Advertisment

ଇଂରାଜୀରେ M.A କରିଛନ୍ତି, କିନ୍ତୁ ଏବେ ଚା’ ବିକୁଛନ୍ତି...

ଚାକିରି ପଛରେ ନଗୋଡ଼ାଇ ଆତ୍ମନିର୍ଭରଶୀଳର ନୂଆ ପନ୍ଥା ଆପଣାଇଲେ ଟୁକ୍‌ଟୁକି। କହିଲେ, ପେଟ ପୋଷିବାରେ ଲାଜ ନାହିଁ

MA IN ENGLISH

MA IN ENGLISH

Advertisment

କଲିକତା: ଇଂରଜୀରେ ଏମ୍‌ଏ କରିଛନ୍ତି, କିନ୍ତୁ ଷ୍ଟେସନ୍‌ରେ ଚା’ଦୋକାନ କରିଛନ୍ତି। ହୁଏତ ଏହା ଜାଣିବା ପରେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଜଣେ ଇଂରାଜୀ ଭଳି ବିଷୟରେ ଏମ୍‌ଏ କରିବା ପରେ ଚାହା ଦୋକାନ କାହିଁକି କଲେ? ଆଜିକାଲି ତ ଅନେକ ପ୍ରକାର କମ୍ପାନୀ ଚାକିରିଠାରୁ ଆରମ୍ଭ କରି ଛୋଟମୋଟ ଅନେକ ଚାକିରି ମିଳୁଛି। କିନ୍ତୁ କଣ ଆବଶ୍ୟକତା ରହିଥିଲା ଯେ, ଏତେ ପାଠ ପଢିବା ପରେ ସାଧାରଣ ଲୋକଙ୍କ ପରି ଚା ଦୋକାନ କଲେ? ତାହା ପୁଣି ଷ୍ଟେସନ ପାଖରେ। କିନ୍ତୁ ଏହି ଘଟଣା ପଛରେ ଯେଉଁ କାହାଣୀ ଲୁଚି ରହିଛି ତାହା ଜାଣିଲେ ଆପଣ ବି ଘଡ଼ିଏ ଆବାକ୍‌ ହୋଇ ରହିଯିବେ।

Advertisment

ସୂଚନା ଅନୁସାରେ, କୋଲକତା ହାୱଡ଼ା ଜିଲ୍ଲାରେ ରହନ୍ତି ଟୁକ୍‌ଟୁକି ଦାସ୍। ବାପା ଓ ମାଆଙ୍କର ଇଚ୍ଛା ଥିଲେ ଟୁକ୍‌ଟୁକି ଭଲ ପାଠ ପଢନ୍ତୁ ଓ ପ୍ରତ୍ୟେକ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରନ୍ତୁ। ଆଉ ବାପା ଓ ମାଆଙ୍କର ସ୍ୱପ୍ନକୁ ମଧ୍ୟ ସାକାର କରିଥିଲେ ଟୁକ୍‌ଟୁକି। କେବଳ ଏତିକି ନୁହେଁ ବରଂ ସେ ସ୍କୁଲରେ ଶିକ୍ଷୟିତ୍ରୀ ହେବା ଲାଗି ଅବିରତ ଚେଷ୍ଟା ମଧ୍ୟ କରୁଥିଲେ। କିନ୍ତୁ ଏତେ ପାଠ ପଢିବା ପରେ ମଧ୍ୟ ତାଙ୍କୁ ସ୍କୁଲରେ ଚାକିରି କଣ ଅନ୍ୟ କୌଣସି ସ୍ଥାନରେ ଚାକିରି ମିଳିନଥିଲା। ତେଣୁ ସେ ଚାକିରି ପଛରେ ନଗୋଡ଼ାଇ ନିଜର ଏକ ଚାହା ଦୋକାନ କରିବାକୁ ନିଷ୍ପତ୍ତି ନେଲେ।

ଆଉ ହାୱଡ଼ା ଷ୍ଟେସନ୍‌ରେ ଚାହା ଦୋକାନ କଲେ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଟୁକ୍‌ଟୁକିଙ୍କ ଚାହା ଦୋକାନ ସମ୍ମୁଖରେ ଏମଏ ଇଂରାଜୀ ଚା’ ବିକାଳି ବୋଲି ଲେଖାଯାଇଛି। ଯାହାକୁ ନେଇ ଏବେ ବେଶ୍‌ ଚର୍ଚ୍ଚା ଚାଲିଛି। କାରଣ ଜଣେ ଏମ୍‌ଏ ଇନ୍‌ ଇଂରାଜୀ କରିବା ପରେ ଚା ଦୋକାନ କରିଥିବା ନେଇ ଅନେକ ଲୋକ ବିଶ୍ୱାସ କରନ୍ତି ନାହିଁ। ତେଣୁ ସେ ଏପରି ବ୍ୟାନର ଲେଖିଥିବା ନେଇ କହିଛନ୍ତି ଟୁକ୍‌ଟୁକି। ଏହାସହ ସେ କହିଛନ୍ତି, ମୁଁ ଯେଉଁ ସମୟରେ ଚାହା ଦୋକାନ କଲି ସେବେଠୁ ଅନେକ ଏଠାକୁ ଚାହା ପିଇବାକୁ ଆସନ୍ତି। ସେମାନଙ୍କ ମଧ୍ୟରୁ ଅନେକ ସମାଲୋଚନା ମଧ୍ୟ କରନ୍ତି।

Advertisment

କିନ୍ତୁ ମତେ କୌଣସି ଫରକ ପଡ଼େ ନାହିଁ। କାରଣ ମତେ ଜଣା ଅଛି ଆଜିର ଦିନରେ ଚାକିରି ମିଳିବା କେତେ କଷ୍ଟ? ମୁଁ କିଛି ଭୁଲ କରିନାହିଁ ମଧ୍ୟ। ଚାହା ଦୋକାନ କରି ପେଟ ପୋଷୁଛି। ତେଣୁ କାହାର କହିବାରେ ମତେ କୌଣସି ମତଲବ୍‌ ନାହିଁ ବୋଲି ଟୁକ୍‌ଟୁକି କହିଛନ୍ତି। ସେ ଯାହା ବି ହେଉ ଟୁକ୍‌ଟୁକିଙ୍କୁ ନେଇ ଏବେ ସ୍ଥାନୀୟ ଅଂଚଳରେ ବେଶ୍‌ ଚର୍ଚ୍ଚା ଚାଲିଛି।

M.A In English Howrah Railway Station
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ