Advertisment

ତାଲିବାନ କବ୍‌ଜାରେ କାବୁଲ:ଭାରତ ଉପରେ ପଡ଼ିବ କି ପ୍ରଭାବ?

ଆଫଗାନିସ୍ତାନରେ ତାଲିବାନ୍ ରାଜ୍। ଦଖଲରେ ରାଜଧାନୀ କାବୁଲ୍। ଆଜି କାବୁଲକୁ ଚାରିପଟୁ ଘେରିବା ପରେ, ଦ୍ୱାର ଦେଶରେ ପହଞ୍ଚିଥିଲେ ସଶସ୍ତ୍ର ଆତଙ୍କୀ। ସେମାନେ ସହରକୁ ବଳପୂର୍ବକ ନିୟନ୍ତ୍ରଣକୁ ନେବାକୁ ଚାହୁଁନାହାନ୍ତି, ସରକାର ନିଃସର୍ତ୍ତ ଆତ୍ମସମର୍ପଣ କରନ୍ତୁ ବୋଲି ଘୋଷଣା କରିଥିଲେ । ଅନ୍ୟପକ୍ଷରେ ଆଫଗାନ୍ ଆଭ୍ୟନ୍ତରୀଣ ମନ୍ତ୍ରୀ ଅବଦୁଲ୍ ମିର୍ଜାକ୍ୱାଲ୍ କହିଥିଲେ ଯେ, କାବୁଲ୍ ଆକ୍ରମଣର ଶିକାର ହେବ ନାହିଁ।

ତାଲିବାନ କବ୍‌ଜାରେ କାବୁଲ:ଭାରତ ଉପରେ ପଡ଼ିବ କି ପ୍ରଭାବ?

Kabul

Advertisment

କାବୁଲ: ୨୦ ବର୍ଷ ପରେ ପୁଣି ତାଲିବାନ କବଜାରେ ଆଫଗାନିସ୍ତାନ ରାଜଧାନୀ କାବୁଲ। ରାଷ୍ଟ୍ରପତି ଅସରଫ ଘନି ଗାଦି ଛାଡ଼ିବା ସହ ତାଲିବାନକୁ କ୍ଷମତା ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି। ପୂର୍ବତନ ଆଭ୍ୟନ୍ତରୀଣ ମନ୍ତ୍ରୀ ଅଲି ଅହମଦ୍ ଜଲାଲୀ ଅନ୍ତରୀଣ ସରକାରର ନେତୃତ୍ୱ ନେଇପାରନ୍ତି ବୋଲି କୁହାଯାଉଛି। ସେପଟେ ଆମେରିକା ନିଜ ଦୂତାବାସ କର୍ମଚାରୀଙ୍କୁ ଏୟାରଲିଫ୍ଟ ଜାରି ରଖିଥିବା ବେଳେ, ଭାରତୀୟ ଦୂତାବାସରେ ଫସିଥିବା ୧୨୯ ଜଣ କର୍ମଚାରୀଙ୍କୁ ଏୟାର ଇଣ୍ଡିଆ ବିମାନରେ କାବୁଲରୁ ନୂଆ ଦିଲ୍ଲୀ ଅଣାଯାଉଥିବା ସୂଚନା ମିଳିଛି।

Advertisment

ଆଫଗାନିସ୍ତାନରେ ତାଲିବାନ୍ ରାଜ୍। ଦଖଲରେ ରାଜଧାନୀ କାବୁଲ୍। ଆଜି କାବୁଲକୁ ଚାରିପଟୁ ଘେରିବା ପରେ, ଦ୍ୱାର ଦେଶରେ ପହଞ୍ଚିଥିଲେ ସଶସ୍ତ୍ର ଆତଙ୍କୀ। ସେମାନେ ସହରକୁ ବଳପୂର୍ବକ ନିୟନ୍ତ୍ରଣକୁ ନେବାକୁ ଚାହୁଁନାହାନ୍ତି, ସରକାର ନିଃସର୍ତ୍ତ ଆତ୍ମସମର୍ପଣ କରନ୍ତୁ ବୋଲି ଘୋଷଣା କରିଥିଲେ । ଅନ୍ୟପକ୍ଷରେ ଆଫଗାନ୍ ଆଭ୍ୟନ୍ତରୀଣ ମନ୍ତ୍ରୀ ଅବଦୁଲ୍ ମିର୍ଜାକ୍ୱାଲ୍ କହିଥିଲେ ଯେ, କାବୁଲ୍ ଆକ୍ରମଣର ଶିକାର ହେବ ନାହିଁ। ଶାନ୍ତିପୂର୍ଣ୍ଣ ଭାବେ କ୍ଷମତା ହସ୍ତାନ୍ତର କରାଯିବ। ତାଲିବାନ ମଧ୍ୟସ୍ଥମାନେ ରାଷ୍ଟ୍ରପତି ପ୍ୟାଲେସକୁ ଯିବା ପରେ, ରାଷ୍ଟ୍ରପତି ଅସରଫ ଘନି ପଦତ୍ୟାଗ କରିଥିବା ସୂଚନା ମିଳିଛି। କୁହାଯାଉଛି, ପୂର୍ବତନ ଆଭ୍ୟନ୍ତରୀଣ ମନ୍ତ୍ରୀ ଅଲି ଅହମଦ୍ ଜଲାଲୀ ଅନ୍ତରୀଣ ସରକାରର ନେତୃତ୍ୱ ନେଇପାରନ୍ତି। ତେବେ ବୈଦେଶିକ ବ୍ୟାପାର ବିଶେଷଜ୍ଞଙ୍କ ମତରେ ଆଫଗାନିସ୍ତାନର ଶାସନକ୍ଷମତା ତାଲିବାନ ହାତକୁ ଯିବା ଭାରତ ପାଇଁ ଆଦୌ ଶୁଭଙ୍କର ନୁହେଁ।

Advertisment

ଏପଟେ ତାଲିବାନ ବଗ୍ରାମ ଏୟାରବେସକୁ ଅକ୍ତିଆରକୁ ନେବା ସହ ୫ ହଜାର ବନ୍ଦୀଙ୍କୁ ମୁକ୍ତ କରିଛି। ସହରରେ ତାଲିବାନ ପ୍ରବେଶ ପରେ କାବୁଲବାସୀ ଆତଙ୍କିତ ହୋଇପଡ଼ିଛନ୍ତି । ବ୍ୟାଙ୍କ୍ ଆଗରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। କାବୁଲରେ ଥିବା ବିଭିନ୍ନ ଦେଶର ଦୂତାବାସ କର୍ମଚାରୀ ମଧ୍ୟ ଭୟଭୀତ ଅଛନ୍ତି। ତାଲିବାନ ଆସୁଥିବା ସ୍ପଷ୍ଟ ହେବା ପରେ, ଆମେରିକା ଦୂତାବାସରେ ଗୋପନୀୟ ଦସ୍ତାବିଜ ଜାଳି ଦିଆଯାଇଛି। ଆମେରିକୀୟଙ୍କୁ ଉଦ୍ଧାର କରିବା ପାଇଁ ୫ହଜାର ସୈନ୍ୟ ପଠାଇବା ସହ, ମିଶନରେ ବାଧା ଦେଲେ ପରିଣାମ ଭୋଗିବାକୁ ପଡ଼ିବ ବୋଲି ତାଲିବାନକୁ ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଭାରତୀୟ ଦୂତାବାସରୁ କର୍ମଚାରୀଙ୍କୁ ଉଦ୍ଧାର କରିବା ପାଇଁ କେନ୍ଦ୍ର ସରକାର ପ୍ରୟାସ ଜାରି ରଖିଥିବା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏପଟେ ଭାରତରେ ରହୁଥିବା ଆଫଗନୀମାନେ ନିଜ ଆତ୍ମୀୟସ୍ୱଜନଙ୍କ ସୁରକ୍ଷାକୁ ନେଇ ଚିନ୍ତାରେ ଅଛନ୍ତି।

କେବଳ ଏବେ ନୁହେଁ, ୧୯୯୬ରେ ବି ତତ୍କାଳୀନ ବୁର୍ହାନୁଦ୍ଦିନ ରବାନି ସରକାରକୁ ହଟାଇ କାବୁଲ୍ ଦଖଲ କରିଥିଲା ତାଲିବାନ। ୨୦୦୧ରେ ଆମେରିକା ସେନା ପ୍ରବେଶ କରିବା ବେଳକୁ, ଏହି ଆତଙ୍କୀ ସଂଗଠନ ଦେଶର ପ୍ରାୟ ୯୦ ପ୍ରତିଶତ କବଜା କରିସାରିଥିଲା। ତେବେ ଦୀର୍ଘ ୨ ଦଶନ୍ଧି ପରେ ଆମେରିକାର ସେନା ପ୍ରତ୍ୟାହାର ନସରୁଣୁ, ପୁଣି କାବୁଲ୍ କବଜା କରିନେଇଛି ତାଲିବାନ। ହେଲେ ପ୍ରଶ୍ନ ଉଠୁଛି, ବର୍ଷ ବର୍ଷ ଧରି ଲଢ଼େଇ ଏବଂ ହଠାତ୍ ପୂରା ଦେଶ ଦଖଲ ଏସବୁ ପାଇଁ ତାଲିବାନ ଅର୍ଥବଳ ପାଉଛି କେଉଁଠୁ? ୨୦୧୬ରେ ଫୋର୍ବସ୍ ତାଲିକାରେ ବିଶ୍ୱର ପଞ୍ଚମ ଧନୀ ଆତଙ୍କୀ ସଂଗଠନ ଥିଲା ତାଲିବାନ। ସେତେବେଳେ ତା ପାଖରେ ଥିଲା ୪୦ କୋଟି ଡଲାର୍ ସଂପତ୍ତି ୨୦୧୯-୨୦ ବେଳକୁ ଏହା ୧୬୦ କୋଟିକୁ ବୃଦ୍ଧି ପାଇଥିଲା। ତାଲିବାନର ଆୟର ପ୍ରମୁଖ ଉତ୍ସ ହେଉଛି ଖଣି ଓ ଡ୍ରଗ୍ସ କାରବାର, ବିଦେଶୀ ଅନୁଦାନ, ଅସୁଲି ଆଦାୟ ଏବଂ ରିୟଲ୍ ଇଷ୍ଟେଟ୍ କୁହାଯାଏ। ତାଲିବାନର ବାର୍ଷିକ ଆୟ ଆଫଗାନିସ୍ତାନ ସରକାରର ପ୍ରତିରକ୍ଷା ବଜେଟ୍ ଠାରୁ ପ୍ରାୟ ୩୦ ଗୁଣ ଅଧିକ।

Advertisment
Afghanistan India Taliban
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ