ଥମିବାର ନାଁ ନେଉନି ବର୍ଦ୍ଧିତ ତୈଳ ଦର

ଆଜି ପୁଣି ବଢିଲା ତୈଳ ଦର । ଗତ ମଙ୍ଗଳବାର-ବୁଧବାର ଦିନ ତୈଳ ଦରରେ କୌଣସି ପରିବର୍ତ୍ତନ ହୋଇନଥିଲା । ହେଲେ ଗତକାଲି ପେଟ୍ରୋଲ ଡିଜେଲ୍‌ ଦର ବୃଦ୍ଧି ପାଇବା ପରେ ଆଜି ମଧ୍ୟ ତେଲ ଦର ବୃଦ୍ଧି ପାଇଛି ।

ତୈଳ ଦରରେ ଲାଗୁନି ଲଗାମ, ଆଜି ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ୍‌ ମୂଲ୍ୟ

News Summary

ଆଜି ପୁଣି ବଢିଲା ତୈଳ ଦର

ଜାଣନ୍ତୁ ଆପଣଙ୍କ ସହରରେ କେତେ

ନୂଆଦିଲ୍ଲୀ: ଆଜି ପୁଣି ବଢିଲା ତୈଳ ଦର । ଗତ ମଙ୍ଗଳବାର-ବୁଧବାର ଦିନ ତୈଳ ଦରରେ କୌଣସି ପରିବର୍ତ୍ତନ ହୋଇନଥିଲା । ହେଲେ ଗତକାଲି ପେଟ୍ରୋଲ ଡିଜେଲ୍‌ ଦର ବୃଦ୍ଧି ପାଇବା ପରେ ଆଜି ମଧ୍ୟ ତେଲ ଦର ବୃଦ୍ଧି ପାଇଛି । ଯାହା ପରେ କ୍ରମାଗତ ଭାବରେ ଆଜି ଦ୍ୱିତୀୟ ଦିନ ପାଇଁ ପେଟ୍ରୋଲ ଏବଂ ଡିଜେଲ ଦର ମହଙ୍ଗା ହୋଇଛି । ବର୍ଦ୍ଧିତ ଦର ଅନୁଯାୟୀ ଦିଲ୍ଲୀରେ ଗତକାଲି ପେଟ୍ରୋଲର ମୂଲ୍ୟ ଲିଟର ପିଛା ୩୫ ପଇସା ବୃଦ୍ଧି ପାଇବାରୁ ପେଟ୍ରୋଲ୍‌ ଲିଟର ପିଛା ୧୦୫.୧୪ ଟଙ୍କାରେ ପହଞ୍ଚିଛି । ସେହିପରି ଡିଜେଲ ମୂଲ୍ୟ ଲିଟର ପିଛା ୩୪ ପଇସା ବୃଦ୍ଧି ପାଇବାରୁ ଡିଜେଲ ଲିଟର ପିଛା ୯୪.୮୭ ଟଙ୍କାରେ ପହଞ୍ଚିଛି ।

ଜାଣନ୍ତୁ ତୈଳ ଦର କେତେ ଥର ବୃଦ୍ଧି ପାଇଛି

ସୂଚନା ଅନୁସାରେ, ଗତ ଦୁଇ ସପ୍ତାହ ମଧ୍ୟରେ ଆଜିକୁ ମିଶାଇ ମୋଟ ୧୪ ତୈଳ ଦର ବୃଦ୍ଧି ପାଇଛି । ସେହିପରି ଗତ ତିନି ସପ୍ତାହରେ ଡିଜେଲ୍‌ ମୂଲ୍ୟ ୧୭ ଥର ବୃଦ୍ଧି ପାଇଛି । ଫଳରେ ଦେଶର ବିଭିନ୍ନ ସହରରେ ପେଟ୍ରୋଲ ଦର ଲିଟର ପିଛା ୧୦୦ ଟଙ୍କା ଛୁଇଁଥିବାବେଳେ ମଧ୍ୟପ୍ରଦେଶ, ରାଜସ୍ଥାନ, ଓଡିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଗୁଜୁରାଟ, ମହାରାଷ୍ଟ୍ର, ଛତିଶଗଡ, ବିହାର, କେରଳ ଏବଂ କର୍ଣ୍ଣାଟକରେ ଡିଜେଲର ମୂଲ୍ୟ ୧୦୦ ଟଙ୍କାରେ ବିକ୍ରି ହେଉଛି ।

ଜାଣନ୍ତୁ ଆପଣଙ୍କ ସହରରେ ଲିଟର ପିଛା କେତେ ରହିଛି

କେମିତି ଜାଣିବେ ପେଟ୍ରୋଲ ଡିଜେଲର ନୂଆ ଦର

ଦେଶରେ ପ୍ରତିଦିନ ସକାଳ ୬ଟାରେ ତେଲ ଦରର ନୂଆ ମୂଲ୍ୟ ପ୍ରକାଶ ପାଇଥାଏ । ଯାହାକୁ କେବଳ ଗୋଟିଏ ମ୍ୟାସେଜ୍ ଦ୍ୱାରା ଫୋନ୍‌ରେ ହିଁ ପେଟ୍ରୋଲ ଡିଜେଲ୍‌ ଦର ଜାଣିପାରିବେ । ଏଥିପାଇଁ ଗ୍ରାହକମାନଙ୍କୁ ଇଣ୍ଡିଆନ୍‌ ଓଏଲ୍‌ SMS ସେବାର ମୋବାଇଲ୍ ନମ୍ବର 9224992249 କୁ RSP <ସ୍ପେସ୍> ପେଟ୍ରୋଲ ପମ୍ପ ଡିଲର କୋଡ୍ ଲେଖି ଏକ SMS ପଠାଇବାକୁ ପଡିବ । ଗ୍ରାହକମାନେ ୱେବ୍‌ସାଇଟ୍‌ରେ ନିଜ ଅଞ୍ଚଳର RSP କୋଡ୍ କୁ ଜାଣିପାରିବେ । ଏହି ମ୍ୟାସେଜ୍‌ଟି ପଠାଇବା ପରେ ଆପଣଙ୍କ ଫୋନକୁ ନୂଆ ପେଟ୍ରୋଲ୍‌ ଡିଜେଲ୍‌ର ଦର ବିଷୟରେ ସୂଚନା ପାଇପାରିବେ ।