Advertisment

ବିଲେଇ ଛୁଆ ଭାବି ଘରକୁ ଚିତା ବାଘ ଆଣିଲା କୁନିଝିଅ, ଆଉ ତା ପରେ...

ବିଲେଇ ଛୁଆ ଭାବି ଘରକୁ ଚିତା ବାଘ ଆଣିଲା କୁନିଝିଅ । ମହାରାଷ୍ଟ୍ରରୁ ଏହି ନିଆରା ଘଟଣା ସାମ୍ନାକୁ ଆସିଛି ।

ଅଦ୍ୟତନ ହୋଇଛି
Treating Leopard Cub Kitten Children Brought Home Farm Then Lcla

Treating Leopard Cub Kitten Children Brought Home Farm Then Lcla

Advertisment

ବିଲେଇ ଛୁଆ ଭାବି ଚିତା ବାଘ ଛୁଆକୁ ଘରକୁ ନେଇଆସିଲା କୁନି ଝିଅ । ମହାରାଷ୍ଟ୍ରରୁ ଏହି ନିଆରା ଘଟଣା ସାମ୍ନାକୁ ଆସିଛି । ମହାରାଷ୍ଟ୍ରର ମାଲେଗାଓଁରେ ଜଣେ କୃଷକଙ୍କ ପରିବାର ଗୋଟିଏ ସପ୍ତାହ ପାଇଁ ଏକ ଚିତାବାଘ ଛୁଆକୁ ନିଜ ଘରେ ରଖିଥିଲେ। ଖବର ପାଇ ଘଟଣାସ୍ଥଳରେ ବନ ବିଭାଗର ଅଧିକାରୀ ଆସି ଚିତା ବାଘ ଛୁଆକୁ ଉଦ୍ଧାର କରିଛନ୍ତି ।

Advertisment

ସୂଚନା ଅନୁସାରେ, ଏକ ସପ୍ତାହ ପୂର୍ବରୁ ମହାରାଷ୍ଟ୍ରର ମାଲେଗାଓଁର ସାହେବ୍‌ରାଓ ଗଙ୍ଗାରାମ ଠାକ୍‌ରେ ନାମକ ଜଣେ ଚାଷୀଙ୍କ ଝିଅ ବିଲେଇ ପରି ଦେଖାଯାଉଥିବା ଚିତା ବାଘ ଛୁଆକୁ ବିଲରୁ ଆଣି ନିଜ ଘରେ ରଖିଥିଲା । ଧିରେ ଧିରେ ପାଖ ଆଖର ପିଲାମାନେ ତା ସହ ଖେଳିବାକୁ ଲାଗିଲେ । ସେ ଦେଖିବାକୁ ବିଲେଇ ଠାରୁ ଭିନ୍ନ ରଙ୍ଗ ଥିଲେ ଏବଂ ସୁନ୍ଦର ଦେଖାଯାଉଥିଲା । ପିଲାମାନେ ଅନେକ ଦିନ ଧରି ସେହି ଶାବକ ସହ ଖେଳି ଆସୁଥିଲେ । ହେଲେ ସୂଚନା ପାଇବା ପରେ ବନ ବିଭାଗର ଏକ ଟିମ୍‌ ଚାଷୀଙ୍କ ଘରକୁ ଯାଇ ଶାବକକୁ ଉଦ୍ଧାର କରିଥିଲେ । ଯେତେବେଳେ କୃଷକଙ୍କ ପରିବାର ଜାଣିବାକୁ ପାଇଲେ ଯେ ଏହା ଏକ ବିଲେଇ ନୁହେଁ ବରଂ ଏକ ଚିତାବାଘ, ସେମାନେ ଭୟଭୀତ ହୋଇଗଲେ ।

ଏନେଇ କୃଷକ ସାହେବ୍‌ରାଓ ଠାକରେ କହିଛନ୍ତି, ମୋ ଘର ପାଖରେ ୫୦ ଫୁଟରେ ଏକ ଆଖୁ କ୍ଷେତ ଅଛି । ପାଖରେ କିଛି ଗଛ ମଧ୍ୟ ଅଛି । ସେଠାରେ ପିଲାମାନେ ଏକ ବିଲେଇ ପରି ଏକ ଶାବକକୁ ପାଇଥିଲେ । ଯାହା ପରେ ସମସ୍ତେ ଏହି ବିଲେଇ ଛୁଆଟିକୁ ଘରେ ରଖିବାକୁ ଅନୁରୋଧ କଲେ । ତେଣୁ ସେ ଏହି ଶାବକକୁ ନିଜ ଘରେ ରଖିଲେ । ହେଲେ ଯେତେବେଳେ ମୁଁ ଯାଇ ଦେଖିଲି ଏହା ଏକ ଚିତାବାଘ ପରି ଦେଖାଯାଉଛି । ହେଲେ ମଧ୍ୟ ସେମାନେ ଦ୍ୱନ୍ଦରେ ଥିଲେ କି ଏହା ଏକ ବିଲେଇ କି ଚିତାବାଘର ଛୁଆ ।

Advertisment

ତେବେ ଚିତା ବାଘର ମା’ ଆଖୁ କିଆରୀରେ ରହିଥିବା ଆଶଙ୍କାରେ ସେମାନେ ଛୁଆଟିକୁ ଘର ବାହାରେ ରଖିଥିଲେ । ହେଲେ ପୁରା ଦିନ ବିତିଗଲା ଶାବକ ଚିତାବାଘର ମାଆ ଆସିଲା ନାହିଁ । ଚିତାବାଘର ଛୁଆ କ୍ଷେତକୁ ଯାଇକି ବୁଲି ପୁଣି ଘରକୁ ପଳେଇଆସେ । ଏହିପରି ଭାବରେ ୨ରୁ ୩ ଦିନ ବିତିଗଲା । ପିଲାମାନେ ଏହି ଶାବକ ସହ ଖେଳିବାକୁ ଲାଗିଲେ । ଏହାସହ ଶାବକଟି ଘର ଚାରିପାଖରେ ବୁଲୁଥିଲା । ପରିବାର ସଦସ୍ୟମାନେ ତାକୁ କ୍ଷୀର ଓ ରୁଟି ଖାଇବାକୁ ଦେଉଥିଲେ । ହେଲେ ମଧ୍ୟ ସେମାନେ ଦ୍ୱନ୍ଦରେ ଥିଲେ କି ଏହା ଏକ ବିଲେଇ କି ଚିତାବାଘର ଛୁଆ ।

ଏହାସହ ସେ କହିଛନ୍ତି ଯେ, ଖେଳରେ ଏତେ ମସ୍‌ଗୁଲ ଥିଲା ଯେ, ତାଙ୍କ ୨ ବର୍ଷର ନାତୁଣୀକୁ ମଧ୍ୟ କାମୁଡିଦେଇଥିଲା । ଯେତେବେଳେ ୬ ରୁ ୭ ଦିନ ଏହିପରି ହେବାରେ ଲାଗିଲା ଯାହା ପରେ ସେମାନେ ବନ ବିଭାଗକୁ ସୂଚନା ଦଦେଇଥିଲେ । ବନ ବିଭାଗର ଏକ ଟିମ୍ ଆସି ଛୁଆଟିକୁ ଜବତ କରିଛନ୍ତି । ତେବେ ସତର୍କତା ଅବଲମ୍ବନ କରି ସେ ପ୍ରତିଦିନ ଚିତାବାଘ ଛୁଆକୁ ଦେଢ଼ ଲିଟର କ୍ଷୀର ଦେଇଥିଲେ। ସେ ଆହୁରି ମଧ୍ୟ ଧ୍ୟାନ ଦେଇଥିଲେ ଯେ ଯଦି ଶାବକ ଚିତାବାଘର ମା’ ତା ଛୁଆକୁ ଖୋଜିବା ଆଳରେ ଏଠାକୁ ନ ଆସିଯାଉ ।

Advertisment

ବନ ବିଭାଗର ମାଲେଗାଓଁ ରେଞ୍ଜର ଅଧିକାରୀ ବୈଭବ ହିରେ କହିଛନ୍ତି, ଏହି ଶାବକଟି ୨ ମାସର ପୁରୁଷ ଜାତିର ଛୁଆ। କୃଷକଙ୍କ ପରିବାର ଲୋକେ ଶାବକଟିକୁ କ୍ଷୀର ଦେଉଥିବା ହେତୁ ସେ ସେଠାରୁ ଯାଉନଥିଲା । ବରଂ ପିଲାମାନଙ୍କ ସହ ଖେଳୁଥିଲା । ବନ୍ୟପ୍ରାଣୀ ଆଇନ୍‌ ଅନୁଯାୟୀ ନିୟମ ଅନୁଯାୟୀ ଛୁଆକୁ ହେପାଜତରେ ନେଇଛୁ । ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ଶାବକଟିର ଯତ୍ନ ନିଆଯାଉଛି ।

Leopard Cub
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ