Advertisment

ଜେଲ୍‌ ଭିତରେ ଅୟସ କରୁଛି ମହାଠକ ସୁକେଶ: ମିଳିଲା ଦେଢ଼ ଲକ୍ଷର ଚପଲ, ୮୦ ହଜାର ଟଙ୍କାର ଜିନ୍ସ

୨୦୦ କୋଟି ଟଙ୍କା ଠକେଇ ମାମଲାରେ ଅଭିଯୁକ୍ତ ମହାଠକ ସୁକେଶ ରହୁଥିବା ସେଲ୍‌ରେ ପ୍ରଶାସନ ପକ୍ଷରୁ ରେଡ୍‌ କରାଯାଇଥିଲା। ଏହି ସମୟରେ ସୁକେଶ ନିକଟରୁ ଦେଢ଼ ଲକ୍ଷ ଟଙ୍କାର ଚପଲ ଓ ୮୦ ହଜାର ଟଙ୍କାର ଜିନ୍ସ ପ୍ୟାଣ୍ଟ ଜବତ ହୋଇଛି।

ଅଦ୍ୟତନ ହୋଇଛି
Sukesh Chandrashekhar's Luxurious Life Inside Jail

Sukesh Chandrashekhar's luxurious life inside jail

Advertisment

୨୦୦ କୋଟି ଟଙ୍କା ଠକେଇ ମାମଲାରେ ଅଭିଯୁକ୍ତ ମହାଠକ ସୁକେଶ ଚନ୍ଦ୍ରଶେଖର (Sukesh Chandrasekhar) ଏବେ ମଣ୍ଡୋଲି ଜେଲ୍‌ରେ ଅଛି। ସୁକେଶ ରହୁଥିବା ସେଲ୍‌ରେ ପ୍ରଶାସନ ପକ୍ଷରୁ ରେଡ୍‌ କରାଯାଇଥିଲା। ଏହି ସମୟରେ ସୁକେଶ ନିକଟରୁ ଦେଢ଼ ଲକ୍ଷ ଟଙ୍କାର ଚପଲ ଓ ୮୦ ହଜାର ଟଙ୍କାର ଜିନ୍ସ ପ୍ୟାଣ୍ଟ ଜବତ ହୋଇଛି। ଖାଲି ଏତିକି ନୁହେଁ ରେଡ୍‌ ବେଳେ ସୁକେଶ କାନ୍ଦୁଥିବା ମଧ୍ୟ ଦେଖିବାକୁ ମିଳିଛି। ଯାହାର ଦୃଶ୍ୟ ଏବେ ସାମ୍ନାକୁ ଆସିଛି।

Advertisment

ସୁକେଶ ରହୁଥିବା ସେଲ୍‌ରେ ଜେଲର ଦୀପକ ଶର୍ମା ଓ ଜୟସିଂ CRPF ସହ ରେଡ୍‌ କରିଥିଲେ। ହଠାତ୍‌ ସେଲ୍‌ ଭିତରେ ରେଡ୍‌ ନେଇ ସୁକେଶ ଚକିତ ହୋଇଯାଇଥିଲା। ରେଡ୍‌ ସରିବା ପରେ ସୁକେଶ, ଜେଲରଙ୍କ ସାମ୍ନାରେ ଭୋ ଭୋ ହୋଇ କାନ୍ଦିଥିଲା। ରେଡ୍‌ ବେଳେ ସୁକେଶ ସେଲ୍‌ରୁ ଯେଉଁସବୁ ଦାମିକା ଜିନିଷ ଜବତ ହୋଇଛି, ତାହା ଜେଲ୍‌ ଅଧିକାରୀଙ୍କୁ ଆଶ୍ଚର୍ଯ୍ୟ କରିଛି। ସୁକେଶ ନିକଟରୁ Gucci ର  ଦେଢ଼ ଲକ୍ଷ ଟଙ୍କାର ଚପଲ ଓ ୮୦ ହଜାର ଟଙ୍କାର ଜିନ୍ସ ପ୍ୟାଣ୍ଟ ଜବତ ହୋଇଛି।

ସୂଚନାଥାଉ କି, ୨୦୦ କୋଟି ଟଙ୍କା ଠକେଇ ମାମଲାରେ ଦିଲ୍ଲୀ ପୋଲିସ ସୁକେଶକୁ ଗିରଫ କରିଥିଲା। ପ୍ରଥମେ ସୁକେଶକୁ ତିହାର ଜେଲ୍‌ରେ ରଖା ଯାଇଥିଲା। ହେଲେ ସେଠାରେ ସେ ଅଧିକାରୀଙ୍କୁ ଲାଞ୍ଚ ଦେଇ ଜେଲ୍ ଭିତରେ ଅଡ୍ଡା ବନେଇ ଥିଲା। ଏପରିକି ଅଭିନେତ୍ରୀମାନେ ସୁକେଶକୁ ଭେଟିବାକୁ ଜେଲ୍‌କୁ ଆସୁଥିଲେ। 

Advertisment

ମହାଠକ ସୁକେଶ ଜେଲ୍‌ ଭିତରେ ରହି ଖାଲି ଠକେଇ ନୁହେଁ ବରଂ ଅନେକ ବଲିଉଡ୍‌ ସେଲିବ୍ରେଟିଙ୍କ ସହ ନୂଆ ସମ୍ପର୍କ ସ୍ଥାପନ କରିଥିବା ଜଣାପଡ଼ିଛି। ଦିଲ୍ଲୀ ପୋଲିସର EOW ସୁକେଶ ବିରୋଧରେ ୧୩୪ ପେଜ୍‌ର ତୃତୀୟ ସପ୍ଲିମେଣ୍ଟାରୀ ଚାର୍ଜସିଟ୍‌ ଦାଖଲ କରିଥିଲା। ଏଥିରେ ଅନେକ ଜିନିଷର ଖୁଲାସା ହୋଇଥିଲା।  EOW ଅନୁସାରେ, ଜେଲ୍‌ ଭିତରେ ସମସ୍ତ ଜେଲ୍‌ ଅଧିକାରୀଙ୍କୁ ସୁକେଶ ଟଙ୍କା କିଣି ନେଇଥିଲା। ବର୍ଷ ସାରା ତାଙ୍କ ପାଖରେ ମୋବାଇଲ୍‌ ରହୁଥିଲା। ଜେଲ୍‌ ଭିତରେ ରହି ଫୋନ୍‌ ଜରିଆରେ ସେ ଲୋକଙ୍କୁ ଚୂନ ଲଗାଉଥିଲଲେ। 

ସୁକେଶଙ୍କ ସହ ଜଡ଼ିତ ଏହି ମନି ଲଣ୍ଡ୍ରିଂ ମାମଲାରେ ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜ(Jacqueline Fernandez) ମଧ୍ୟ ଫସିଛନ୍ତି। ଅଭିନେତ୍ରୀ ନୋରା ଫତେହିଙ୍କ ନାଁ ମଧ୍ୟ ଚର୍ଚ୍ଚାକୁ ଆସିଛି। 

Advertisment
Sukesh Chandrasekhar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ