Advertisment

ସୁପ୍ରିମକୋର୍ଟଙ୍କ ସୁପ୍ରିମ ନିଷ୍ପତ୍ତି : NDA ପରୀକ୍ଷା ଦେଇପାରିବେ ଝିଅ

ନ୍ୟାସନାଲ ଡିଫେନ୍ସ ଏକାଡେମୀ (NDA) ପରୀକ୍ଷା ଦେଇପାରିବେ ଝିଅ । ସୁପ୍ରିମକୋର୍ଟ ଆଜି ଝିଅମାନଙ୍କ ସହ ଜଡିତ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି । ଏନଡିଏ ପରୀକ୍ଷାରେ ବସିବାକୁ ଝିଅମାନଙ୍କୁ ଅନୁମତି ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସେପ୍ଟେମ୍ବର ୫ରେ ହେବାକୁ ଥିବା ଏନଡିଏ ପରୀକ୍ଷା ଦେଇପାରିବେ ଝିଅ । ସୈନିକ ସ୍କୁଲ ଏବଂ ରାଷ୍ଟ୍ରିୟ ଇଣ୍ଡିଆନ୍ ମିଲିଟାରୀ କଲେଜରେ ଝିଅମାନଙ୍କୁ ଆଡମିଶନ ମିଳୁନଥିବାରୁ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ଚାଲିଥିଲା, ଯେଉଁଥିରେ ଏହି ଗୁରୁତ୍ୱପୂର୍ଣ୍ଣ ନିର୍ଣ୍ଣୟ ନେଇଛନ୍ତି ସୁପ୍ରିମକୋର୍ଟ। ଏହାସହ ଲିଙ୍ଗଗତ ବାଛ ବିଚାରକୁ ସେନାକୁ ଭର୍ତ୍ସନା କରିଛନ୍ତି ।

ଅଦ୍ୟତନ ହୋଇଛି
ସୁପ୍ରିମକୋର୍ଟଙ୍କ ସୁପ୍ରିମ ନିଷ୍ପତ୍ତି : NDA ପରୀକ୍ଷା ଦେଇପାରିବେ ଝିଅ

nda-exam

Advertisment

ନୂଆଦିଲ୍ଲୀ : ନ୍ୟାସନାଲ ଡିଫେନ୍ସ ଏକାଡେମୀ (NDA) ପରୀକ୍ଷା ଦେଇପାରିବେ ଝିଅ । ସୋମବାର ସୁପ୍ରିମକୋର୍ଟ ଝିଅମାନଙ୍କ ସହ ଜଡିତ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି । ଏନଡିଏ ପରୀକ୍ଷାରେ ବସିବାକୁ ଝିଅମାନଙ୍କୁ ଅନୁମତି ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସେପ୍ଟେମ୍ବର ୫ରେ ହେବାକୁ ଥିବା ଏନଡିଏ ପରୀକ୍ଷା ଦେଇପାରିବେ ଝିଅ । ଝିଅମାନେ NDA ପରୀକ୍ଷା ଦେଇପାରି ବୋଲି  ସୁପ୍ରିମକୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି । ସୈନିକ ସ୍କୁଲ ଏବଂ ଇଣ୍ଡିଆନ୍ ଇଣ୍ଡିଆନ୍ ମିଲିଟାରୀ କଲେଜରେ ଝିଅମାନଙ୍କୁ ଆଡମିଶନ ମିଳୁନଥିବାରୁ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ଚାଲିଥିଲା, ଯେଉଁଥିରେ ଏହି ଗୁରୁତ୍ୱପୂର୍ଣ୍ଣ ନିର୍ଣ୍ଣୟ ନେଇଛନ୍ତି ସୁପ୍ରିମକୋର୍ଟ। ଏହାସହ ଲିଙ୍ଗଗତ ବାଛ ବିଚାର ନେଇ ସେନାକୁ ଭର୍ତ୍ସନା ମଧ୍ୟ କରିଛନ୍ତି । ନାମଲେଖା ନେଇ ସୁପ୍ରିମକୋର୍ଟ ପରବର୍ତ୍ତୀ ପର୍ଯ୍ୟାୟରେ ଚୂଡ଼ାନ୍ତ ରାୟ ଶୁଣାଇବେ । 

Advertisment

ଗତ ବର୍ଷ ଠାରୁ ସୈନିକ ସ୍କୁଲ ଗୁଡ଼ିକରେ ପ୍ରାୟୋଗିକ ଭିତ୍ତିରେ ଝିଅମାନଙ୍କ ଆଡ଼ମିଶନ୍ କରାଇବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ସୈନିକ ସ୍କୁଲରେ ଝିଅ ମାନଙ୍କର ଆଡ଼ମିଶନ କରାଯିବ ବୋଲି ଅଗଷ୍ଟ ୧୫ ରେ ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦି ମଧ୍ୟ ଲାଲକିଲ୍ଲାରୁ ଘୋଷଣା କରିଥିଲେ । କିନ୍ତୁ ଜାତୀୟ ଭାରତୀୟ ମିଲିଟାରୀ କଲେଜରେ ବର୍ତ୍ତମାନ ଝିଅ ମାନଙ୍କୁ ଆଡମିଶନ ମିଳିବା ସମ୍ଭବ ହୋଇପାରୁନାହିଁ । ସେନା ଅନୁସାରେ ଝିଅ ଓ ପୁଅମାନେ ଭିନ୍ନ ଭିନ୍ନ ତାଲିମ ନେବେ । ମହିଳାମାନଙ୍କୁ ଏପର୍ଯ୍ୟନ୍ତ ସୈନ୍ୟବାହିନୀରେ ଯୁଦ୍ଧ ପାଇଁ ନିଯୁକ୍ତ କରା ଯାଇନାହିଁ । କେବଳ ୧୦ଟି ଅଣଯୁଦ୍ଧ ଷ୍ଟ୍ରିମରେ ନିଯୁକ୍ତ ମହିଳାଙ୍କୁ ନିଯୁକ୍ତି ମିଳିଛି ।

ଇଣ୍ଡିଆନ ମିଲିଟାରୀ କଲେଜରେ ଝିଅମାନଙ୍କୁ ଆଡ଼ମିଶନ୍ ଦେବାକୁ ମନା କରି ଆରଆଏମସି ପକ୍ଷରୁ ବରିଷ୍ଠ ଓକିଲ ଐଶ୍ୱର୍ଯ୍ୟା ଭାଟି କହିଛନ୍ତି, "ବର୍ତ୍ତମାନ ଆମେ ଝିଅ ମାନଙ୍କୁ ଆଡ଼ମିଶନ୍ ଦେବା ସ୍ଥିତିରେ ନାହୁଁ । ଏହା ଏକ ୧୦୦ ବର୍ଷ ପୁରୁଣା ବିଦ୍ୟାଳୟ । ଛାତ୍ରମାନଙ୍କ ପାଇଁ ଏନଡିଏ ପରୀକ୍ଷାର ବ୍ୟବସ୍ଥା ରହିଛି । "ସେମାନଙ୍କର ଅଲଗା ବୋର୍ଡ ଅଛି ।

Advertisment

ଏସମ୍ପର୍କରେ ଜଷ୍ଟିସ କହିଛନ୍ତି, "ତୁମେ କହୁଛ ଆରଆଇଏମସି ୧୦୦ ବର୍ଷ ପୁରୁଣା । ଏହାର ଅର୍ଥ ହେଲା ୧୦୦ ବର୍ଷର ଲିଙ୍ଗଗତ ଭେଦଭାବକୁ ସମର୍ଥନ କରୁଛ ? ମଧ୍ୟବର୍ତ୍ତୀକାଳୀନ ଆଦେଶ ମାଧ୍ୟମରେ ଝିଅମାନଙ୍କୁ ଏନଡିଏ ପ୍ରବେଶ କରିବାକୁ ଅନୁମତି ଦିଆଯାଇଛି । " ଏହାର ଉତ୍ତରରେ ଐଶ୍ୱର୍ଯ୍ୟା ଭାଟି କହିଛନ୍ତି , ଆରଆଇଏମସି ଛାତ୍ରମାନଙ୍କୁ ବାଧ୍ୟତାମୂଳକ ଭାବେ ଏନଡିଏରେ ଯୋଗଦେବାକୁ ପଡିଥାଏ । ସେମାନେ ଅଷ୍ଟମ ଶ୍ରେଣୀର ଛାତ୍ରମାନଙ୍କୁ ଆଡମିଶନ ଦିଅନ୍ତି, ଆଉ ତାଙ୍କୁ ଭାବେ ସ୍ୱତନ୍ତ୍ର ତାଲିମ ଦିଆ ଯାଇଥାଏ । ଝିଅମାନେ ଏଥିରେ ଯୋଗଦେବାକୁ ଚାହିଲେ, ସେମାନଙ୍କୁ ନିୟମିତ ବିଦ୍ୟାଳୟ ଛାଡିବାକୁ ପଡିବ ।

Advertisment

ଏନଡିଏ, ସୈନିକ ସ୍କୁଲ୍, ଆରଆଇଏମସିର ମହିଳାଙ୍କୁ ଆଡମିଶନ୍ ନକରିବାରୁ ସୁପ୍ରିମକୋର୍ଟ ସେନାକୁ ଭର୍ସନା କରିଛନ୍ତି । ଅଦାଲତ କହିଛନ୍ତି, "ଆପଣ ନ୍ୟାୟପାଳିକାକୁ ଏହି ପ୍ରସଙ୍ଗରେ ନିର୍ଦ୍ଦେଶ ଦେବାକୁ ବାଧ୍ୟ କରୁଛନ୍ତି। 

Supreme Court NDA Exam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ