ୍ରଭାବ ଥିବାରୁ ସେତେବେଳର ଜଳ ଆବଣ୍ଟନ ଚୁକ୍ତି ଏହା ସପକ୍ଷରେ ଯାଇଥିବା କର୍ଣ୍ଣାଟକ ଅନୁଭବ କରିଥିଲା। ତେଣୁ କର୍ଣ୍ଣାଟକ ଏହି ଚୁକ୍ତିକୁ ମାନି ନଥିଲା। ତେବେ ତାମିଲନାଡୁର ଯୁକ୍ତି ପୂର୍ବ ବୁଝାମଣା ଅନୁଯାୟୀ ରାଜ୍ୟରେ ଚାଷ ଜମିର ବିକାଶ ହୋଇଛି। ବିନା କାବେରୀ ପାଣିରେ ଚାଷ ହେବା ଅସମ୍ଭବ।

Advertisment

ଅନ୍ତଃରାଜ୍ୟ ଜଳ ବିବାଦ ଆଇନ ଅନୁଯାୟୀ ୧୯୮୬ରେ ତାମିଲନାଡୁ ସରକାର ଏକ ଟ୍ରିବ୍ୟୁନାଲ ଗଠନ ଲାଗି କେନ୍ଦ୍ର ସରକାରଙ୍କୁ ଅପିଲ୍ କରିଥିଲେ। ତେବେ ସରକାର ଏନେଇ ଆଗ୍ରହ ଦେଖାଇନଥିଲେ,ଶୁଣିନଥିଲେ। ତେବେ ମାମଲା ସୁପ୍ରିମକୋର୍ଟକୁ ଯିବା ପରେ ୨ ଜୁନ୍ ୧୯୯୦ରେ କାବେରୀ ଜଳ ଟ୍ରିବ୍ୟୁନାଲ ଗଠନ ହୋଇଥିଲା। ତାମିଲନାଡୁର ହକ୍ ମୁତାବକ ପାଣି ଦେବାକୁ ଟ୍ରିବ୍ୟୁନାଲ୍ କର୍ଣ୍ଣାଟକକୁ ନିର୍ଦ୍ଦେଶ ଦେଇଥିଲେ । ତେବେ କର୍ଣ୍ଣାଟକ ସରକାର ଏହି ନିର୍ଦ୍ଦେଶ ମାନିବାକୁ ମନା କରିଦେଇଥିଲେ।

୧୬ ବର୍ଷ ଧରି ଶୁଣାଣି ଏବଂ ଅନ୍ତରୀଣ ରାୟ ପରେ ଟ୍ରିବ୍ୟୁନାଲ୍ ୨୦୦୭ରେ ଚୁଡ଼ାନ୍ତ ରାୟ ଶୁଣାଇଥିଲେ । ତାମିଲନାଡୁକୁ ୪୧୯ ଟିଏମସି, କର୍ଣ୍ଣାଟକ ୨୭୦, କେରଳ ୩୦ ଓ ପୁଡୁଚେରୀ ୭ ଟିଏମସି ପାଣି ପାଇବେ ବୋଲି ଟ୍ରିବ୍ୟୁନାଲ ସ୍ଥିର କରିଥିଲେ । ତେବେ ଏହାକୁ ଚ୍ୟଲେଞ୍ଜ କରି କର୍ଣ୍ଣାଟକ ଓ ତାମିଲନାଡୁ ରିଭ୍ୟୁ ପିଟିସନ ଦାଖଲ କରିବା ଦ୍ୱାରା ମାମଲା ଆହୁରି ଜଟିଳ ହୋଇଥିଲା।

Advertisment

୨୦୧୨ରେ ସୁପ୍ରିମକୋର୍ଟ ଦୈନିକ ୯ ହଜାର କ୍ୟୁସେକ୍ ପାଣି ତାମିଲନାଡୁକୁ ଦେବା ଲାଗି କର୍ଣ୍ଣାଟକକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ସେ ସମୟରେ ମଧ୍ୟ କର୍ଣ୍ଣାଟକରେ ଏହାକୁ ପ୍ରବଳ ବିରୋଧ କରାଯାଇଥିଲା। ଫଳରେ ତାମିଲନାଡୁକୁ ପାଣି ଦେବା ବନ୍ଦ କରି ଦେଇଥିଲେ କର୍ଣ୍ଣାଟକ ସରକାର।...

ଗତ ଅଗଷ୍ଟ ୧୪ ତାରିଖରେ ପାଣି ପାଇଁ ପୁଣି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ତାମିଲନାଡୁ ସରକାର । କାବେରୀ ନଦୀରୁ ତୁରନ୍ତ ୨୪ ହଜାର କ୍ୟୁସେକ୍ ପାଣି ଛାଡ଼ିବା ଲାଗି କର୍ଣ୍ଣାଟକକୁ ନିର୍ଦ୍ଦେଶ ଦେବା ଲାଗି କୋର୍ଟଙ୍କୁ ଅପିଲ କରିଥିଲା ତାମିଲନାଡୁ । ତେବେ କାବେରୀ ଜଳ ପରିଚାଳନା ପ୍ରାଧିକରଣ ଏବଂ କାବେରୀ ୱାଟର ରେଗୁଲେସନ କମିଟିର ନିର୍ଦ୍ଦେଶରେ ହସ୍ତକ୍ଷେପ କରିବାକୁ ମନା କରି ଦେଇଥିଲେ ସୁପ୍ରିମ କୋର୍ଟ । ତାମିଲନାଡୁକୁ ୧୫ ଦିନ ପର୍ଯ୍ୟନ୍ତ ପ୍ରତିଦିନ ୫ ହଜାର କ୍ୟୁସେକ୍ ପାଣି ଛାଡ଼ିବା ଲାଗି ସେପ୍ଟେମ୍ବର ୧୮ରେ କର୍ଣ୍ଣାଟକକୁ ନିର୍ଦ୍ଦେଶ ଦେଇଥିଲେ କାବେରୀ ୱାଟର ମ୍ୟାନେଜମେଣ୍ଟ ଅଥରିଟି। ଆଉ ଏହା ପରଠୁ କର୍ଣ୍ଣାଟକରେ ତୀବ୍ର ପ୍ରତିବାଦ ଦେଖିବାକୁ ମିଳୁଛି । ..

Tamil Nadu Karnataka Water
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ