ଭାରତରେ ଏ ବ୍ୟକ୍ତି ପାଉଛନ୍ତି ସବୁଠୁ ଅଧିକ ଦରମା, ଘରକୁ ନିଅନ୍ତି ୧୭ କୋଟି ଟଙ୍କା ଦରମା

ଭାରତର ବଡ଼ ବଡ଼ କମ୍ପାନୀମାନେ ଅଧିକାରୀମାନଙ୍କୁ ମୋଟା ରକମର ଦରମା ଦେଇଥାନ୍ତି। ସେଥି ମଧ୍ୟରୁ ଜଣେ ଦେଶର ଅଗ୍ରଣୀ ଖାଦ୍ୟ ପ୍ରକ୍ରୀୟାକରଣ ତଥା ପ୍ରସ୍ତୁତକାରୀ କମ୍ପାନୀ ନେସଲେ ଇଣ୍ଡିଆର ସିଇଓ ସୁରେଶ ନାରାୟଣ। ନେସଲେ କଂପାନୀର ପରିଚାଳନା ନିର୍ଦ୍ଦେଶକ ଥିବା ସୁରେଶ ନାରାୟଣ ଭାରତରେ ସବୁଠାରୁ ଅଧିକ ବେତନ ପାଉଥିବା ସିଇଓ।

CEO

News Summary

କୋଟିପତି ଚାକିରିଆ

ଦରମା ୧୭ କୋଟି ଟଙ୍କା

ନୂଆଦିଲ୍ଲୀ: ଆଜିର ମହରଗ ଯୁଗରେ ଦରମା କେବଳ ହ୍ୟାଣ୍ଡ ଟୁ ମାଉଥ। ଜଣେ ସାଧାରଣ ମଣିଷ ଯାହା କିଛି ଦରମା ପାଏ ସେଥିରେ ନିଜେ ଚଳି ପରିବାର ଚଳାଇବା କଷ୍ଟକର ହୋଇ ପଡୁଛି। ହେଲେ ଭାରତରେ ଏମିତି କିଛି ଲୋକ ଅଛନ୍ତି ଯିଏ ମାସକୁ କୋଟି କୋଟି ଟଙ୍କା ଦରମା ପାଇ ଖର୍ଚ୍ଚ କରିବାକୁ ବାଟ ଖୋଜି ବୁଲୁଛନ୍ତି। ସେଥି ମଧ୍ୟରୁ ଜଣେ ସୁରେଶ ନାରାୟଣ। ଯାହାଙ୍କ ଦରମା କଥା ଶୁଣିଲେ ଆପଣ ମୁଣ୍ଡରେ ହାତ ଦେବାକୁ ବାଧ୍ୟ ହେବେ। ଏବେ ଜାଣନ୍ତୁ ସେ କିଏ ଓ ତାଙ୍କ ଦରମା କେତେ।

ଆହୁରି ପଢ଼ନ୍ତୁ : UPPCLରେ ପୂରଣ ହେବ ଏହିସବୁ ଡାଇରେକ୍ଟର ପଦବୀ, ଦରମା ଲକ୍ଷେରୁ ଅଧିକ

ଭାରତର ବଡ଼ ବଡ଼ କମ୍ପାନୀମାନେ ଅଧିକାରୀମାନଙ୍କୁ ମୋଟା ରକମର ଦରମା ଦେଇଥାନ୍ତି। ସେଥି ମଧ୍ୟରୁ ଜଣେ ଦେଶର ଅଗ୍ରଣୀ ଖାଦ୍ୟ ପ୍ରକ୍ରୀୟାକରଣ ତଥା ପ୍ରସ୍ତୁତକାରୀ କମ୍ପାନୀ ନେସଲେ ଇଣ୍ଡିଆର ସିଇଓ ସୁରେଶ ନାରାୟଣ। ନେସଲେ କଂପାନୀର ପରିଚାଳନା ନିର୍ଦ୍ଦେଶକ ଥିବା ସୁରେଶ ନାରାୟଣ ଭାରତରେ ସବୁଠାରୁ ଅଧିକ ବେତନ ପାଉଥିବା ସିଇଓ। ତାଙ୍କ ଦରମା ଲକ୍ଷରେ ସୀମିତ ନାହିଁ। ମାସିକ ସେ ଦରମା ପାଆନ୍ତି ୧୭ କୋଟି ୧୯ ଲକ୍ଷ ଟଙ୍କା। ଚଳିତ ବର୍ଷ ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡର ସିଏମଡି ସଞ୍ଜୀବ ମେହଟାଙ୍କୁ ପଛରେ ପକାଇ ସେ ଭାରତର ଖାଦ୍ୟ ପ୍ରସ୍ତତକାରୀ କମ୍ପାନୀଙ୍କ ମଧ୍ୟରେ ଅଧିକ ଦରମା ପାଉଥିବା ବ୍ୟକ୍ତି ହୋଇ ପାରିଛନ୍ତି।

ଚଳିତ ବର୍ଷ ନାରାୟଣଙ୍କ ଦରମା ୬.୩ ପ୍ରତିଶତ ବୃଦ୍ଧି ହୋଇଛି। ବର୍ତ୍ତମାନ ସେ ୧୭.୧୯ କୋଟି ଟଙ୍କା ଦରମା ପାଉଥିବା ନେସ୍‌ଲେର ୨୦୨୦ ବାର୍ଷିକ ରିପୋର୍ଟରେ ଦର୍ଶାଯାଇଛି। ୨୦୧୯ରେ ଯେତେବେଳେ ନାରାୟଣଙ୍କ ଦରମା ୧୬.୧୭ କୋଟି ଥିଲା, ସେତେବେଳେ ସଞ୍ଜୀବ ମେହଟାଙ୍କ ଦରମା ସବୁଠାରୁ ଅଧିକ ରହିଥିଲା। ୨୦୨୦ ଅର୍ଥିକ ବର୍ଷରେ ସଞ୍ଜୀବ ୧୯.୪୨ କୋଟି ଟଙ୍କା ପାଉଥିବା ବେଳେ ୨୦୨୧ରେ ତାଙ୍କ ଦରମାକୁ ୨୧ ପ୍ରତିଶତ ହ୍ରାସ କରିଛି କମ୍ପାନୀ। ଫଳରେ ତାଙ୍କ ଦରମା ୧୫.୪ କୋଟିକୁ ଖସି ଆସିଛି। ଏବେ ସେ ଦ୍ୱିତୀୟ ସ୍ଥାନକୁ ଖସି ପଡିଥିବା ବେଳେ ମାରିକୋ କମ୍ପାନୀର ସିଇଓ ସୌଗତ ଗୁପ୍ତା ୧୪.୦୨ କୋଟି ଟଙ୍କା ପାଇ ତୃତୀୟ ସ୍ଥାନରେ ରହିଛନ୍ତି।

ସାଧାରଣ ଲୋକଟିଏ ମାତ୍ର କିଛି ଟଙ୍କା ପାଇଁ ସଂଘର୍ଷ କରୁଥିବା ବେଳେ ବଡ଼ ବଡ଼ କଂପାନୀର ଅଧିକାରୀମାନେ ଏତେ ଟଙ୍କା ପାଉଛନ୍ତି, ଯାହାକୁ ଖର୍ଚ୍ଚ କରିବା ସମ୍ଭବ ହେଉନାହିଁ। ଅଧିକାରୀଙ୍କ କାର୍ଯ୍ୟ ଦକ୍ଷତା କାରଣରୁ ବିଭିନ୍ନ କମ୍ପାନୀ ତାଙ୍କୁ ମୋଟା ଅଙ୍କର ଦରମା ପ୍ରଦାନ କରିବାକୁ ବାଧ୍ୟ ହେଉଛନ୍ତି। ସରକାରୀ କ୍ଷେତ୍ରରେ ଏଭଳି ମୋଟା ଅଙ୍କର ବେତନ ସମ୍ଭବ ନୁହେଁ।