Advertisment

Vir Chakra: ୯ ବାୟୁସେନା ଅଧିକାରୀ ପାଇବେ ବୀରଚକ୍ର ସମ୍ମାନ

୯ ବାୟୁସେନା ଅଧିକାରୀ ପାଇବେ ବୀରଚକ୍ର ସମ୍ମାନ, ପାଇଲଟଙ୍କ ସମେତ ୯ ଅଧିକାରୀଙ୍କୁ ବୀରଚକ୍ର ସମ୍ମାନ

Vir Chakra For IAF Pilots

Vir Chakra For IAF Pilots Who Hit Muridke, Bahawalpur Terror Bases, Downed Pakistani Jets

Advertisment

୭୯ ତମ ସ୍ୱାଧୀନତା ଦିବସ ପାଳନ ଅବ୍ୟବହିତ ପୂର୍ବରୁ ଘୋଷଣା ହୋଇଛି ସମ୍ମାନ ଜନକ ସାମରିକ ପୁରସ୍କାର ବୀରଚକ୍ର ସମ୍ମାନ । ଚଳିତ ଥର ୯ ବାୟୁସେନା ଅଧିକାରୀ ପାଇବେ ବୀରଚକ୍ର ସମ୍ମାନ । ଭାରତୀୟ ବାୟୁସେନାର ପାଇଲଟଙ୍କ ସମେତ ୯ ଅଧିକାରୀଙ୍କୁ ବୀରଚକ୍ର ସମ୍ମାନରେ ସମ୍ମାନିତ କରାଯିବ । ବିଶେଷ କରି ଅପରେସନ ସିନ୍ଦୂରରେ ସାହସିକତା ପାଇଁ । ଯେଉଁମାନେ ବୀରତା ପ୍ରଦର୍ଶନ କରିଛନ୍ତି ସେମାନେ ଏହି ସମ୍ମାନରେ ସମ୍ମାନିତ ହେବେ । ପାକିସ୍ତାନ ଅଧିକୃତ କାଶ୍ମୀର ଓ ପାକିସ୍ତାନର ମୁରିଦ୍ କେ ଓ ବାହାୱଲପୁର ଆତଙ୍କୀ ଆଡ୍ଡା ଧ୍ବଂସ ପାଇଁ ସମ୍ମାନିତ ହେବ । ସେହିଭଳି ୧୩ ବାୟୁସେନା ଅଧିକାରୀ ପାଇବେ ବିଶିଷ୍ଟ ଯୁଦ୍ଧସେବା ମେଡାଲ୍ ଏୟାର୍ ଭାଇସ୍ ମାର୍ଶଲ୍ ଯୋଶେଫ୍ ସୁରେଶ, ଏଭିଏମ୍ ପ୍ରଜୁଆଲ୍ ସିଂ ପାଇବେ ବିଶିଷ୍ଟ ଯୁଦ୍ଧସେବା ମେଡାଲ୍ । ସେହିଭଳି ଏୟାର୍ କମାଣ୍ଡର ଅଶୋକ ରାଜ୍ ଠାକୁର ମଧ୍ୟ ପାଇବେ ଯୁଦ୍ଧସେବା ମେଡାଲ୍ ।

Advertisment

ପହଲଗାମ୍ ନରସଂହାରର ବଦଲା ନେବାକୁ ଯାଇ ଭାରତୀୟ ସେନା ପକ୍ଷରୁ ମେ ୬-୭ରେ ଅପରେସନ ସିନ୍ଦୂର ଆରମ୍ଭ କରାଯାଇଥିଲା । ଭାରତୀୟ ସେନା ପକ୍ଷରୁ ଆରମ୍ଭ କରାଯାଇଥିବା ଏହି ଅପରେସନ ଆତଙ୍କବାଦ ଓ ଆତଙ୍କବାଦୀ ପ୍ରତିଷ୍ଠାନ ଓ ସେମାନଙ୍କ ପୃଷ୍ଠପୋଷକଙ୍କ ବିରୋଧରେ ବୋଲି ଭାରତ ବାରମ୍ବାର କହି ଆସୁଛି । ଆଗକୁ ମଧ୍ୟ ଏହି ଅଭିଯାନ ଜାରି ରହିବ ବୋଲି ଅଧିକାରୀ ଏବଂ ସରକାରଙ୍କ ପକ୍ଷରୁ ବାରମ୍ବାର ବିଭିନ୍ନ ମଞ୍ଚରେ ପ୍ରକାଶ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ