Advertisment

ବଢିଲା ମାତୃତ୍ୱକାଳୀନ ଛୁଟି। ଏଣିକି ୬ ମାସ ବଦଳରେ ବର୍ଷେ ପର୍ଯ୍ୟନ୍ତ ମିଳିବ ଛୁଟି

ଏଣିକି ୬ ମାସ ନୁହେଁ ବରଂ ୧ ବର୍ଷ ମିଳିବ ମାତୃତ୍ୱକାଳୀନ ଛୁଟି। ପୂର୍ବରୁ ୬ ମାସ ମିଳୁଥିବା ବେଳେ ଏବେଠୁ ୧ ବର୍ଷ ପର୍ଯ୍ୟନ୍ତ ଅଫିସ୍‌ରେ କାମ କରିବେ ନାହିଁ ମାଆ ହୋଇଥିବା ମହିଳା। ଏହି ନିୟମ ଜୁଲାଇ ମାସ ପହିଲାରୁ ଲାଗୁ ହୋଇସାରିଛି। ଯାହାକୁ ନେଇ ଏବେ ଖୁସି ବ୍ୟକ୍ତ କରିଛନ୍ତି ମାଆ ମାନେ

Maternity Leave

Maternity Leave

Advertisment

ହ୍ରାଇଦ୍ରାବାଦ୍‌: ଏଣିକି ୬ ମାସ ନୁହେଁ ବରଂ ୧ ବର୍ଷ ମିଳିବ ମାତୃତ୍ୱକାଳୀନ ଛୁଟି। ପୂର୍ବରୁ ୬ ମାସ ମିଳୁଥିବା ବେଳେ ଏବେଠୁ ୧ ବର୍ଷ ପର୍ଯ୍ୟନ୍ତ ଅଫିସ୍‌ରେ କାମ କରିବେ ନାହିଁ ମାଆ ହୋଇଥିବା ମହିଳା। ଏହି ନିୟମ ଜୁଲାଇ ମାସ ପହିଲାରୁ ଲାଗୁ ହୋଇସାରିଛି। ଯାହାକୁ ନେଇ ଏବେ ଖୁସି ବ୍ୟକ୍ତ କରିଛନ୍ତି ମାଆ ମାନେ। ହେଲେ ଏଠାରେ ସ୍ପଷ୍ଟ କରୁଛୁ କି, ଏହି ନିୟମ କେବଳ ତେଲେଙ୍ଗାନା ସରକାର ଲାଗୁ କରିଛନ୍ତି, ଭାରତର ଅନ୍ୟ କୌଣସି ସ୍ଥାନରେ ଏହା ଲାଗୁ ହୋଇନାହିଁ। ତେଣୁ ଆପଣ ଯଦି ତେଲେଙ୍ଗାନା ସରକାରଙ୍କ ନିକଟରେ ଚାକିରି କରିଛନ୍ତି ତେବେ ଆପଣ ମଧ୍ୟ ଏହାର ଲାଭ ଉଠାଇପାରିବେ।

Advertisment

ତେଲେଙ୍ଗାନା ସରକାରଙ୍କ ବଡ଼ ନିଷ୍ପତ୍ତି। ବଢିଲା ମାତୃତ୍ୱକାଳିନ ଛୁଟି। ଏହି ଖବର ପ୍ରକାଶିତ ହେବା ପରେ ଖୁସି ବ୍ୟକ୍ତ କରିଛନ୍ତି ଦମ୍ପତ୍ତି। ପୂର୍ବରୁ ସମସ୍ତ ସରକାରୀ ଏବଂ ବେସରକାରୀ ସଂସ୍ଥା ଗୁଡ଼ିକରେ ମାତୃତ୍ୱକାଳୀନ ଛୁଟିକୁ ୬ ମାସ ପର୍ଯ୍ୟନ୍ତ ଦିଆଯାଉଥିଲା। କିନ୍ତୁ ଏହି ନିୟମ ଗତ ଜୁଲାଇଠାରୁ ଲାଗୁ କରିଛନ୍ତି ତେଲେଙ୍ଗାନା ସରକାର। କୁହାଯାଏ, ପ୍ରତ୍ୟେକ ଦମ୍ପତି ପିଲାଟିଏର ସ୍ୱପ୍ନ ଦେଖନ୍ତି। କିନ୍ତୁ ଏବେ ପୂର୍ବ ଯୁଗର ଆଉ ଯୌଥ ପରିବାର ନାହିଁ। ଦମ୍ପତ୍ତି ମାନେ ଗୋଟିଏ କିମ୍ବା ଦୁଇଟି ପିଲା ଜନ୍ମ କରୁଛନ୍ତି। କିନ୍ତୁ ନିଜର କାର୍ଯ୍ୟବ୍ୟସ୍ତତା ଏବଂ ଛୁଟି ସଂଖ୍ୟା କମ୍‌ ଥିବାରୁ ଛୋଟ ପିଲାଟିଏର ଯତ୍ନ ନେବା ପାଇଁ ଅନ୍ୟ ଉପରେ ନିର୍ଭର କରୁଛନ୍ତି। ଯାହାଦ୍ୱାରା କୁନି ପିଲାଟି ପିଲା ଦିନରୁ ହିଁ ବାପା ଓ ମାଆଙ୍କଛଠାରୁ ଦୂରେଇ ରହୁଛି । ଏହାର ସିଧାସଳଖ ପ୍ରଭାବ ପିଲା ଉପରେ ପଡ଼ୁଛି। ଏହାକୁ ନେଇ ଅନେକ ସମୟରେ ବିଶେଷଜ୍ଞମାନେ ବେଶ୍‌ ଚିନ୍ତବ୍ୟକ୍ତ ମଧ୍ୟ କରିଛନ୍ତି। ମାତୃତ୍ୱକାଳୀନ ଛୁଟିକୁ ବଢାଇବା ଲାଗି ଅନେକ ଦମ୍ପତ୍ତି ଦାବି ମଧ୍ୟ କରିଛନ୍ତି। ତେଣୁ ସବୁ ଦିଗକୁ ନଜରରେ ରଖି ତେଲେଙ୍ଗାନା ସରକାର ଏପରି ନିଷ୍ପତ୍ତି ନେଇଛନ୍ତି।

Advertisment

ଏଠାରେ କହିରଖୁଛୁ କି, କର୍ମଜୀବୀ ମହିଳାଙ୍କ ପାଇଁ ୨୦୧୬ ମସିହାରେ ମ୍ୟାଚରନିଟି ବେନିଫିଟ୍‌ ଆଇନ ୧୯୬୧ର ସଂଶୋଧନ କରିଥିଲେ କେନ୍ଦ୍ର ସରକାର। ଆଉ ଏହି ସଂଶୋଧନ ବିଲ୍‌ ୨୦୧୭ରେ ଆଇନରେ ମଧ୍ୟ ପରିଣତ ହୋଇଥିଲା। ଆଉ ସେବେଠାରୁ ମହିଳା ମାନଙ୍କୁ ୧୨ ସପ୍ତାହ ବଦଳରେ ୨୬ ସପ୍ତାହ ଛୁଟି ମିଳୁଛି। ଡାକ୍ତରମାନେ ମଧ୍ୟ ନବଜାତ ଶିଶୁ ପାଖରେ ଅତି କମ୍‌ରେ ୩୬୪ ଦିନ ମାଆ ରହିବା ଦରକାର ବୋଲି ପରାମର୍ଶ ଦେଇଥିଲେ। ତେଣୁ ଏବେ ଏହାକୁ ପ୍ରଥମେ ତେଲେଙ୍ଗାନା ସରକାର ଲାଗୁ କରିଛନ୍ତି।

India Telangana Maternity Leave
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ