Advertisment

ବାହାଘର ପୂର୍ବରୁ ନିଆରା ଫଟୋ ସୁଟ୍ : ଭିଡିଓ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଲୋକେ

ବିବାହ ପୂର୍ବରୁ ଏମିତି ହେଲେ କଥା ସରିଲା। ଏ କଥା ବାହାଘର ବେଳର ନୁହେଁ। ବିବାହ ପୂର୍ବରୁ ଦେଖିବାକୁ ମିଳିଲା କିଛି ଏମିତି ଦୃଶ୍ୟ। ଯେଉଁ ଭିଡିଓ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଲୋକେ...

ଅଦ୍ୟତନ ହୋଇଛି
Special Story

Special Story

Advertisment

ଆଜିକାଲି ବାହାଘର ପୂର୍ବରୁ ହେଉଛି ପ୍ରି ୱେଡିଂ ସେଲିବ୍ରେସନ। ଉଭୟ ବର-କନ୍ୟା ପ୍ରି ୱେଡିଂ ଫଟୋସୁଟରେ ଏକାଠି ହେଉଛନ୍ତି। ଯାହାକି ଆଜିକାଲିର ଟ୍ରେଣ୍ଡ। ଏବେ ଏହା ବହୁତ ଲୋକପ୍ରିୟ। ଏମିତିକି ପ୍ରି ୱେଡିଂ ଫଟୋସୁଟ କରିବା ପାଇଁ ବର-କନ୍ୟା ହଜାରେରୁ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରୁଛନ୍ତି। କିଛି ଫଟୋସୁଟ୍ ଏପରି ହୋଇଥାଏ, ଯାହାକୁ ଦେଖିବା ପରେ ସୋସିଆଲ ମିଡିଆ ୟୁଜର୍ସ ଆଶ୍ଚର୍ଯ୍ୟ ହୋଇ ଯାଆନ୍ତି।

Advertisment

ପ୍ରି ୱେଡିଂ ଫଟୋସୁଟ ବେଳେ ଫଟୋଗ୍ରାଫର ବରକନ୍ୟାଙ୍କୁ ଯେମିତି ପୋଜ ଦେବାକୁ କହିଥାଆନ୍ତି, ସେମାନେ ସେମିତି ହିଁ କରିଥାନ୍ତି । ଏବେ ସୋସିଆଲ ମିଡିଆରେ ଏକ ଫଟୋସୁଟର ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ଲାଗୁଛି, ଫଟୋସୁଟ କରିବା ପାଇଁ ଏମିତି କାମ କରିବାକୁ ପଡିଥାଏ।

ମାତ୍ର ୩୮ ସେକେଣ୍ଡର ଏହି ଭିଡିଓରେ ବର ଓ କନ୍ୟା ଏକ ଫଟୋସୁଟର ପୋଜ୍ ଦେଉଛନ୍ତି। କିନ୍ତୁ ବରର ପୋଜ୍ ସମ୍ପୂର୍ଣ୍ଣ ଭିନ୍ନ ହୋଇଥିଲେ ବି ବିପଜ୍ଜନକ ରହିଛି। ପାଦ ବଦଳରେ ବର ଜଣକ ହାତରେ ଠିଆ ହୋଇଥିବା ଦେଖିବାକୁ ମିଳୁଛି। ଯଦି ଅସା‌ବଧାନତା ହେତୁ ତାଙ୍କ ହାତ ଖସି ଯାଏ, ତେବେ ବରକୁ ନିଶ୍ଚିତ ଭାବେ ଆଘାତ ପାରେ।

Advertisment

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓଟିକୁ ଟ୍ୱିଟରରେ ସେୟାର କରାଯାଇଛି। ଭିଡିଓଟିକୁ ମାତ୍ର ୫ ଦିନରେ ୮୫ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି। ଆଉ କ୍ୟାପସନରେ ଲେଖା ହୋଇଛି, ବିବାହ ପୂର୍ବରୁ ଫିଟୋସୁଟ କଠିନ ହେବାରେ ଲାଗିଛି । ଏହା ଭଲ ଯେ ଆପଣ ଏହାକୁ ପୂର୍ବରୁ ଶେଷ କରି ଦେଇଛନ୍ତି । ସୋସିଆଲ ମିଡିଆ ବ୍ୟବହାରକାରୀ ଏ ଭିଡିଓ ଦେଖିବା ପରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି।

Pre-Wedding Photoshoot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ