Advertisment

୩ ବର୍ଷ ଧରି ସଞ୍ଚୟ କରିଥିବା ଟଙ୍କିକିଆ କଏନ୍‌ରେ ବାଇକ୍ କିଣିଲେ ଯୁବକ; ଗଣିବାକୁ ଲାଗିଲା ୧୦ ଘଣ୍ଟା

କଏନ୍‌ ଦେଇ ବାଇକ୍‌ କିଣିଦେଲେ ଯୁବକ । ତେବେ ସେ ସିନା କଏନ୍ ଦେଇଦେଲେ, ହେଲେ କଏନ୍‌ ଗଣି ଗଣି ହାଲିଆ ହୋଇଗଲେ କର୍ମଚାରୀ ।

ଅଦ୍ୟତନ ହୋଇଛି
Tamil Nadu man buys 2.6 lakh dream bike

Tamil Nadu man buys 2.6 lakh dream bike

Advertisment

ଟଙ୍କିକିଆ କଏନ ଦେଇ ବାଇ କିଣିଲେ ଯୁବକ । ଟଙ୍କା ଗଣି ଗଣି ଥକିଗଲେ ସୋରୁମ୍ କର୍ମଚାରୀ । ଏଥିପାଇଁ ସେ ୩ ବର୍ଷ ପର୍ଯ୍ୟନ୍ତ କଏନ୍‌ ସଞ୍ଚୟ କରିଥିଲେ । ତେବେ ବାଇକ୍ କିଣିବା ପରେ ଏବେ ତାମିଲ୍‌ନାଡୁ ସେଲମ୍‌ର ଯୁବକଙ୍କୁ ନେଇ ଏବେ ପୂରା ଦେଶରେ ଚର୍ଚ୍ଚା ଚାଲିଛି। କାରଣ ସେ ଯୁବକ ଜଣକ ୨.୬ ଲକ୍ଷ ଟଙ୍କାର ଯେଉଁ ବାଇକ୍ କିଣିଛନ୍ତି ତାହା କୌଣସି ଚେକ୍ କିମ୍ବା ନୋଟ୍‌ର ନୁହେଁ ବରଂ ଖୁଚୁରା ଟଙ୍କାରେ କିଣାଯାଇଛି।

Advertisment

ତାମିଲନାଡ଼ୁ ସେଲମ୍‌ର ଭି. ବୁପତି ନାମକ ସେ ଯୁବକ ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ୧ ଟଙ୍କିଆ କଏନ୍ ସଞ୍ଚୟ କରି ଆସୁଥିଲେ। ଆଉ ଗତ ଶନିବାର ଦିନ ସଞ୍ଚିତ ଏହି କଏନ୍‌ଗୁଡ଼ିକୁ ନେଇ ଗୋଟାଏ ସୋ’ରୁମ୍‌କୁ ଯାଇଥିଲେ ଓ ନୂଆ ‘ବଜାଜ୍ ଡୋମିନାର୍‌’ ବାଇକ୍ କିଣିଛନ୍ତି । ତେବେ ଭି. ବୁପତି ଦେଇଥିବା କଏନ୍ ଗଣିବା ଲାଗି ସୋ’ରୁମ୍‌ର କର୍ମଚାରୀଙ୍କୁ ୧୦ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା ବୋଲି ‘ଜଣାପଡ଼ିଛି ।

Advertisment

ଭି. ବୁପତି ବିସିଏ କରିଛନ୍ତି। ୪ ବର୍ଷ ତଳେ ଗୋଟାଏ ୟୁଟ୍ୟୁବ୍ ଚ୍ୟାନେଲ୍ ଆରମ୍ଭ କରିବା ପୂର୍ବରୁ ସେ ଗୋଟାଏ ଘରୋଇ କମ୍ପାନିରେ କମ୍ପ୍ୟୁଟର୍ ଅପରେଟର୍ ଭାବେ କାର୍ଯ୍ୟ କରୁଥିଲେ। ଆଉ ଏହାରି ମଧ୍ୟରେ ଗୋଟିଏ ଭଲ ବାଇକ୍ କିଣିବା ପାଇଁ ଇଚ୍ଛା କରିଥିଲେ । ମନରେ ବାଇକ୍ କିଣିବା ପାଇଁ ଇଚ୍ଛା ଥିଲା ସତ ହେଲେ ପାଖରେ ଏତେ ଟଙ୍କା ନଥିଲା । ହେଲେ ‘ବିନ୍ଦୁ ବିନ୍ଦୁ ଜଳ ମିଶି ସିନ୍ଧୁ’ କରିବା ପରି ବୂବତି କୁମ୍ପିରେ ଦୈନିକ କଏନ୍‌ ପୂରାଉଥିଲେ । ଶେଷରେ ସେ ତାଙ୍କର ମନଲାଖି ବାଇକ୍ କିଣିବାକୁ ସମର୍ଥ ହୋଇଛନ୍ତି ।

Dream Bike With Re 1 Coins
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ