ଶପଥ ନେଲେ ଦିଲ୍ଲୀ ଉପରାଜ୍ୟପାଳ ବିନୟ ସାକ୍ସେନା

ଦିଲ୍ଲୀ ଉପ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି ଖଦୀ ଓ ଗ୍ରାମୋଦ୍ୟୋଗର ପୂର୍ବତନ ଅଧ୍ୟକ୍ଷ ବିନୟ ସାକ୍ସେନା ।

Vinay Saxena

ନବ ନିଯୁକ୍ତ ଦିଲ୍ଲୀ ଉପରାଜ୍ୟପାଳ ବିନୟ ସାକ୍ସେନାଙ୍କ ଆଜି ଶପଥ ଗ୍ରହଣ । ଖଦୀ ଓ ଗ୍ରାମୋଦ୍ୟୋଗର ପୂର୍ବତନ ଅଧ୍ୟକ୍ଷ ବିନୟ ସାକ୍ସେନା ଆଜି ଉପ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି । ଜଣେ ଅଣବ୍ୟୁରୋକ୍ରାଟ୍ ଓ ଅଣ ପ୍ରତିରକ୍ଷା କ୍ଷେତ୍ରରୁ ଆସିଥିବା ଦିଲ୍ଲୀ ରାଜଭବନରେ ହାଇକୋର୍ଟର ମୁଖ୍ୟ ବିଚାରପତି ବିପିନ ସାଂଘୀ ୬୪ ବର୍ଷୀୟ ସାକ୍ସେନାଙ୍କୁ ଶପଥ ପାଠ କରାଇଥିଲେ ।

ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଓ ତାଙ୍କ କ୍ୟାବିନେଟ ସଦସ୍ୟ ଯୋଗ ଦେଇଥିଲେ । ଏହାଛଡ଼ା ବିଜେପି ସାଂସଦ ମନୋଜ ତିୱାରୀ, ପରବେଶ ସାହିବ ସିଂହ, ଦିଲ୍ଲୀ ବିଧାନସଭାର ବିରୋଧୀ ଦଳ ନେତା ରାମବୀର ସିଂ ବିଦୁରୀ, ଅନ୍ୟ ବିଧାୟକମାନେ ମଧ୍ୟ ଯୋଗ ଦେଇଥିଲେ । ଖଦୀ ଓ ଗ୍ରାମୋଦ୍ୟୋଗରେ ୬ ବର୍ଷ ଧରି କାମ କରିବା ପୂର୍ବରୁ ସାକ୍ସେନା ୩ ଦଶନ୍ଧି ଧରି ଘରୋଇ କ୍ଷେତ୍ରରେ କାମ କରିଥିଲେ ।