Advertisment

ଲଖିମପୁର ଖେରି ହିଂସାକାଣ୍ଡ : ମୃତ ଚାଷୀଙ୍କ ପରିବାକୁ ୪୫ ଲକ୍ଷ ସହାୟତା ସହ ପରିବାରର ଜଣକୁ ଚାକିରି ଦେବାକୁ ଘୋଷଣା

ଉତ୍ତରପ୍ରଦେଶ ଲଖିମପୁର ଖେରିରେ ମୃତ ୪ ଚାଷୀଙ୍କ ପରିବାରକୁ ମିଳିବ ୪୫ ଲକ୍ଷ ଟଙ୍କାର ସହାୟତା । ଏହାସହ ପରିବାରର ଜଣକୁ ଚାକିରି ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି ।

ଅଦ୍ୟତନ ହୋଇଛି
Lakhimpur Kheri violence

Lakhimpur Kheri violence

Advertisment

ଲଖିମପୁର : ଉତ୍ତରପ୍ରଦେଶ ଲଖିମପୁର ଖେରିରେ ମୃତ ୪ ଚାଷୀଙ୍କ ପରିବାରକୁ ମିଳିବ ୪୫ ଲକ୍ଷ ଟଙ୍କାର ସହାୟତା । ଏହାସହ ପରିବାରର ଜଣକୁ ଚାକିରି ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ତେବେ ଘଟଣାରେ ଆହତ ଚାଷୀଙ୍କ ପିଛା ୧୦ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରାଯାଇଛି । ଏହାସହ ଘଟଣାର ତଦନ୍ତ ଜଣେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କ ଦ୍ୱାରା କରାଯିବ ବୋଲି ଯୋଗୀ ସରକାର ଘୋଷଣା କରିଥିବା କହିଛନ୍ତି ଆଇନଶୃଙ୍ଖଳା ଏଡିଜି ପ୍ରଶାନ୍ତ କୁମାର ।

Advertisment

ସେପଟେ ପୀଡ଼ିତ ଚାଷୀଙ୍କ ପରିବାରକୁ ଭେଟିବା ଲାଗି ଆମ୍ ଆଦମୀ ପାର୍ଟିର ଏକ ପ୍ରତିନିଧି ଦଳ ଦିଲ୍ଲୀରୁ ଗସ୍ତ ଆରମ୍ଭ କରିଛନ୍ତି । ତେବେ ଲଖିମପୁର ଖେରି ଅଞ୍ଚଳକୁ ବାହାର ଲୋକଙ୍କ ପ୍ରବେଶ ରୋକିବା ଲାଗି ସେଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅନ୍ୟପକ୍ଷରେ ସେଠାକୁ ଯିବାକୁ ବାହାରିଥିବା ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ, ତାଙ୍କ ଦାଦା ଶିବପାଲ ଯାଦବଙ୍କୁ ବପୋଲିସରେ ଅଟକ ରଖାଯାଇଛି ।

Advertisment

ସେହିପରି କଂଗ୍ରେସ ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ରାଜ୍ୟ ପୋଲିସ ସୀତାପୁର ହରଗାଁଓ ଅତିଥି ଭବନରେ ଅଟକ ରଖିଛି । ପରିସ୍ଥିତି ବିଗୁଡ଼ିଥିବାରୁ ଲଖିମପୁର ଖେରି ଅଞ୍ଚଳରେ ଅଧିକରୁ ଅଧିକ ପୋଲିସ ମୁତୟନ କରାଯାଇଛି । ଏହାସହ ସଂପୃକ୍ତ ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ କରି ଦିଆଯାଇଛି ।

ସୂଚନାଯୋଗ୍ୟ କୃଷକଙ୍କ ଉପରେ ଏସ୍‌ୟୁଭି ଚଢ଼ାଇ ଦେବା ଅଭିଯୋଗରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଇଛି। ଆଶିଷ ମିଶ୍ରଙ୍କ ସମେତ ୧୪ ଜଣଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି। ହିଂସାକାଣ୍ଡରେ ୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୪ ଜଣ କୃଷକ ଅଛନ୍ତି।

Advertisment
Farmers Protest Lakhimpur Kheri Violence
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ