Advertisment

NDA ରେ ସାମିଲ ହେଲା ତେଲୁଗୁ ଦେଶମ ପାର୍ଟି(TDP)

ଆନ୍ଧ୍ରପ୍ରଦେଶରେ ଦମ୍‌ ଦେଖାଇବ ବିଜେପି। ଏଥର ଚନ୍ଦ୍ରବାବୁ ନାଇଡୁ ଓ ପବନ କଲ୍ୟାଣଙ୍କ ଦଳ ସହ ମିଶି ବିଜେପି ଆନ୍ଧ୍ରପ୍ରଦେଶରେ ନିର୍ବାଚନ ଲଢ଼ିବାକୁ ଅଣ୍ଟା ଭିଡିଛି। ଏଥିପାଇଁ ଆସନ ଭାଗବଣ୍ଟାକୁ ନେଇ ପ୍ରାୟ ଶେଷ ହୋଇଛି ବୁଝାମଣା।

TDP, Jana Sena, BJP finalise alliance

TDP, Jana Sena, BJP finalise alliance

Advertisment

NDAରେ ସାମିଲ ହେଲା ତେଲୁଗୁ ଦେଶମ ପାର୍ଟି। ଏନେଇ ଦଳ ପକ୍ଷରୁ ସୂଚନା ଦିଆଯାଇଛି। ଟିଡିପି ସାଂସଦ କନକମେଦଲା ରବୀନ୍ଦ୍ର କୁମାରଙ୍କ ଏହି ସୂଚନା ଦେଇଛନ୍ତି। ଟିଡିପି ସହ ଜନସେନା ପାର୍ଟି ମଧ୍ୟ NDA ରେ ସାମିଲ ହୋଇଛନ୍ତି। ଆନ୍ଧ୍ରପ୍ର୍ରଦେଶର ୨୫ଟି ଲୋକସଭା ଆସନରୁ ବିଜେପି ୬ଟି ଆସନରେ, ଜନସେନା ପାର୍ଟି ୨ଟିରେ ଏବଂ ବାକି ୧୭ଟି ଆସନରେ ଟିଡିପି ନିର୍ବାଚନ ଲଢିବ। ଏନେଇ ଦିଲ୍ଲୀରେ ଆଲୋଚନା ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।

Advertisment

ଆନ୍ଧ୍ରପ୍ରଦେଶରେ ଆସନ୍ତା ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ବିଜେପି, ତେଲଗୁ ଦେଶମ ପାର୍ଟି ଏବଂ ଜନ ସେନା ପାର୍ଟି ମଧ୍ୟରେ ଆସନ ବୁଝାମଣା ହୋଇସାରିଛି। ତେଲଗୁ ଦେଶମ ପାର୍ଟିର ଚନ୍ଦ୍ର ବାବୁ ନାଇଡୁ, ଜନସେନା ପାର୍ଟିର ପବନ କଲ୍ୟାଣ ଦିଲ୍ଲୀ ଆସି ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଆଲୋଚନା କରିଛନ୍ତି। ବିଧାନସଭା ପାଇଁ ମଧ୍ୟ ଆସନ ଗଣିତ ଏକ ପ୍ରକାର ଫାଇନାଲ ହୋଇଛି। ଜନସେନା ଏବଂ ଆନ୍ଧ୍ରପ୍ରଦେଶ ବିଜେପି ମିଶି ୩୦ଟି ଆସନରେ ଲଢିବେ।

ବାକି ୧୪୫ଟି ଆସନରେ ଟିଡିପି ଏକାକି ନିର୍ବାଚନ ଲଢିବ। ଭାଇଜାଗ, ବିଜୟୱାଡା, ଆରକୁ, ରାଜମପେଟ, ରାଜାମୁଣ୍ଡାରି, ତିରୁପତି ଆସନରେ ବିଜେପି ଲଢିବାକୁ ଇଚ୍ଛା ପ୍ରକାଶ କରିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। ଗତ ନିର୍ବାଚନରେ ବିଜେପି ରାଜ୍ୟରେ ଏକାକି ନିର୍ବାଚନ ଲଢିଥିବା ବେଳେ ଉଭୟ ଲୋକସଭା ଏବଂ ବିଧାନସଭାରୁ ଗୋଟିଏ ବି ଆସନରେ ବିଜୟ ଲାଭ କରିପାରିନଥିଲା। 

Advertisment
Andhra Pradesh NDA General Elections 2024 Tdp
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ