Advertisment

ଜୟଲଳିତାଙ୍କ ମୃତ୍ୟୁର ତଦନ୍ତ ସୁପାରିଶ; ଘର ଢିଙ୍କି ସାଜିଥିଲା କୁମ୍ଭୀର!

ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ମୃତ୍ୟୁ ପଛରେ ତାଙ୍କ ଘନିଷ୍ଠ ସହଯୋଗୀ ଭିକେ ଶଶିକଳାଙ୍କ ହାତ ଥିବା ସନ୍ଦେହ କରିଛି ଘଟଣାର ଯାଞ୍ଚ କରୁଥିବା ଗୋଟିଏ କମିଟି। ଏଥିପାଇଁ ଶଶିକଳା ଓ ପୂର୍ବତନ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ବିରୋଧରେ ପୁଲିସ୍‌ ତଦନ୍ତ କରିବାକୁ କମିଟି ପକ୍ଷରୁ ସୁପାରିସ କରାଯାଇଛି।

ଅଦ୍ୟତନ ହୋଇଛି
Jayalalithaas Death

Jayalalithaas Death

Advertisment

ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ମୃତ୍ୟୁର ଅଧିକ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ କରିଛନ୍ତି ଜଷ୍ଟିସ୍‌ ଏ ଆରୁମୁଗାସ୍ୱାମୀ । ତଦନ୍ତ କମିଶନ ବିଶେଷ କରି ଜୟଲଳିତାଙ୍କ ଘନିଷ୍ଠ ସହଯୋଗୀ ଶଶିକଳା, ସେତେବେଳର ମୁଖ୍ୟ ଶାସନ ସଚିବ ରାମା ମୋହନ ରାଓଙ୍କ ଭୂମିକାକୁ ଅପରାଧ କହି ଏମାନଙ୍କ ବିରୋଧରେ ଅଧିକ ତଦନ୍ତ ପାଇଁ ସୁପାରିଶ କରାଯାଇଛି ।

Advertisment

ଜୟଲଳିତାଙ୍କ ମୃତ୍ୟୁର ତଦନ୍ତ କରିଥିବା ମାଡ୍ରାସ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଏ ଆରୁମୁଗାସ୍ୱାମୀ ଏହା ମଧ୍ୟ କହିଛନ୍ତି, ସେତେବେଳର ସ୍ୱାସ୍ଥ୍ୟମନ୍ତ୍ରୀ ବିଜୟ ଭାସ୍କର ଓ ଆପୋଲୋ ହସ୍ପିଟାଲର ଅଧ୍ୟକ୍ଷ ଡାକ୍ତର ପ୍ରତାପ ରେଡ୍ଡି ଭୁଲ ତଥ୍ୟ ଦେଇଥିଲେ । ୨୦୧୬ ସେପ୍ଟେମ୍ବର ୨୨ରେ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଜୟଲଳିତାଙ୍କୁ ଭର୍ତ୍ତି କରାଯାଇଥିଲା । ୭୫ ଦିନର ଚିକିତ୍ସା ପରେ ଡିସେମ୍ବର ୫ରେ ତାଙ୍କର ବିୟୋଗ ହୋଇଥିଲା ।

ଏହି ୭୫ ଦିନ ଭିତରେ ଜୟଲଳିତାଙ୍କ ସଂପର୍କରେ କୌଣସି ତଥ୍ୟ ବାହାରକୁ ଆସୁନଥିଲା । ଏପରିକିି ତାଙ୍କର କୌଣସି ଘନିଷ୍ଠ ବନ୍ଧୁ, ସଂପର୍କୀୟ ମଧ୍ୟ ହସ୍ପିଟାଲରେ ତାଙ୍କୁ ଦେଖା କରିପାରିନଥିଲେ । ଜୟଲଳିତାଙ୍କର କଣ ହୋଇଥିଲା, କେମିତି ଚିକିତ୍ସା ଚାଲିଥିଲା, କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା, ତାକୁ ନେଇ ସନ୍ଦେହ  ଉଠିଥିଲା । ତେଣୁ ତଦନ୍ତ ପାଇଁ ୨୦୧୭ରେ ଗଠନ କରାଯାଇଥିଲା କମିଶନ ଏବଂ ଏହାର ଦାୟିତ୍ୱ ମାଡ୍ରାସ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଏ ଆରୁମୁଗସ୍ୱାମୀଙ୍କୁ ମିଳିଥିଲା ।

Advertisment

ଚେନ୍ନାଇ ଆପୋଲୋର ଆବେଦନକ୍ରମେ ତଦନ୍ତ କମିଶନଙ୍କୁ ସହଯୋଗ କରିବାକୁ ଦିଲ୍ଲୀ ଏମସ୍‌କୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଅବଶ୍ୟ ଦିଲ୍ଲୀ ଏମସ୍‌ ମେଡିକାଲ ବୋର୍ଡ ରିପୋର୍ଟ ଦେଇଥିଲା ଯେ, ଠିକ୍ ଭାବେ ଜୟଲଳିତାଙ୍କ ଚିକିତ୍ସା କରାଯାଇଛି । ସେଥିରେ କୌଣସି ଭୁଲ ନାହିଁ ।

୨୦୨୧ରେ ଡିଏମ୍‌କେ ସରକାର ଗଠନ ହେବା ପରେ ଜୟଲଳିତାଙ୍କ ମୃତ୍ୟୁ ଉପରୁ ପର୍ଦ୍ଦାଫାସ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ । ଏହି କ୍ରମରେ ବିଧାନସଭାରେ ଜୟଲଳିତାଙ୍କ ମୃତ୍ୟୁର ତଦନ୍ତ ରିପୋର୍ଟ ବିଧାନସଭାରେ ଉପସ୍ଥାପନ କରାଯାଇଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ