Advertisment

ପ୍ରାଇଭେଟ୍ କମ୍ପାନୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ଏଣିକି କମ୍ପାନୀ ବଦଳାଇଲେ ରହିବନି ଆଉ ଏହି ସମସ୍ୟା...

ଏଣିକି ପ୍ରାଇଭେଟ୍ କମ୍ପାନୀର କର୍ମଚାରୀ କମ୍ପାନୀ ବଦଳାଇଲେ EPF ଆକାଉଣ୍ଟ ଟ୍ରାନ୍ସଫର ପାଇଁ କୌଣସି ସମସ୍ୟା ରହିବ ନାହିଁ। ଏପରିକି ଆପଣଙ୍କୁ ଗୋଟିଏ କମ୍ପାନୀରୁ ଚାକିରି ଛାଡ଼ୁଛାଡ଼ୁ ଆଉ EPF ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ପଡ଼ିବ ନାହିଁ। ଏହି ସମସ୍ୟାର ସମାଧାନ ପାଇଁ ଖୁବ୍‌ଶୀଘ୍ର ବ୍ୟବସ୍ଥା ହେବାକୁ ଯାଉଛି।

ଅଦ୍ୟତନ ହୋଇଛି
Automatic Transfer Of EPF Accounts On Job Change

Automatic Transfer Of EPF Accounts On Job Change

Advertisment

ନୂଆଦିଲ୍ଲୀ: ପ୍ରାଇଭେଟ୍ କମ୍ପାନୀରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ ଖୁସି ଖବର। ଏଣିକି କମ୍ପାନୀ ବଦଳାଇଲେ EPF ଆକାଉଣ୍ଟ ଟ୍ରାନ୍ସଫର ପାଇଁ କୌଣସି ସମସ୍ୟା ରହିବ ନାହିଁ। ଏପରିକି ଆପଣଙ୍କୁ ଗୋଟିଏ କମ୍ପାନୀରୁ ଚାକିରି ଛାଡ଼ୁଛାଡ଼ୁ ଆଉ EPF ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ପଡ଼ିବ ନାହିଁ। ଏହି ସମସ୍ୟାର ସମାଧାନ ପାଇଁ ଖୁବ୍‌ଶୀଘ୍ର ବ୍ୟବସ୍ଥା ହେବାକୁ ଯାଉଛି।

Advertisment

ଗୋଟିଏ କମ୍ପାନୀରେ ଚାକିରି ଛାଡ଼ି ଅନ୍ୟ କେଉଁଠି ଯୋଗ ଦେଲେ, ଇପିଏଫ୍ ଆକାଉଣ୍ଟ ଅଟୋମେଟିକ୍ ଟ୍ରାନ୍ସଫର ହୋଇଯିବ। ଆକାଉଣ୍ଟ ମର୍ଜର୍ ନେଇ ମଧ୍ୟ କୌଣସି ସମସ୍ୟା ରହିବନି। ଆପଣଙ୍କ EPF ନମ୍ବର ମଧ୍ୟ ସମାନ ହିଁ ରହିବ। ରହିବ। ସେଣ୍ଟ୍ରାଲାଇଜଡ୍ ସିଷ୍ଟମ ମାଧ୍ୟମରେ କର୍ମଚାରୀଙ୍କ ଆକାଉଣ୍ଟ ଅନ୍ୟ ସଂସ୍ଥା ସହ ଯୋଗ ଦେଲେ ତାହା ମର୍ଜ ହୋଇଯିବ। କର୍ମଚାରୀ ଭବିଷ୍ୟ ନିଧି ସଂଗଠନ(EPFO) ପକ୍ଷରୁ କର୍ମଚାରୀଙ୍କ ସୁବିଧା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। 

C-DAC ଦ୍ୱାରା ଏକ centralised IT-enabled system ବିକଶିତ ହେବ। ଏହି ସେଣ୍ଟ୍ରାଲାଇଜ ସିଷ୍ଟମ ମାଧ୍ୟମରେ କର୍ମଚାରୀଙ୍କ ଆକାଉଣ୍ଟ ଅନ୍ୟ ସଂସ୍ଥା ସହ ଯୋଗ ଦେଲେ ତାହା ମର୍ଜ ହୋଇଯିବ। ଗତ ୨୦ ତାରିଖରେ ବସିଥିବା EPFOର ସେଣ୍ଟ୍ରାଲ ବୋର୍ଡ ଅଫ୍ ଟ୍ରଷ୍ଟି ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି।

Advertisment

ବର୍ତ୍ତମାନ ଯଦି କୌଣସି ବ୍ୟକ୍ତି ଚାକିରି ଛାଡ଼ନ୍ତି ତେବେ ନୂଆ ଅଫିସ୍‌ରେ ପୁଣି ଥରେ ଏକ ନୂଆ ଇପିଏଫ୍ ଆକାଉଣ୍ଟ ଖୋଲା ଯାଇଥାଏ ଓ କର୍ମଚାରୀଙ୍କୁ ତାଙ୍କର ଟଙ୍କା ମିଳିଥାଏ। ପୂର୍ବ ସଂସ୍ଥାରେ ଥିବା ଇପିଏଫ୍ ଆକାଉଣ୍ଟ ନୂଆ କମ୍ପାନୀକୁ ଟ୍ରାନ୍ସଫର ହୋଇଯାଏ। ଏହା EPFOର Member Sewa ପୋର୍ଟାଲରେ ଅନ୍‌ଲାଇନ୍‌ ମାଧ୍ୟମରେ ହୋଇଥାଏ। ଯଦି ସମ୍ପୃକ୍ତ କର୍ମଚାରୀଙ୍କ ୟୁନିଭର୍ସାଲ୍‌ ଆକାଉଣ୍ଟ ନମ୍ବର(UAN) ଆଧାର ସହ ଲିଙ୍କ୍‌ ହୋଇଥିବ, ତା’ହହେଲେ ଏହା ହୋଇପାରିବ। ଯଦି ଆଧାର ସହ UAN ଲିଙ୍କ୍‌ ହୋଇନଥିବ ତା’ହେଲେ କର୍ମଚାରୀଙ୍କୁ ନୂଆ EPF ଆକାଉଣ୍ଟ୍‌କୁ ଟଙ୍କା ଟ୍ରାନ୍ସଫର୍‌ ପାଇଁ ନୂଆ କର୍ମଚାରୀ ଭାବେ ଏକ ଫର୍ମ ପୂରଣ କରି ଦାଖଲ କରିବାକୁ ପଡ଼ିବ।

Private Job Private Organization Employees EPF Account EPFO EPF
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ