Advertisment

ପୁରାଣରେ ବି ଲେଖାହୋଇଛି: ଭକ୍ତଙ୍କୁ ଦର୍ଶନ ଦେଇ ଉଭାନ୍ ହୋଇଯାଆନ୍ତି ଭଗବାନ ଶିବ

ପ୍ରତିଦିନ ଦୁଇ ଥର ଅଦୃଶ୍ୟ ହୋଇଯାଏ ଏହି ମନ୍ଦିର...ଆସନ୍ତୁ ଜାଣିବା କାହିଁକି...

ଅଦ୍ୟତନ ହୋଇଛି
stambheshwar mahadev mandir vadodara disappears everyday must visit shiv mandir in sawan

stambheshwar mahadev mandir vadodara disappears everyday must visit shiv mandir in sawan

Advertisment

ଦିନକୁ ୨ ଥର ଉଭାନ୍ ହୋଇଯାଆନ୍ତି ମହାଦେବ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ ହେଲେ ଏହା ନିରାଟ ସତ । ଗୁଜୁରାଟରେ ଠିକ୍‌ ସେହିପରି ଏକ ମନ୍ଦିର ରହିଛି । ଯାହା ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଏହି ମନ୍ଦିରଟି ପ୍ରତିଦିନ ଦୁଇ ଥର ଅଦୃଶ୍ୟ ହୋଇଯାଏ । ଏହି ବିରଳ ଦୃଶ୍ୟ ଦେଖିବାକୁ ହଜାର ହଜାର ସଂଖ୍ୟକ ଭକ୍ତ ଏଠାକୁ ଆସିଥାନ୍ତି ।

Advertisment

ଗୁଜୁରାଟ ବରୋଦାରେ ଥିବା ସ୍ତମ୍ଭେଶ୍ୱର ମନ୍ଦିରଟି ସମୁଦ୍ରରେ ରହିଛି । ଏହି ମନ୍ଦିରଟି ଦିନକୁ ଦୁଇଥର ଏହା ପାଣିରେ ବୁଡ଼ିଯାଇଥାଏ । ଦିନକୁ ୨ ଥର ଶିବ ମନ୍ଦିର ବୁଡିବାର ବିରଳ ଦୃଶ୍ୟକୁ ଦେଖିବାକୁ ଭକ୍ତଙ୍କ ଭିଡ଼ ଜମିଥାଏ । ଏନେଇ ଭକ୍ତ କହିଛନ୍ତି ଯେ, ମହାଦେବଙ୍କ ଜଳାଭିଷେକ ସମୁଦ୍ର ଦ୍ୱାରା ହୋଇଥାଏ । ଜଳସ୍ତର ବଢି ମନ୍ଦିର ବୁଡିବା ସମୟରେ ଏହି ସ୍ଥାନରେ ଭକ୍ତ ମାନଙ୍କ ପ୍ରବେଶ ଉପରେ ରୋକ୍‌ ଲଗାଯାଇଥାଏ ।

କଥାରେ ଅଛି ଶ୍ରାବଣ ମାସରେ ଶିବଙ୍କ ଦର୍ଶନ କଲେ କୋଟି ପୂଣ୍ୟ ମିଳିଥାଏ । ତେଣୁ ଏହି ମାସରେ ବିଭିନ୍ନ ଶୈବପୀଠରେ ଭକ୍ତଙ୍କର ଭିଡ ଲାଗିରହିଥାଏ । ହେଲେ ଆପଣ ଜାଣନ୍ତି କି ଏମିତି ଅନେକ ପ୍ରାଚୀନ ମନ୍ଦିର ରହିଛି ଯାହାର ଇତିହାସ ଜାଣିବାକୁ କାହିଁ କେଉଁ ଦୂରରୁ ଭକ୍ତମାନେ ଆସିଥାନ୍ତି । ସେମାନଙ୍କ ମଧ୍ୟରୁ ସ୍ତମ୍ଭେଶ୍ୱର ମନ୍ଦିର ଅନ୍ୟତମ ଅଟେ ।

Advertisment

କାହିଁକି ଉଭାନ୍‌ ହୁଏ ମନ୍ଦିର ?

ଶାସ୍ତ୍ର ଅନୁଯାୟୀ, ଏହି ମନ୍ଦିରକୁ ଶିବଙ୍କ ପୁଅ କାର୍ତ୍ତିକ ସ୍ଥାପନା କରିଥିଲେ । ଏହି ମନ୍ଦିରଟି ସମୁଦ୍ର ମଝିରେ ରହିଥିବାରୁ ଦୈନିକ ୨ ଥର ଏହା ପାଣି ଭିତରେ ବୁଡି ଯାଇଥାଏ । ଜୁଆର କମିବା ପରେ ପୁଣିଥରେ ଦେଖିବାକୁ ମିଳେ । ଏହି ଦୃଶ୍ୟ ପ୍ରତିଦିନ ସନ୍ଧ୍ୟା ଓ ସକାଳେ ଦେଖିବାକୁ ମିଳିଥାଏ । ତେବେ ରାକ୍ଷସ ତାଡକାସୁରଙ୍କ ବଧ କରିବା ପରେ କାର୍ତ୍ତିକ ଏଠାରେ ଏକ ଶିବ ମନ୍ଦିରର ସ୍ଥାପନା କରିଥିବାର ବିଶ୍ୱାସ ରଖାଯାଇଛି । ସମୟ ବିତିବା ସହ ମନ୍ଦିରଟି ସମୁଦ୍ର ଗର୍ଭରେ ଲୁଚି ଯାଇଥିଲା । ହେଲେ ଦୀର୍ଘ ୧୫୦ ବର୍ଷ ପୂର୍ବେ ଏହି ମନ୍ଦିରକୁ ପୁଣି ଥରେ ଖୋଜି ବାହାର କରାଯାଇଥିଲା ବୋଲି ବିଶ୍ୱାସ କରାଯାଇଥାଏ ।

Stambheshwar Mahadev Mandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ