Advertisment

ପଞ୍ଜାବରେ ଶାନ୍ତି ଫେରାର ! ସ୍ୱର୍ଣ୍ଣମନ୍ଦିର ନିକଟରେ ସପ୍ତାହକ ମଧ୍ୟରେ ତିନି ତିନିଟି ବିସ୍ଫୋରଣ

ଏପର୍ଯ୍ୟନ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି ପଞ୍ଜାବ ପୋଲିସ । କିଏ କରୁଛି, କାହିଁକି କରୁଛି, ଟେର୍ ପାଉନି ପୋଲିସ . . .

ଅଦ୍ୟତନ ହୋଇଛି
Blasts near Golden Temple

Blasts near Golden Temple

Advertisment

ପୁଣି ଅଶାନ୍ତ ପଞ୍ଜାବ, ଥମୁନି ଆତଙ୍କ । ସପ୍ତାହକ ମଧ୍ୟରେ ହେଲାଣି ତିନି ତିନିଟି ବିସ୍ଫୋରଣ । ପ୍ରଥମେ ଶନିବାର, ପରେ ସୋମବାର, ଆଉ ଗତରାତିରେ ବି ହୋଇଛି ଅଚାନକ ବିସ୍ଫୋରଣ । ସ୍ୱର୍ଣ୍ଣମନ୍ଦିରରୁ ଦୁଇ କିଲୋମିଟର ଦୂର ହେରିଟେଜ ଷ୍ଟ୍ରିଟ୍ ବା ଐତିହ୍ୟପଥରେ ଲଗାତାର ବିସ୍ଫୋରଣ ହେଉଛି । ଦୁଇ ଦିନ ପୂର୍ବରୁ ବିଳମ୍ବିତ ରାତିରେ ଗୁରୁ ରାମଦାସ ନିବାସ ବିଲଡିଂର ପଛପଟେ ବମ୍ ବ୍ଲାଷ୍ଟ୍ ହୋଇଥିବା ବେଳେ, ନ୍ୟାଶନାଲ ଇନଭେଷ୍ଟିଗେସନ ଏଜେନ୍ସି ବା NIA ଏବଂ ପଞ୍ଜାବ ପୋଲିସ ମିଳିତ ଭାବେ ଏହାର ତଦନ୍ତ ଆରମ୍ଭ କରିଛନ୍ତି ।

Advertisment

ବିସ୍ଫୋରଣ ସ୍ଥଳରୁ ଫରେନସିକ ଟିମ୍ ସହାୟତାରେ ନମୁନା ସଂଗ୍ରହ କରାଯାଇଛି ଅନୁସନ୍ଧାନ ପାଇଁ ସ୍ପେଶାଲ ଇନଭେଷ୍ଟିଗେସନ ଟିମ ବା ଏସଆଇଟି ଗଠନ କରିଛି ପଞ୍ଜାବ ପୋଲିସ । ଏହି ବିସ୍ଫୋରଣ ପଛରେ କାହାର ହାତ ରହିଛି ଏବଂ ସେମାନଙ୍କ ଉଦ୍ଦେଶ୍ୟ କଣ ଥିଲା, ଏନେଇ ତଦନ୍ତ କରିବ ଟିମ୍ । ତେବେ ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଏହି ବିସ୍ଫୋରଣ ରିମୋଟ ଚାଳିତ ନୁହେଁ । ଦୁଇଟି ହେଲ୍ଥ ଡ୍ରିଙ୍କ୍ କ୍ୟାନ୍ ଭିତରେ ବିସ୍ଫୋରକ ରଖାଯାଇ ଛୋଟ ବିସ୍ଫୋରଣ କରାଯାଇଛି । ତାସହ ସିସିଟିଭିରୁ ଦୁଇ ଜଣ ସନ୍ଦିଗ୍ଧକୁ ଠାବ କରିଛି ପୋଲିସ ।....

୩ଟି ଯାକ ବିସ୍ଫୋରଣ ଘଟଣାରେ ଏପର୍ଯ୍ୟନ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି ପଞ୍ଜାବ ପୋଲିସ । ମୁଖ୍ୟ ଅଭିଯୁକ୍ତର ଘର ଗୁରୁଦାସପୁର ଜିଲ୍ଲାରେ ହୋଇଥିବା ବେଳେ ଅନ୍ୟ ୪ ଅଭିଯୁକ୍ତଙ୍କ ଘର ଅମୃତସର ଅଞ୍ଚଳରେ । ଅଭିଯୁକ୍ତମାନେ ହେଲେ ଆଜବୀର ସିଂ, ଅମ୍ରିକ ସିଂ, ସାହିବ ସିଂ, ହରଜିତ ସିଂ ଏବଂ ଧର୍ମେନ୍ଦ୍ର ସିଂ ।

Advertisment

ଏମାନଙ୍କ ମଧ୍ୟରୁ ୩ ଜଣ ବିସ୍ଫୋରକ ଯୋଗାଇଥିବା ସୂଚନା ରହିଛି । ଅଭିଯୁକ୍ତଙ୍କ ଠାରୁ କେଜିଏରୁ ଅଧିକ ବିସ୍ଫୋରକ ଜବତ ହୋଇଛି । ତିନୋଟି ସ୍ଥାନରେ ହୋଇଥିବା ବିସ୍ଫୋରଣ ଘଟଣାରେ କ୍ୟାନ୍ ବ୍ୟବହାର କରାଯାଇଛି । ବିସ୍ଫୋରଣ ଲାଗି ବାଣ ପାଇଁ ବ୍ୟବହୃତ ବିସ୍ଫୋରକକୁ ଆଇଇଡିରେ ବ୍ୟବହାର କରାଯାଇଛି ବୋଲି କହିଛନ୍ତି ପଞ୍ଜାବ ପୋଲିସ ଡିଜି । ୩ଟି ଯାକ ବିସ୍ଫୋରଣ ଘଟଣାରେ ପ୍ରାୟ ୨ଶହ ଗ୍ରାମର ବିସ୍ଫୋରକ ବ୍ୟବହାର କରାଯାଇଛି । ଏହି ଘଟଣାର ବିଦେଶୀ ଲିଙ୍କ୍ ମଧ୍ୟ ଥାଇପାରେ ବୋଲି ଆଶଙ୍କା କରୁଛି ପୋଲିସ । ଡିଜିପି କହିଛନ୍ତି, ଏହି ଘଟଣାରେ କେବଳ ଏହି ଅଭିଯୁକ୍ତଙ୍କର ନା ଅନ୍ୟ କାହାର ସଂପୃକ୍ତି ରହିଛି, ସେନେଇ ତନାଘନା ଚଳାଇଛି ତଦନ୍ତକାରୀ ଟିମ୍ ।...

ମେ ୬ ତାରିଖରେ ପଞ୍ଜାବ ଅମୃତସର ହେରିଟେଜ ଷ୍ଟ୍ରିଟ ସାରାଗାରି ସରାଇ ଠାରେ ହୋଇଥିଲା ପ୍ରଥମ ବିସ୍ଫୋରଣ। ଏଥିରେ କିଛି କୋଠାର ଝରକା କାଚ ଗୁଡିକ ଭାଙ୍ଗିଯାଇଥିଲା । ପ୍ରଥମ ବିସ୍ଫୋରଣର ଠିକ୍ ଦିନକ ପରେ ଅର୍ଥାତ ଗତ ୮ତାରିଖରେ ହୋଇଥିଲା ଦ୍ୱିତୀୟ ବିସ୍ଫୋରଣ, ଏଥିରେ ଜଣେ ବ୍ୟକ୍ତି ଆହତ ହୋଇଥିଲେ। ଆଉ ବୁଧବାର ରାତିରେ ହୋଇଛି ତୃତୀୟ ବିସ୍ଫୋରଣ ।...

Advertisment

ପଞ୍ଜାବ ବିସ୍ଫୋରଣ ଘଟଣା ପରେ ଆଇନଶୃଙ୍ଖଳା ପରିସ୍ଥିତି ନେଇ ପ୍ରଶ୍ନ ଉଠାଇଛି ଶିରୋମଣୀ ଗୁରୁଦ୍ୱାର ପ୍ରବନ୍ଧକ କମିଟି । ଏହା ରାଜ୍ୟ ସରକାରଙ୍କ ବିଫଳତା କହିବା ସହ ଶିଖମାନଙ୍କ ପବିତ୍ର ସ୍ଥାନରେ କମିଟି ପକ୍ଷରୁ ସୁରକ୍ଷା ପାଇଁ ଟାସ୍କ ଫୋର୍ସ ବଢାଯାଇଛି ବୋଲି କହିଛନ୍ତି କମିଟି ମୁଖ୍ୟ ହରଜିନ୍ଦର ସିଂ । ଏପଟେ କିଛି ମାସ ହେଲା ବିଭିନ୍ନ ଘଟଣାକୁ ନେଇ ନାକେଦମ ହୋଇଛି ପଞ୍ଜାବ ପୋଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ