Advertisment

ବୁଲଡୋଜର ଆକ୍ସନରେ ଲାଗିବ ବ୍ରେକ୍, ଦୋଷୀ ସାବ୍ୟସ୍ତ ହୋଇଥିଲେ ବି ଭଙ୍ଗାଯିବନି ଘର

ଜଣେ ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହୋଇଥିଲେ ମଧ୍ୟ ତାଙ୍କର ଘର ଭଙ୍ଗାଯାଇ ପାରିବ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ।

ଅଦ୍ୟତନ ହୋଇଛି
Supreme Court on bulldozer action

Supreme Court on bulldozer action

Advertisment

ବୁଲଡୋଜର ଆକ୍ସନ ଉପରେ ଲାଗିଲା ବ୍ରେକ୍। ସୋମବାର ବୁଲଡୋଜର ଆକ୍ସନ ନେଇ ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଜଣେ ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହୋଇଥିଲେ ମଧ୍ୟ ତାଙ୍କର ଘର ଭଙ୍ଗାଯାଇ ପାରିବନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ବିଭିନ୍ନ ମାମଲାରେ ଅଭିଯୁକ୍ତ ବ୍ୟକ୍ତିଙ୍କ ବିରୋଧରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନକୁ ଚ୍ୟାଲେଞ୍ଜ କରି ଦାଖଲ ହୋଇଥିବା ପିଟିସନର ଶୁଣାଣି ବେଳେ ଏହା କହିଛନ୍ତି ସର୍ବୋଚ୍ଚ ଅଦାଲତ ।

Advertisment

ଜଷ୍ଟିସ୍ ବି.ଆର ଗାଭାଇ ଓ କେ.ଭି ବିଶ୍ୱନାଥନଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଘର ଓ କୋଠା ଗୁଡିକର ବିଧ୍ୱଂସ ନେଇ ଏକ ସର୍ବଭାରତୀୟ ସ୍ତରୀୟ ନିର୍ଦ୍ଦେଶନାମା ଖୁବଶୀଘ୍ର ଜାରି ହେବ । ଉକ୍ତ ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହୋଇଥିଲେ ମଧ୍ୟ ଗୋଟିଏ ଘର ଭଙ୍ଗା ଯାଇପାରିବ ନାହିଁ କହିଛନ୍ତି । ଘରର ଜଣେ ସଦସ୍ୟ ଅଭିଯୁକ୍ତ ହୋଇଥିବା କାରଣରୁ କିପରି ଘର ଭଙ୍ଗାଯାଇ ପାରିବ ? ଦୋଷୀ ସାବ୍ୟସ୍ତ ହୋଇଥିଲେ ମଧ୍ୟ ଘର ଭଙ୍ଗା ଯାଇପାରିବ ନାହିଁ ।

ସୁପ୍ରିମକୋର୍ଟର ବାର୍ ଆସୋସିଏସନକୁ ଜଣାଇବା ସତ୍ତ୍ୱେ ମଧ୍ୟ ମନୋଭାବରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିଲାନାହିଁ ବୋଲି କହିଛନ୍ତି ଜଷ୍ଟିସ୍ ଗାଭାଇ । ଜଷ୍ଟିସ୍ ବିଶ୍ୱନାଥନ ମଧ୍ୟ ଚିନ୍ତାବ୍ୟକ୍ତ କରିବା ସହ କହିଛନ୍ତି, "କୌଣସି ଦୁର୍ବଳତାର ଫାଇଦା ଉଠାଇବା ଉଚିତ୍ ନୁହେଁ । ଜଣେ ବାପାଙ୍କର ଅମାନିଆ ପୁଅ ହୋଇପାରେ, କିନ୍ତୁ ଯଦି ପୁଅର ଭୁଲକୁ ବିଚାର କରି ଘର ଭାଙ୍ଗି ଦିଆଯାଏ ଯାହା ଯଥାର୍ଥ ନୁହେଁ ।" ମୁସଲିମ ବିଦ୍ୱାନମାନଙ୍କ ସଂସ୍ଥା ଜାମିଅତ୍ ଉଲାମା-ଇ-ହିନ୍ଦ୍ ପକ୍ଷରୁ ଦାଖଲ ହୋଇଥିବା ଏକ ଯାଚିକାର ଶୁଣାଣି ଅବସରରେ ଏପରି କହିଛନ୍ତି ସୁପ୍ରିମକୋର୍ଟ ।

Advertisment

କେନ୍ଦ୍ର ସରକାରଙ୍କ ପକ୍ଷରୁ ପକ୍ଷ ରଖିଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଯୁକ୍ତି ବାଢ଼ିଥିଲେ ଯେ, କେବଳ ଆଇନର ଉଲଂଘନ ହେଲେ ଘରଗୁଡ଼ିକ ଭଙ୍ଗାଯାଇଛି । ମ୍ୟୁନିସିପାଲିଟି ଆଇନର ଉଲଂଘନ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ଘରର ଜଣେ ସଦସ୍ୟ ଅପରାଧିକ କାର୍ଯ୍ୟକଳାପରେ ସଂପୃକ୍ତ ଥିବା ଅଭିଯୋଗ ପରେ ବୁଲଡୋଜର ଲଗାଇ ସମ୍ପତ୍ତି ନଷ୍ଟ କରାଯାଇଥିବା ଏକାଧିକ ଘଟଣାକୁ ଯାଞ୍ଚ କରୁଛନ୍ତି ଶୀର୍ଷ ଅଦାଲତ । ଏପରି ବୁଲଡୋଜର ନ୍ୟାୟକୁ ନେଇ ଏବେ ବଡ଼ ବିବାଦ ଦେଖାଦେଇଛି । ସେପ୍ଟେମ୍ବର ୧୭ରେ ପୁଣି ଏହି ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ । 

Advertisment
Supreme Court Bulldozers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ