ତାଜମହଲ ପିଟିସନରଙ୍କୁ ଝଟକା ଦେଲେ ଆହ୍ଲାବାଦ ହାଇକୋର୍ଟ । ତାଜମହଲର ପ୍ରକୃତ ଇତିହାସ ଜାଣିବାକୁ ହାଇକୋର୍ଟରେ ହୋଇଥିବା ଆବେଦନ ବିଚାର ଯୋଗ୍ୟ ନୁହେଁ ବୋଲି କଡ଼ା ଟିପ୍ପଣୀ ଦେଇଛନ୍ତି ହାଇକୋର୍ଟ । ଏହି ମାମଲାକୁ ଐତିହାସିକମାନଙ୍କ ଉପରେ ଛାଡିଦେବାକୁ ପରାମର୍ଶ ଦେଇଛନ୍ତି ହାଇକୋର୍ଟ ।
ଏନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ, ପିଏଲ (Public interest litigation in India) ସିଷ୍ଟମର ଅପବ୍ୟବହାର କରାଯିବା ଉଚିତ ନୁହେଁ। ଏହି ଆବେଦନ ଉପଯୁକ୍ତ ଏବଂ ନ୍ୟାୟିକ ପ୍ରସଙ୍ଗ ଉପରେ ଆଧାରିତ ନୁହେଁ। କୋର୍ଟ ଏହି ମାମଲା ଉପରେ ନିଷ୍ପତ୍ତି ନେଇପାରିବେ ନାହିଁ। ଆହ୍ଲାବାଦ ହାଇକୋର୍ଟରରେ ଲକ୍ଷ୍ନୌ ଖଣ୍ଡପୀଠରେ ଜଷ୍ଟିସ୍ ଡି.କେ ଉପାଧ୍ୟାୟ ଏବଂ ଜଷ୍ଟିସ୍ ସୁଭାଷ ବିଦାର୍ଥୀ ମଧ୍ୟ ଆବେଦନକାରୀଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି।
Also Read
ତେବେ ଆବେଦନକାରୀ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟର ଅନେକ ବିଚାର ଉପସ୍ଥାପନ କରିଛନ୍ତି । ଯେଉଁଥିରେ ଧାରା ୧୯ ଅନୁଯାୟୀ ମୌଳିକ ଅଧିକାର ଏବଂ ବିଶେଷ ଭାବରେ ପୂଜା,ଉପାସନା ଏବଂ ଧାର୍ମିକ ବିଶ୍ୱାସର ସ୍ୱାଧୀନତା ବିଷୟରେ ଉଲ୍ଲେଖ ରହିଛି ।
ସୂଚନା ଅନୁସାରେ, ଗତ ସପ୍ତାହରେ ହାଇକୋର୍ଟଙ୍କ ଲକ୍ଷ୍ନୌ ଖଣ୍ଡପୀଠରେ ବିଜେପି ନେତା ରଜନୀଶ ସିଂହ ତାଜମହଲର ୨୨ଟି ବନ୍ଦ କୋଠରିରେ ଥିବା ସତ୍ୟାସତ୍ୟ ଜାଣିବାକୁ ଦାବି କରି ରିଟ୍ ପିଟିସନ୍ ଦାଏର କରିଥିଲେ । ଦାଏର ହୋଇଥିବା ପିଟିସନରେ ଉଲ୍ଲେଖ କରାଯାଇଛି ଯେ, ଏହି ବିଶାଳ କିର୍ତ୍ତୀରାଜିରେ ଗୋଟାଏ ପୁରାତନ ଶିବ ମନ୍ଦିର ଥିବା କେତେକ ଐତିହାସିକ ଓ ହିନ୍ଦୁ ସଙ୍ଗଠନ ଦାବି କରୁଛନ୍ତି । ବନ୍ଦ କୋଠରିଗୁଡ଼ିକୁ ପରୀକ୍ଷା କରି ସର୍ବସାଧାରଣରେ ସେ ସଂକ୍ରାନ୍ତ ରିପୋର୍ଟ ପ୍ରକାଶ କରିବା ପାଇଁ ASI ସ୍ୱତନ୍ତ୍ର କମିଟି ଗଠନ କରନ୍ତୁ ବୋଲି ଆବେଦନକାରୀ ନିବେଦନ କରିଥିଲେ ।
କେବଳ ଏତିକି ନୁହେଁ ମାମଲାରେ କ୍ଷୁବଧ ହୋଇ ଆଲ୍ଲାବାଦ ହାଇକୋର୍ଟର ୨ ଜଣିଆ ଜଷ୍ଟିସ୍ ଖଣ୍ଡପୀଠରେ ବିରକ୍ତି ପ୍ରକାଶ କରିଛନ୍ତି । ଯାହାକୁ ନେଇ ଜଷ୍ଟିସ ଡି.କେ ଉପାଧ୍ୟାୟ ଆବେଦନକାରୀଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ, ‘କୌଣସି ଅନୁଷ୍ଠାନରୁ ପ୍ରଥମେ ଏମ୍ଏ ପିଏଚଡି କରନ୍ତୁ। ତା’ପରେ ଆମ ପାଖକୁ ଆସ । ଯଦି କୌଣସି ଅନୁଷ୍ଠାନ ଆପଣଙ୍କୁ ଏଥିପାଇଁ ସ୍ୱୀକାର କରନ୍ତି ନାହିଁ, ତେବେ ଆମ ପାଖକୁ ଆସନ୍ତୁ ।’
ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ଆସନ୍ତାକାଲି ତୁମେ କହିବ ଯେ ମୁଁ ଜଜ୍ଙ୍କ ଚାମ୍ବରକୁ ଯିବି । ତେଣୁ ଏନେଇ ଉପାଧ୍ୟାୟ ଆବେଦନକାରୀଙ୍କ ପ୍ରଶ୍ନ କରିଛନ୍ତି ଯେ, ଆପଣ ସର୍ବପ୍ରଥମେ ପଢ଼ନ୍ତୁ ଯେ, କେବେ ତାଜମହଲ ନିର୍ମାଣ ହୋଇଛି ଓ ଏହାକୁ କିଏ ଓ କିପରି ନିର୍ମାଣ କରିଛି । କାରଣ ଏହା ଆପଣଙ୍କର କୌଣସି ଅଧିକାରକୁ ପ୍ରଭାବିତ କରିବନାହିଁ ’।