Advertisment

ଦୂରଦର୍ଶନ ଷ୍ଟାଇଲରେ ପୂଜା ମଣ୍ଡପ; ୨ ବର୍ଷରେ ୪୨ ଲକ୍ଷ ଖର୍ଚ୍ଚ

କୋଲକାତା ସହରରେ ମା’ ଦୁର୍ଗାଙ୍କ ମୂର୍ତ୍ତି ଫାଇବରରେ ନିର୍ମାଣ କରାଯାଇଥିବା ବେଳେ ଦୂରଦର୍ଶନ ଓ ପ୍ରସାର ଭାରତୀ ଭଳି ଥିମ୍‌ରେ ନିର୍ମାଣ ହୋଇଛି ମଣ୍ଡପ।

Vintage gramophone, TV and radio-themed puja pandal in Kolkata catch eyeball

Vintage gramophone, TV and radio-themed puja pandal in Kolkata catch eyeball

Advertisment

ପୁରୁଣା ସ୍ମୃତିକୁ ତାଜା କରିବା ଲାଗି ଅଭିନବ ଢଙ୍ଗରେ ସଜା ଯାଇଛି ମା’ ଦୁର୍ଗାଙ୍କ ମଣ୍ଡପ। ପଶ୍ଚିମବଙ୍ଗର କୋଲକାତା ସହରରେ ମା’ ଦୁର୍ଗାଙ୍କ ମୂର୍ତ୍ତି ଫାଇବରରେ ନିର୍ମାଣ କରାଯାଇଥିବା ବେଳେ ଦୂରଦର୍ଶନ ଓ ପ୍ରସାର ଭାରତୀ ଭଳି ଥିମ୍‌ରେ ନିର୍ମାଣ ହୋଇଛି ମଣ୍ଡପ। ପୁରୁଣା ଟିଭି, ଏଣ୍ଟିନା, ତୈଳ ଚିତ୍ର ସାଙ୍ଗକୁ ଭଳିକି ଭଳି ଜିନିଷରେ ନିର୍ମାଣ ହୋଇଛି ମା’ ଦୁର୍ଗାଙ୍କ ମଣ୍ଡପ।  

Advertisment

ରେଡିଓ ଠାରୁ ଆରମ୍ଭ କରି ଭାରତକୁ ଆସିଥିବା ପ୍ରଥମ ବ୍ଲାକ୍‌ ଆଣ୍ଡ ହ୍ୱାଇଟ୍‌ ଟିଭି, ଏଣ୍ଟିନା ବି ମଣ୍ଡପରେ ରଖାଯାଇଛି। ଜାପାନୀ ଢଙ୍ଗରେ କାନ୍ଥରେ ତୈଳ ଚିତ୍ର କରାଯାଇଛି। ଲୋକମାନେ ପୁରୁଣା ଜିନିଷକୁ ଆଦରି ନେବା ଲାଗି କେତେ ଆଗଭର ଏହି ଥିମ୍‌କୁ ଦୃଷ୍ଟିରେ ରଖି ମଣ୍ଡପଟି ନିର୍ମାଣ ହୋଇଛି। ଏହି ସବୁ ଥିମ୍‌ ନିର୍ମାଣ  କରିବା ଲାଗି ୨ ବର୍ଷ ଲାଗି ଥିବାବେଳେ ଏଥିରେ ଖର୍ଚ୍ଚ ହୋଇଛି ପ୍ରାୟ ୪୨ ଲକ୍ଷ ଟଙ୍କା। 

ମଣ୍ଡପରେ ନିର୍ମାଣ ହୋଇଥିବା ମା’ ଦୁର୍ଗାଙ୍କ ପ୍ରତିମୂର୍ତ୍ତି ପ୍ରଥମ ଥର ଲାଗି ଫାଇବରରେ ନିର୍ମାଣ କରାଯାଇଛି। ଆଉ ମା’ଙ୍କ ମୂର୍ତ୍ତିି ପଛପଟେ ଘଣ୍ଟା ଆକୃତିର ସୁନ୍ଦର କାରୁକାର୍ଯ୍ୟ ହୋଇଛି। ଭକ୍ତ ବି ମା’ଙ୍କ ଦର୍ଶନ କରିବା ସହ ଦୂରଦର୍ଶନ ଓ ପ୍ରସାର ଭାରତୀରେ ପ୍ରସାରିତ କାର୍ଯ୍ୟକ୍ରମର ପୁରୁଣା ସ୍ମୃତିକୁ ତାଜା କରିଛନ୍ତି। 

Advertisment

ଭିନ୍ନ ଭିନ୍ନ ଢଙ୍ଗରେ ମେଢ ସହ ମଣ୍ଡପ ନିର୍ମାଣ କରିବାରେ କୋଲକାତା କାରିଗର ସିଦ୍ଧହସ୍ତ। ତେବେ ଚଳିତ ବର୍ଷର ଥିମ୍‌ ଦର୍ଶକଙ୍କୁ ପୁରୁଣା ଯୁଗକୁ ନେଇଛି।   

Durga Puja Pandal Durga Puja 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ