Advertisment

ମହମ୍ମଦ ରଫିଙ୍କ ଗୀତ ଗାଇ ଚର୍ଚ୍ଚାରେ ଟ୍ରକ ଡ୍ରାଇଭର୍ : ଗାଇଲେ ମୁଝେ ଇସ୍କ...

ସୋସିଆଲ ମିଡିଆରେ ବୃଦ୍ଧଙ୍କ ଗୀତ ଗାଇବାର ଭିଡିଓ ଭାଇରାଲ୍ ହେଉଛି। ବୃଦ୍ଧ ଜଣକ ଜଣେ ଟ୍ରକ ଚାଳକ ହୋଇଥିବା ବେଳେ ଅତି ନିଖୁଣ ଭାବେ ଗାଇଥିଲେ ମହମ୍ମଦ ରଫିଙ୍କ ଗୀତ ମୁଝେ ଇସ୍କ ହୈ ତୁଝି ସେ’... ଗୀତ ଗାଇଛନ୍ତି ।

ଅଦ୍ୟତନ ହୋଇଛି
Special Story

Special Story

Advertisment

ମୁଝେ ଇସ୍କ ହୈ ତୁଝି ସେ . . . ସେହି ସୁର, ସେହି ଲୟ । ମହମ୍ମଦ ରଫିଙ୍କ ଗୀତ ଗାଇଲେ ଟ୍ରକ ଡାଇଭର । ସୋସିଆଲ ମିଡିଆରେ ତାଙ୍କ ଭିଡିଓଟିକୁ ଲୋକେ ଖୁବ ପ୍ରଶଂସା କରୁଛନ୍ତି । ବିନ୍ଦାସ ଅନ୍ଦାଜରେ ବୃଦ୍ଧ ଜଣକ ମହମ୍ମଦ ରଫିଙ୍କ ପ୍ରସିଦ୍ଧ ଗୀତ ‘ଗାଇଛନ୍ତି । ବିବେକ ବର୍ମା ନିଜ ଇନଷ୍ଟା ହ୍ୟାଣ୍ଡେଲରେ ଏହାକୁ ସେୟାର କରିଛନ୍ତି । ସେ ଲେଖିଛନ୍ତି, ଏହି ମଉସା ଜଣକ ସାରା ଜୀବନ ଟ୍ରକ୍ ଚଳାଇବାରେ ବିତାଇଥିବେ । କିନ୍ତୁ ହୃଦୟ ଓ ପ୍ରାଣରୁ ଜଣାପଡୁଛି ସେ ଜଣେ ହାର୍ଡ କୋର ମ୍ୟୁଜିସିଆନ୍ ।

Advertisment

ତେବେ ଅନେକ ଅନୁରୋଧ କରିବା ପରେ କମଳେଶ ଜୀ ରଫିଙ୍କ ଗୀତକୁ ଗାଇଥିଲେ। ଗୀତଟି ବହୁତ ପସନ୍ଦ ଆସିବା ପରେ ଭିଡିଓ କରି ସମସ୍ତଙ୍କ ପାଇଁ ସେୟାର କରିବାକୁ ସ୍ଥିର କରିଥିଲେ ବୋଲି ବିବେକ ଲେଖିଛନ୍ତି । ଏହି ବୟସରେ କମଳେଶ ଜୀଙ୍କ ଉତ୍ସାହ ଓ ଗୀତ ଗାଇବାର ଶୈଳୀ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ୟୁଜର୍ସ । ଯଦି ସୁଯୋଗ ମିଳେ ଶୀଘ୍ର କମଳେଶଙ୍କ ଏକ ଗୀତ ବିବେକ ରେକର୍ଡ କରିବେ ବୋଲି କହିଛନ୍ତି ।

ପ୍ରତିଭା ଆଗରେ କେବେ ହେଲେ ହାର ମାନେ ନାହିଁ ବୟସ । ଜଲ୍‌ଦି ହେଉ କି ବିଳମ୍ବ ପ୍ରତିଭା ଲୋକଲୋଚନକୁ ନିଶ୍ଚୟ ଆସିଥାଏ । ଯେମିତି ଏ ବୃଦ୍ଧଙ୍କ ପ୍ରତିଭା ସୋସିଆଲ ମିଡିଆରେ ଛାଇ ହୋଇଯାଇଛି ।

Advertisment
Viral Video Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ