Advertisment

ବିଜେପିକୁ ଝଟକା! ପୁଅ ସହ କଂଗ୍ରେସରେ ଯୋଗଦେଲେ ମନ୍ତ୍ରୀ ୟଶପାଲ ଆର୍ଯ୍ୟ

ବିଜେପିକୁ ବଡ଼ ଝଟକା । ’ପଦ୍ମ’ ଛାଡ଼ି ହାତ ଧରିଲେ ଦଳର ଟାଣୁଆ ନେତା । ଉତ୍ତରାଖଣ୍ଡରେ ରାତାରାତି ବଦଳିଗଲା ରାଜନୈତିକ ସମୀକରଣ । ଉତ୍ତରାଖଣ୍ଡ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ୟଶପାଲ ଆର୍ଯ୍ୟ ଏବଂ ବିଧାୟକ ସଞ୍ଜୀବ ଆର୍ଯ୍ୟ ଭାରତୀୟ ଜନତା ପାର୍ଟି ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି

ଅଦ୍ୟତନ ହୋଇଛି
Uttarakhand minister Yashpal Arya and his son MLA Sanjeev Arya

Uttarakhand minister Yashpal Arya and his son MLA Sanjeev Arya

Advertisment

ଡେରାଡୁନ୍ : ବିଜେପିକୁ ବଡ଼ ଝଟକା । ଆଗକୁ ନିର୍ବାଚନ ଥିବାବେଳେ ’ପଦ୍ମ’ ଛାଡ଼ି ହାତ ଧରିଲେ ଦଳର ଟାଣୁଆ ନେତା । ଉତ୍ତରାଖଣ୍ଡରେ ରାତାରାତି ବଦଳିଗଲା ରାଜନୈତିକ ସମୀକରଣ । ଉତ୍ତରାଖଣ୍ଡ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ୟଶପାଲ ଆର୍ଯ୍ୟ ଏବଂ ବିଧାୟକ ସଞ୍ଜୀବ ଆର୍ଯ୍ୟ ଭାରତୀୟ ଜନତା ପାର୍ଟି ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି । ୟଶପାଲ ଆର୍ଯ୍ୟ ବର୍ତ୍ତମାନ ଉତ୍ତରପ୍ରଦେଶ ସରକାରରେ ମନ୍ତ୍ରୀ ଅଛନ୍ତି ଏ‍ବଂ ତାଙ୍କ ଅଧୀନରେ ୬ଟି ବିଭାଗ ଅଛି । ସେ ପରିବହନ, ସାମାଜିକ କଲ୍ୟାଣ, ସଂଖ୍ୟାଲଘୁ କଲ୍ୟାଣ, ଛାତ୍ର କଲ୍ୟାଣ, ନିର୍ବାଚନ ଏବଂ ଏକ୍ସାଇଜ୍ ବିଭାଗର ଦାୟିତ୍ୱ ସମ୍ଭାଳୁଛନ୍ତି । ସଞ୍ଜୀବ ଆର୍ଯ୍ୟ ତାଙ୍କ ପୁଅ ଯଶପାଲ ଆର୍ଯ୍ୟ ବାଜପୁରର ବିଧାୟକ ଓ ପୁଅ ସଞ୍ଜୀବ ଆର୍ଯ୍ୟ ନୈନିତାଲ ଆସନରୁ ବିଧାୟକ ଅଛନ୍ତି ।

Advertisment

କଂଗ୍ରେସରେ ଥିଲେ କଂଗ୍ରେସକୁ ଫେରିଲେ । ୟଶପାଲ ଆର୍ଯ୍ୟ ଏବଂ ସଞ୍ଜୀବ ଆର୍ଯ୍ୟ ପୂର୍ବରୁ କଂଗ୍ରେସରେ ହିଁ ଥିଲେ । ଦଳକୁ ଫେରିବା ପୂର୍ବରୁ ଉଭୟ ବାପା ପୁଅ ଦିଲ୍ଲୀରେ ରାହୁଲ ଗାନ୍ଧିଙ୍କୁ ଭେଟିଥିଲେ। ୨୦୧୭ ବିଧାନସଭା ନିର୍ବାଚନ ପୂର୍ବରୁ ସେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ । ତେବେ ବର୍ତ୍ତମାନ ଘରବାହୁଡ଼ା ପରେ ଆଗାମୀ ସମୟରେ ଏହା ବିଜେପି ପାଇଁ ସଙ୍କଟ ସୃଷ୍ଟି କରିପାରେ ବୋଲି କୁହାଯାଉଛି । ଆଉ ପ୍ରଶ୍ନ ଉଠୁଛି, ହଠାତ୍ କାହିଁକି ବଦଳିଗଲା ରାଜ୍ୟର ରାଜନୀତିର ଦୃଶ୍ୟପଟ୍ଟ । ଅନ୍ୟପକ୍ଷରେ ଅଲ ଇଣ୍ଡିଆ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ କେସି ବେଣୁଗୋପାଲ ଯଶପାଲ ଆର୍ଯ୍ୟ ଏବଂ ସଞ୍ଜୀବ ଆର୍ଯ୍ୟ ଦଳକୁ ସ୍ୱାଗତ କରିବା ସହ କହିଛନ୍ତି ଦଳକୁ ତାଙ୍କର ଘରବାହୁଡ଼ା ହୋଇଛି ।

Advertisment

ସୂଚନାଯୋଗ୍ୟ ଜୁଲାଇ ମାସରେ ପୁଷ୍କର ସିଂ ଧାମିଙ୍କ ସହ ଭେଟେରାନ ବିଧାୟକ ୟଶପାଲ ଆର୍ଯ୍ୟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ । ୟଶପାଲ ଆର୍ଯ୍ୟଙ୍କ ସହ ବିଶ୍ୱ ସିଂ, ଅରବିନ୍ଦ ପାଣ୍ଡେ, ଗଣେଶ ଯୋଶୀ ଏବଂ ସୁବୋଧ ୟୁନିୟାଲ ମଧ୍ୟ ପୁଷ୍କର ସିଂ ଧାମିଙ୍କ କ୍ୟାବିନେଟରେ ଯୋଗ ଦେଇଥିଲେ । ଏହା ବ୍ୟତୀତ ଧନସିଂହ ରାୱତ, ରେଖା ଆର୍ଯ୍ୟ ଏବଂ ୟାତିଶ୍ୱର ନନ୍ଦ ମଧ୍ୟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ।

Congress Uttarakhand Minister Yashpal Arya MLA Sanjeev Arya
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ