Advertisment

ମଦୁଆ ପୁଅର ନିର୍ଯାତନା ସମ୍ଭାଳି ପାରିଲେନି ବାପାମାଆ; ଶେଷରେ ନେଲେ ଏମିତି ଚରମ ନିଷ୍ପତ୍ତି

ଅତ୍ୟାଚାରରେ ଅତିଷ୍ଠ ହୋଇ ପୁଅକୁ ସୁପାରୀ ଦେଇ ମାରିଦେବାକୁ ଯୋଜନା କରିଥିଲେ ବାପାମାଆ ।

ଅଦ୍ୟତନ ହୋଇଛି
Father Kill Son

Father Kill Son

Advertisment

ମଦ୍ୟପ ପୁଅକୁ ସୁପାରୀ କିଲର ଦ୍ୱାରା ହତ୍ୟା କରାଇଲେ ବାପାମାଆ । ତେଲେଙ୍ଗାନା ଖମାମ ଜିଲ୍ଲାରେ ନିଜ ପୁଅକୁ ସୁପାରୀ ଦେଇ ହତ୍ୟା କଲେ ଜନ୍ମଦେଇଥିବା ପିତାମାତା । ଏହି ମାମଲାରେ ସରକାରୀ ସ୍କୁଲ ଅଧ୍ୟକ୍ଷ ଥିବା ଅଭିଯୁକ୍ତ ବାପା, ମା ସମେତ ୬ ଜଣଙ୍କୁ ଗିରଫ କରାଯାଇଛି ।

Advertisment

ମଦ ପିଇ ଘରେ ଦୈନିକ ବାପା, ମାଙ୍କୁ ପିଟୁଥିଲା ପୁଅ ସାଇରାମ୍ । ଅତ୍ୟାଚାରରେ ଅତିଷ୍ଠ ହୋଇ ପୁଅକୁ ମାରିଦେବାକୁ ଯୋଜନା କରିଥିଲେ ବାପାମାଆ । ଏନେଇ ୫ ସୁପାରୀ କିଲରଙ୍କୁ ୮ ଲକ୍ଷ ଟଙ୍କାରେ ନିୟୋଜିତ କରିଥିଲେ ପରିବାର ଲୋକେ । ପ୍ରଥମେ ଦେଢ଼ ଲକ୍ଷ ଏବଂ ହତ୍ୟା ପରଦିନ ବାକି ୬.୫ ଲକ୍ଷ ଦେବାକୁ ଚୁକ୍ତି ମଧ୍ୟ ହୋଇଥିଲା ।

ଆଶ୍ଚର୍ଯ୍ୟର କଥା ଏହା ଯେ ପୁଅର ମୃତଦେହକୁ ପରିବାର ଲୋକେ ଅକ୍ଟୋବର ୧୮ ରେ ସୂର୍ଯ୍ୟପେଟର ଏକ ସ୍ଥାନରେ ପୋତି ଦେଇଥିଲେ, ଯାହାକି କିଛିଦିନ ପରେ ମିଳିଥିଲା । ପୁଅ ଏତେଦିନ ହେବ ଘରେ ଉପସ୍ଥିତ ନଥିବାରୁ ପରିବାର ପକ୍ଷରୁ ଥାନାରେ କୌଣସି ଅଭିଯୋଗ ମଧ୍ୟ ହୋଇନଥିଲା । ସିସିଟିଭି ଫୁଟେଜ୍‌ରୁ ଜଣାପଡ଼ିଛି ଯେ, ହତ୍ୟାରେ ବ୍ୟବହାର କରାଯାଇଥିବା ଘରର କାର୍‌କୁ ପରିବାର ଲୋକେ ଶବ ଚିହ୍ନଟ ପାଇଁ ଆସିବା ଦିନ ମଧ୍ୟ ଆଣିଥିଲେ ।

Advertisment

ପୋଲିସର କହିବାନୁଯାୟୀ ସାଇରାମ ମଦ୍ୟପାନ ପାଇଁ ପିତାମାତାଙ୍କୁ ଟଙ୍କା ମାଗିଥିଲା । ସେମାନେ ଟଙ୍କା ଦେବାକୁ ମନା କରିବାରୁ ସାଇରାମ ଦୁର୍ବ୍ୟବହାର କରିବା ସହ ବାପାମାଆଙ୍କୁ ମାଡ଼ ମଧ୍ୟ ମାରିଥିଲା। ପରିବାର ସଦସ୍ୟ କହିଛନ୍ତି ଯେ, ସେମାନେ ତାଙ୍କୁ ହାଇଦ୍ରାବାଦର ଏକ ନିଶା ନିବାରଣ କେନ୍ଦ୍ରକୁ ପଠାଇଥିଲେ, କିନ୍ତୁ ସେଥିରୁ କିଛି ସୁଫଳ ମିଳିଲା ନାହିଁ । ତେଣୁ ସାଇରାମକୁ ନିଶାସକ୍ତ ଅବସ୍ଥାରେ ଦଉଡ଼ି ଦ୍ୱାରା ତଣ୍ଟିଚିପି ହତ୍ୟା କରିଥିଲେ ଦୁର୍ବୃତ୍ତ । ତେବେ ପୁଅକୁ ମାରିବାକୁ ବାପା ମାଆ ସୁପାରୀ ଦେବା ଘଟଣା ଏବେ ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।

Father Kills Son
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ