Advertisment

ପାକିସ୍ତାନ ଇସାରାରେ କଶ୍ମୀରରେ ହିନ୍ଦୁ-ଶିଖ୍‌ଙ୍କୁ ହତ୍ୟା : ଖୁଲାସା କଲା ଭାରତୀୟ ସେନା

ଭାରତ ବିରୋଧରେ ଲଗାତାର ଷଡ଼ଯନ୍ତ୍ର କରିଚାଲିଛି ଶତ୍ରୁ ଦେଶ ପାକିସ୍ତାନ । କେତେବେଳେ ଚୀନ ସହ ମିଶି ଯୋଜନା ପ୍ରସ୍ତୁତ କରୁଛି ତ ଆଉ କେତେବେଳେ ଭାରତ ଭିତରକୁ ଆତଙ୍କୀ ଅନୁପ୍ରବେଶ ଉଦ୍ୟମ କରାଉଛି । କାଶ୍ମୀର ଘାଟିରେ ଶାନ୍ତି ଦେଖିଲେ ଦେହରେ ନିଆଁ ଲାଗିଯାଉଛି । ଭାରତର ଭୂସ୍ୱର୍ଗରେ କୌଣସିମତେ ଅରାଜକତା ତଥା ହିଂସା ସୃଷ୍ଟି କରିବାକୁ ସୁଯୋଗ ଖୋଜୁଛି ପାକିସ୍ତାନ

ଅଦ୍ୟତନ ହୋଇଛି
army

army

Advertisment

ନୂଆଦିଲ୍ଲୀ : ଭାରତ ବିରୋଧରେ ଲଗାତାର ଷଡ଼ଯନ୍ତ୍ର କରିଚାଲିଛି ଶତ୍ରୁ ଦେଶ ପାକିସ୍ତାନ । କେତେବେଳେ ଚୀନ ସହ ମିଶି ଯୋଜନା ପ୍ରସ୍ତୁତ କରୁଛି ତ ଆଉ କେତେବେଳେ ଭାରତ ଭିତରକୁ ଆତଙ୍କୀ ଅନୁପ୍ରବେଶ ଉଦ୍ୟମ କରାଉଛି । କାଶ୍ମୀର ଘାଟିରେ ଶାନ୍ତି ଦେଖିଲେ ଦେହରେ ନିଆଁ ଲାଗିଯାଉଛି । ଭାରତର ଭୂସ୍ୱର୍ଗରେ କୌଣସିମତେ ଅରାଜକତା ତଥା ହିଂସା ସୃଷ୍ଟି କରିବାକୁ ସୁଯୋଗ ଖୋଜୁଛି ପାକିସ୍ତାନ । ତେବେ ବର୍ତ୍ତମାନ ପାକିସ୍ତାନର ଆଉ ଏକ ଖୁନୀ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ କରିଛି ଭାରତୀୟ ସେନା ।

Advertisment

କାଶ୍ମୀର ଉପତ୍ୟକାରେ ହିନ୍ଦୁ ଓ ଶିଖଙ୍କୁ ଟାର୍ଗେଟ କରି ହତ୍ୟା କରିବା ପଛରେ ପାକିସ୍ତାନ ଏବଂ ଏହାର ସମର୍ଥିତ ସଂଗଠନର ଭୂମିକା ସାମ୍ନାକୁ ଆସିଛି । ଭାରତୀୟ ସେନା ଏକ ବିବୃତ୍ତି ଜାରି କରି ସଂଖ୍ୟାଲଘୁ ସମ୍ପ୍ରଦାୟର ହତ୍ୟାକାଣ୍ଡ ପାଇଁ ପାକିସ୍ତାନକୁ ଦାୟୀ କରିଛି । ଗତ କିଛି ଦିନ ହେବ କାଶ୍ମୀରରେ ନିରୀହ ସାଧାରଣ ନାଗରିକଙ୍କୁ ହତ୍ୟା କରୁଛନ୍ତି ଆତଙ୍କୀ । ମଙ୍ଗଳବାର ଦିନ ଦିଲ୍ଲୀରେ ଜଣେ ପାକିସ୍ତାନୀ ଆତଙ୍କବାଦୀ ଗିରଫ ହେବା ପରେ ସୁରକ୍ଷା ବାହିନୀ ମଧ୍ୟ ସତର୍କ ହୋଇଯାଇଛନ୍ତି ।

ସେନାକୁ ମିଳିଥିବା ସୂଚନା ଅନୁସାରେ ଅକ୍ଟୋବର ୫ରେ ପାକିସ୍ତାନର ଆତଙ୍କବାଦୀ ନିୟନ୍ତ୍ରକ ଲାଲା ଉମରଙ୍କ ନିର୍ଦ୍ଦେଶରେ ଚାରିଜଣ ଆତଙ୍କବାଦୀ ସାଧାରଣ ଲୋକଙ୍କୁ ହତ୍ୟା କରିଥିଲେ । ଫଳରେ ବର୍ତ୍ତମାନ ସ୍ଥାନୀୟ ଲୋକେ ଭୟରେ ଦିନ ବିତାଉଛନ୍ତି । ସୂଚନା ଅନୁସାରେ ଅକ୍ଟୋବର ୫ରେ ଆତଙ୍କବାଦୀମାନେ ଶ୍ରୀନଗରରେ ଜଣେ କାଶ୍ମୀର ପଣ୍ଡିତ, ଜଣେ ପ୍ରବାସୀ ଶ୍ରମିକ ଓ ସ୍ଥାନୀୟ ଯୁବକଙ୍କୁ ଗୁଳି କରି ହତ୍ୟା କରିଥିଲେ।

Advertisment

ସେହିପରି ସ୍କୁଲରେ ଜଣେ ମହିଳା ପ୍ରିନ୍ସିପାଲ ଏବଂ ଜଣେ ଶିକ୍ଷକଙ୍କ ପରିଚୟ ମାଗିବା ପରେ ତାଙ୍କୁ ହତ୍ୟା କରାଯାଇଥିଲା। ଇଣ୍ଟିଲିଜେନ୍ସ ତଥ୍ୟ ଅନୁସାରେ ଚାରି ଆତଙ୍କବାଦୀ ତାରିକ ଅହମ୍ମଦ ଡାର, ମହମ୍ମଦ ଶାଫି ଡାର, ମୁଦାସିର ଅହମ୍ମଦ ଲୋନ ଏବଂ ବିଲାଲ ଅହମ୍ମଦ ପାକ ହ୍ୟାଣ୍ଡଲରଙ୍କ ନିର୍ଦ୍ଦେଶରେ ସାଧାରଣ ଲୋକଙ୍କୁ ହତ୍ୟା କରିଛନ୍ତି ।

ତେବେ ଆତଙ୍କବାଦୀଙ୍କ ଖେଳ ଖତମ୍ କରିବା ପାଇଁ ଭାରତୀୟ ସୁରକ୍ଷା ବାହିନୀ ଏବଂ ଜାମ୍ମୁ କାଶ୍ମୀର ପୋଲିସ ଜୋରଦାର ଅପରେସନ ଚଳାଇଛି । ମଙ୍ଗଳବାର ଦିନ ଶୋପିଆନରେ ସୁରକ୍ଷା କର୍ମୀଙ୍କ ଗୁଳି ୫ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ପୁଞ୍ଚରେ ଆତଙ୍କବାଦୀଙ୍କୁ ଧରିବା ପାଇଁ ସେନାର ସର୍ଚ୍ଚ ଅପରେସନ ଚାଲିଛି ।

Advertisment
Indian Army Kashmir Target Killing
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ