Advertisment

IAS ଅଫିସରଙ୍କୁ ପରିବା ବାଲା କରିଦେଲେ ବୁଢ଼ୀ ମାଉସୀ

ବୁଢୀ ମାଉସୀର କଥା ରଖିଲେ, ରାସ୍ତା କଡ଼ରେ ପରିବା ବିକ୍ରି କଲେ ଆଇଏଏସ୍‌ ଅଧିକାରୀ। ହୁଏତ ଏହି ଘଟଣା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଆଉ କହିବେ, ଜଣେ ଆଇଏଏସ ଅଫିସର ହୋଇ ରାସ୍ତା କଡ଼ରେ କେମିତି ପରିବା ବିକ୍ରି କଲେ? କିନ୍ତୁ ଘଟଣା ପୂରା ସତ। ଉତ୍ତରପ୍ରଦେଶର ପ୍ରୟାଗରାଜରେ ଏପରି ଘଟଣା ଘଟିଛି। IAS ଅଖିଳେଶ ମିଶ୍ରଙ୍କ ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ଅଦ୍ୟତନ ହୋଇଛି
IAS Officer

IAS Officer

Advertisment

ଲକ୍ଷ୍ନୌ: ବୁଢୀ ମାଉସୀର କଥା ରଖିଲେ, ରାସ୍ତା କଡ଼ରେ ପରିବା ବିକ୍ରି କଲେ ଆଇଏଏସ୍‌ ଅଧିକାରୀ। ହୁଏତ ଏହି ଘଟଣା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଆଉ କହିବେ, ଜଣେ ଆଇଏଏସ ଅଫିସର ହୋଇ ରାସ୍ତା କଡ଼ରେ କେମିତି ପରିବା ବିକ୍ରି କଲେ? କିନ୍ତୁ ଘଟଣା ପୂରା ସତ। ଉତ୍ତରପ୍ରଦେଶର ପ୍ରୟାଗରାଜରେ ଏପରି ଘଟଣା ଘଟିଛି। IAS ଅଖିଳେଶ ମିଶ୍ରଙ୍କ ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ନିତିଦିନ ପରି IAS ଅଖିଳେଶ ମିଶ୍ର ନିଜର ସରକାରୀ ଗାଡ଼ିରେ ଆବାସିକ କାର୍ଯ୍ୟାଳୟକୁ ଫେରୁଥିଲେ। ପ୍ରତିଦିନ ପରି ସେହି ଦିନ ବି ରାସ୍ତାରେ ପରିବା ମାର୍କେଟ୍‌ ପଡ଼ିଥିଲା। ହଠାତ୍‌ IAS ଅଖିଳେଶ ମିଶ୍ର ସେଠାରେ ହିଁ ଅଟକି ଯାଇଥିଲେ ଆଉ ନିଜ ଗାଡ଼ିରୁ ଓହ୍ଲାଇ ପଡ଼ିଥିଲେ। ଆଉ ନିଜକୁ ସମ୍ଭାଳିପାରିନଥିଲେ ତେଣୁ ବୁଢ଼ୀ ମାଉସୀ ପାଖକୁ ଚାଲିଯାଇଥିଲେ।

Advertisment

ବୁଢ଼ୀ ମାଉସୀକୁ ତ ଠିକ୍‌ ଭାବରେ ଦେଖାଯାଉନି କି ଶୁଣା ଯାଉନି। ସେ ବି କାହିଁ ଜାଣିବ କଣ ଏହି IAS ଅଫିସର ମାନେ? ସେ ଅଖିଳେଶଙ୍କୁ ଦେଖି ସାଙ୍ଗେ ସାଙ୍ଗେ କହିଲା ବାପରେ, ମୋର ନାତି ଏଇ ଟିକିଏ ଆଗକୁ ଯାଇଛି। ତୁ ଟିକିଏ ବସନ୍ତୁନି ଏହି ଦୋକାନରେ, ମୁଁ ଟିକିଏ ତାକୁ ଡାକି ଆଣନ୍ତି। ବୁଢ଼ୀ ମାଉସୀର କଥା ନସରୁଣୁ ସାଙ୍ଗେ ସାଙ୍ଗେ ହଁ ମାରିଥିଲେ IAS ଅଖିଳେଶ ମିଶ୍ର। ଆଉ ତାହା ପରେ ବୁଢ଼ୀ ମାଉସୀ ଜଣକ ନାତିକୁ ଡାକିବାକୁ ଯାଇଥିଲେ। ଆଉ ଦଣ୍ଡି ଓ ବଟକରା ଧରି ପରିବା ବିକିଥିଲେ ଆଇଏଏସ ଅଫିସର। କିନ୍ତୁ ପରିବା ଦର ଜଣାନଥିବାରୁ ବୁଢୀ ମାଉସୀକୁ ପଚାରିଥିଲେ ଓ ପରିବା ବିକ୍ରି ଆରମ୍ଭ କରିଦେଇଥିଲେ।

ଆଉ ଏହାରି ମଧ୍ୟରେ ପରିବା ବିକ୍ରି କରିଚାରିଥିଲେ ଆଇଏଏସ ଅଫିସର। ଗ୍ରାହକମାନେ ବି ଦୋକାନ ଆଗରେ ବେଶ୍‌ ଭିଡ଼ ଜମାଇଥିଲେ। ଆଉ ବୁଢ଼ୀ ମାଉସୀ ଫେରିବା ପରେ କେତେ ଟଙ୍କାରେ ବିକ୍ରି କରିଥିଲେ ପରିବା ତାହାର ହିସାବ ମଧ୍ୟ ଦେଇଥିଲେ ଆଇଏଏସ ଅଫିସର। ତେବେ ଏହାରି ମଧ୍ୟରେ IAS ଅଖିଳେଶ ମିଶ୍ରଙ୍କର ଜଣେ ବନ୍ଧୁ ପରିବା ବିକ୍ରି କରୁଥିବାର ଫଟୋ ଉଠାଇ ସୋସିଆଲ ମିଡ଼ିଆରେ ଭାଇରାଲ କରିଥିଲେ। ପରେ ଏହି ଫଟୋ ଏବେ ସୋସିଆଲ ମିଡ଼ିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି। IAS ଅଖିଳେଶ ମିଶ୍ରଙ୍କର ଏପରି କାର୍ଯ୍ୟକୁ ସାଧାରଣ ବେଶ୍‌ ପ୍ରଶଂସା କରାଯାଉଛି।

Advertisment
India UP IAS Officer Sells Veggies
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ