Urban unemployment rate declines to 6.8% in January-March 2023
କମୁଛି ସହରାଞ୍ଚଳ ବେକାରୀଙ୍କ ସଂଖ୍ୟା। ବିଗତ ୫ ବର୍ଷ ମଧ୍ୟରେ ଦେଶରେ ସହରାଞ୍ଚଳ ବେକାରୀଙ୍କ ହାର ସବୁଠୁ କମ୍ ରହିଛି। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ବା NSO ପକ୍ଷରୁ ଏହି ସୂଚନା ମିଳିଛି।
NSO ପକ୍ଷରୁ Periodic Labour Force Survey(PLFS) ସର୍ଭେକ୍ଷଣ ଅନୁସାରେ, ୨୦୨୩ ମାର୍ଚ୍ଚରେ ଶେଷ ହେଉଥିବା ତ୍ରୈମାସିକ ରିପୋର୍ଟରେ ସହରାଞ୍ଚଳ ବେକାରୀ ହାର
୬ ଦଶମିକ ୮ ପ୍ରତିଶତ ରହିଛି। ଯାହାକି ଗତ ୫ ବର୍ଷ ଭିତରେ ସର୍ବନିମ୍ନ ବୋଲି ଜଣାପଡ଼ିଛି।
ତଥ୍ୟ ଅନୁସାରେ, ୨୦୨୨-୨୩ ଆର୍ଥିକ ବର୍ଷରେ ଦେଶର ସହରାଞ୍ଚଳରେ ସର୍ବାଧିକ ସଂଖ୍ୟାରେ ଚାକିରି ଆଶାୟୀ ଚାକିରି ଅନୁସନ୍ଧାନ କରିଥିବା ବେଳେ ସେହି ଅନୁପାତରେ ଚାକିରି ଆଶାୟୀମାନେ କର୍ମ ନିଯୁକ୍ତି ମଧ୍ୟ ପାଇବାରେ ସଫଳ ହୋଇଛନ୍ତି। ଏହା ପୂର୍ବରୁ ଗତ ଡିସମ୍ବେରରେ ଶେଷ ହୋଇଥିବା ତ୍ରୈମାସିକ ରିପୋର୍ଟ ଅନୁସାରେ, ବେକାରୀ ହାର ଥିଲା ୭.୨ ପ୍ରତିଶତ।
ସେହିପରି ଗତବର୍ଷ ଏହି ସମୟ ସୁଦ୍ଧା ସହରାଞ୍ଚଳ ବେକାରୀ ହାର ୮ ଦଶମିକ ୨ ପ୍ରତିଶତ ରହିଥିଲା। ୨୦୧୭-୧୮ ଆର୍ଥିକ ବର୍ଷଠୁ ଏବେ ପର୍ଯ୍ୟନ୍ତ ଏହି ହାର ସବୁଠୁ କମ୍ ହୋଇଥିବାରୁ ସହରାଞ୍ଚଳ ନିଯୁକ୍ତି କ୍ଷେତ୍ର ଲାଗି ପାଇଁ ଭଲ ଖବର ବୋଲି କୁହାଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/____1685419340.jpg)