Advertisment

ଉପରାଷ୍ଟ୍ରପତି ନିର୍ବାଚନରେ ପ୍ରଥମ ଭୋଟ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ସଂସଦର ଉଭୟ ଗୃହର ନିର୍ବାଚିତ ଓ ମନୋନୀତ ସଦସ୍ୟଙ୍କୁ ମିଶାଇ ମୋଟ୍‌ ୭୮୮ ଜଣ ଉପରାଷ୍ଟ୍ରପତି ନିର୍ବାଚନରେ ସାମିଲ ହେବେ । ଭୋଟିଂ ପରେ ସାଙ୍ଗେ ସାଙ୍ଗେ ଗଣତି କରାଯିବ ।

Narendra Modi

Narendra Modi

Advertisment

ଭୋଟ୍ ଦେଲେ ପ୍ରଧାନମନ୍ତ୍ରୀ । ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମ ବ୍ୟକ୍ତି ଯିଏ ସଂସଦରେ ଆଜି ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟ ପ୍ରଦାନ କରିଛନ୍ତି । NDA ପ୍ରାଥୀ ଧନଖର ଏବଂ ମାର୍ଗାରେଟ୍‌ଙ୍କ ମଧ୍ୟରେ ନିର୍ବାଚନ ହେଉଛି । ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ଯାଏ ଭୋଟ ଗ୍ରହଣ କରାଯିବ । ଲୋକସଭା ସାଂସଦ, ରାଜ୍ୟସଭା ସାଂସଦ ଏମିତି ନୋମିନେଟେଡ୍‌ ସଦସ୍ୟ ମଧ୍ୟ ଏହି ନିର୍ବାଚନରେ ନିଜର ମତ ସାବ୍ୟସ୍ତ କରିପାରିବେ । ସଂସଦର ଉଭୟ ଗୃହର ନିର୍ବାଚିତ ଓ ମନୋନୀତ ସଦସ୍ୟଙ୍କୁ ମିଶାଇ ମୋଟ୍‌ ୭୮୮ ଜଣ ଉପରାଷ୍ଟ୍ରପତି ନିର୍ବାଚନରେ ସାମିଲ ହେବେ । ଭୋଟିଂ ପରେ ସାଙ୍ଗେ ସାଙ୍ଗେ ଗଣତି କରାଯିବ । 

Advertisment

ଜାଣନ୍ତୁ, ଭାରତରେ କେମିତି ହୁଏ ଉପ-ରାଷ୍ଟ୍ରପତି ନିର୍ବାଚନ ?

  • ରାଷ୍ଟ୍ରପତି ଭଳି ଉପ-ରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ଦେଶର ସାଧାରଣ ନାଗରିକ ଭୋଟ୍‌ ଦେଇ ନ ଥାନ୍ତି 
  • ରାଷ୍ଟ୍ରପତି ନିର୍ବାଚନରେ ଉଭୟ ସାଂସଦ ଓ ବିଧାୟକ ଭୋଟ୍‌ ଦେଉଥିବା ବେଳେ ଉପରାଷ୍ଟ୍ରପତି ନିର୍ବାଚନରେ କେବଳ ସାଂସଦ ଭୋଟ୍‌ ଦେଇଥାନ୍ତି
  • ଉପ-ରାଷ୍ଟ୍ରପତି ନିର୍ବାଚନରେ ରାଜ୍ୟସଭାର ମନୋନୀତ ସଦସ୍ୟ ମଧ୍ୟ ମତାଧିକାର ସାବ୍ୟସ୍ତ କରିଥାନ୍ତି
  • ଲୋକସଭା ଓ ରାଜ୍ୟସଭାର ସଦସ୍ୟଙ୍କୁ ନେଇ ଗଠନ ହୋଇଥାଏ ଇଲେକ୍ଟୋରାଲ୍ କଲେଜ୍ 
  • ଲୋକସଭାର ନିର୍ବାଚିତ ସଦସ୍ୟ-୫୪୩
  • ରାଜ୍ୟସଭାର ନିର୍ବାଚିତ ସଦସ୍ୟ-୨୩୩
  • ରାଜ୍ୟସଭାର ମନୋନୀତ ସଦସ୍ୟ-୧୨
  • ଇଲେକ୍ଟୋରାଲ୍ କଲେଜର ମୋଟ୍‌ ସଦସ୍ୟ-୭୮୮ 
  • ଏଠାରେ ପ୍ରତି ସାଂସଦଙ୍କ ଭୋଟ୍ ମୂଲ୍ୟ ୧
Advertisment

ଜାଣନ୍ତୁ, କେମିତି ହୋଇଥାଏ ଭୋଟ୍ ?

  • ବାଲଟ ପେପରରେ ଦୁଇଟି କଲମ୍ ବା ସ୍ତମ୍ଭ ରହିଥାଏ
  • ପ୍ରଥମ ସ୍ତମ୍ଭର ଶୀର୍ଷକରେ ପ୍ରାର୍ଥୀଙ୍କ ନାଁ ଲେଖା ଥାଏ
  • ଦ୍ୱିତୀୟ ସ୍ତମ୍ଭର ଶୀର୍ଷକର କ୍ରମାଙ୍କ ପସନ୍ଦ ଲେଖା ଯାଇଥାଏ
  • ଭୋଟର୍ ପ୍ରାର୍ଥୀଙ୍କ ନାଁ ଅନୁସାରେ ଦ୍ୱିତୀୟ ସ୍ତମ୍ଭରେ ନିଜର ପସନ୍ଦ ଲେଖିବେ। (ଉଦାହରଣ: ଯଦି ଜଣେ ଭୋଟର୍ କୌଣସି ପ୍ରାର୍ଥୀଙ୍କୁ ଭୋଟ୍‌ ଦେବାକୁ ଚାହୁଁଥିବେ, ତେବେ ତାଙ୍କ ନାଁ ଆଗରେ ୧ ଲେଖିବେ। ସେହିପରି ଅନ୍ୟ ପ୍ରାର୍ଥୀଙ୍କ ଆଗରେ ୨ ଲେଖିପାରିବୋ ତେବେ ଏହି ସଂଖ୍ୟା ଇଂରାଜୀ ରୋମାନ କିମ୍ବା କୌଣସି ଭାରତୀୟ ଭାଷାରେ ଲେଖାଯିବା ଶବ୍ଦରେ ଲେଖାଯିବ ନାହିଁ) 

ଜାଣନ୍ତୁ, ଭୋଟ୍‌ ଗଣତି ପ୍ରକ୍ରିୟା...

  • ମତଦାନ ସରିବା ପରେ ସେହିଦିନ ହିଁ ଗଣତି ହୋଇଥାଏ
  • ରିଟର୍ଣ୍ଣିଂ ଅଫିସର ସବୁ ବାଲଟ୍ ପେପରକୁ ଯାଞ୍ଚ କରି ଏଥିରେ ଥିବା ବୈଧ ଭୋଟ୍‌କୁ ଅଲଗା କରିଥାନ୍ତି
  • ଏହାପରେ କେଉଁ ପ୍ରାର୍ଥୀଙ୍କୁ କେତେ ବୈଧ ଭୋଟ୍ ମିଳିଲା ତାହା ଜଣାପଡ଼ିଥାଏ
Advertisment

 ଜାଣନ୍ତୁ, ପ୍ରତ୍ୟେକ ପ୍ରାର୍ଥୀଙ୍କ କୋଟାକୁ କିଭଳି ହିସାବ କରାଯାଏ ? 

ନିର୍ବାଚନ ଜିତିବା ଲାଗି ପ୍ରାର୍ଥୀଙ୍କୁ ଆବଶ୍ୟକ କୋଟା ଦରକାର ହୁଏ। ମୋଟ୍‌ ବୈଧ ଭୋଟ୍‌କୁ ୨ରେ ହରଣ କରି ଏହାକୁ ୧ରେ ମିଶାଯିବା ପରେ ଯେଉଁ ଫଳ ବାହାରିଥାଏ ତାହା ହୋଇଥାଏ ପ୍ରାର୍ଥୀଙ୍କ କୋଟା। ଆଉ ଏହି କୋଟା ହିଁ ପ୍ରାର୍ଥୀଙ୍କୁ ନିର୍ବାଚିତ କରିବାରେ ସକ୍ଷମ ହୋଇଥାଏ।
(ଉଦାହରଣ ସ୍ୱରୂପ ଯଦି ୭୮୯ଟି ବୈଧ ଭୋଟ୍‌ ପଡିଛି ତେବେ ପ୍ରାର୍ଥୀଙ୍କ କୋଟା ହେବ ୭୮୯ ହରଣ ୨ ହେଉଛି ୩୯୪ ଦଶମିକ ୫ (ଦଶମିକ ୫କୁ ହିସାବକୁ ନିଆଯିବ ନାହିଁ)। ତେଣୁ ଏହାକୁ ୩୯୫ ଧରାଯିବ। ପ୍ରଥମ ପସନ୍ଦର ଭୋଟ୍‌ରେ କୌଣସି ପ୍ରାର୍ଥୀଙ୍କୁ ଯଦି ଆବଶ୍ୟକ କୋଟା ମିଳିଯାଏ ତେବେ ତାଙ୍କୁ ବିଜୟୀ ଘୋଷଣା କରାଯାଇଥାଏ।)

Narendra Modi Vice President
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ