monkey
ନିଜର ଚିକିତ୍ସା ଲାଗି ନିଜେ ନିଜେ ହସ୍ପିଟାଲକୁ ଆସିଲା ମାଙ୍କଡ଼ । ଛୁଆକୁ କୁଣ୍ଢେଇ ଧିରେ ଧିରେ ହସ୍ପିଟାଲ ଭିତରେ ପଶିଲା । ପେସେଣ୍ଟଙ୍କ ପାଇଁ ଥିବା ବେଡରେ ଆପେ ଆପେ ଯାଇ ବସିପଡ଼ିଲା । ଆଉ ଛୁଆକୁ କୁଣ୍ଢେଇ ଧରି ଡାକ୍ତରଙ୍କୁ ରୋଗିଣା ଆଖିରେ ଚାହିଁଲା, ହେଲେ ହସ୍ପିଟାଲ ଭିତରେ ମାଙ୍କଡ଼ର ଏ ହାବ ଭାବକୁ ଦେଖି ଡାକ୍ତର ଡରିଗଲେ । ଏମିତି କିଛି ସମୟ ପରେ ମାଙ୍କଡ଼ର ଚେହେରା ଦେଖି ଡାକ୍ତର ସାହସ କରି ତା ପାଖକୁ ଆସିଲେ ।
ଅତି ନିକଟରୁ ଦେଖିବା ପରେ ଜଣାପଡ଼ିଲା ମାଙ୍କଡ଼ଟି କ୍ଷତାକ୍ତ ହୋଇଛି । ପଶୁ ହେଲେ ବି ଡାକ୍ତର ଉପରେ ଭରସା କରି ଆସିଥିଲା ସେ । ଆଉ ତା ପରେ ଆରମ୍ଭ ହେଲା ଚିକିତ୍ସା । ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ମଣିଷ ଭଳି ମାଙ୍କଡ଼ର ବ୍ୟବହାର ଦେଖିବାକୁ ମିଳିଛି ।
ବିହାରର ସାସାରାମ ଜିଲ୍ଲା ସହଜମା ଗାଁରେ ସହଜମାର ଡର ଏସ୍. ଏମ୍. ଅହମ୍ମଦଙ୍କ କ୍ଲିନିକକୁ ଦିନବେଳା ହଠାତ ମାଙ୍କଡ଼ଟି ପଶି ଆସିଥିଲା । ଆଉ ତାକୁ ଦେଖି ଡାକ୍ତର ଅହମ୍ମଦ ଡରିଗଲେ ହେଲେ ମାଙ୍କଡ଼ର ଆଖି ଦେଖି ତା ପାଖକୁ ଯାଇ ଦେଖିଲେ ଯେ, ସେ କ୍ଷତବିକ୍ଷତ ହୋଇପଡ଼ିଛି । ଏହାପରେ ଡାକ୍ତର ବାବୁ ମାଙ୍କଡ଼କୁ ଟିଟାନସ୍ ଦେବା ସହ ମଲମ ଲଗାଇଥିଲେ ।
ମାଙ୍କଡ଼ ବି ମଣିଷ ଭଳି ନିଜର ଘା ସ୍ଥାନକୁ ଡାକ୍ତରଙ୍କୁ ଦେଖାଇଥିଲା । ଏ ଖବର ପାଇ ହସ୍ପିଟାଲେ ଲୋକଙ୍କ ଭିଡ଼ ଜମିଥିଲା । ଶେଷରେ ଚିକିତ୍ସା ସରିବାରୁ ମାଙ୍କଡ଼ଟି ନିଜ ଛୁଆକୁ ନେଇ ଗଛକୁ ପଳାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/monkey_1654753602.jpg)