Advertisment

ଦିନେ ଚା’ ବିକୁଥିଲେ, ଏବେ ବିନା କୋଚିଂରେ ହୋଇଗଲେ IAS ଅଫିସର

ବିନା କୋଚିଂରେ ହୋଇଗଲେ IAS । ଦିନେ ଚା’ ବିକୁଥିଲେ, ଏବେ କଲେକ୍ଟର ହେବେ । ଏହି ଚାକିରି ପାଇଁ କେତେ ଯେ ସଂଘର୍ଷ କରିବାକୁ ପଡେ ତାହା ଆମ ସମସ୍ତଙ୍କୁ ଉଣାଅଧିକେ ଜଣା। ରାତିଦିନ ଅକ୍ଲାନ୍ତ ପରିଶ୍ରମ କରିବା ପରେ ଏହି ଚାକିରି ମିଳିଥାଏ ।

ଅଦ୍ୟତନ ହୋଇଛି
tea seller becomes IAS

tea seller becomes IAS

Advertisment

ଲକ୍ଷ୍ନୌ: ବିନା କୋଚିଂରେ ହୋଇଗଲେ IAS । ଦିନେ ଚା’ ବିକୁଥିଲେ, ଏବେ କଲେକ୍ଟର ହେବେ । ଏହି ଚାକିରି ପାଇଁ କେତେ ଯେ ସଂଘର୍ଷ କରିବାକୁ ପଡେ ତାହା ଆମ ସମସ୍ତଙ୍କୁ ଉଣାଅଧିକେ ଜଣା। ରାତିଦିନ ଅକ୍ଲାନ୍ତ ପରିଶ୍ରମ କରିବା ପରେ ଏହି ଚାକିରି ମିଳିଥାଏ । ଆଜିକାଲି ଏହି ଚାକିରି ପାଇଁ ଅନେକ କୋଚିଂ ସେଂଟର ଖୋଲାଯାଇଛି । ତାହା ଗଣିବା ବୋଧହୁଏ ସମ୍ଭବପର ହେବ ନାହିଁ । କିନ୍ତୁ ବିନା କୋଚିଂରେ ଆଇଏଏସ ହେବା ହୁଏତ ଏହି କଥା ଆପଣଙ୍କୁ ବିଶ୍ୱାନ ହୋଇନପାରେ। କିନ୍ତୁ ଏହା ପୂରା ସତ । କାରଣ ଏହାକୁ ସତ ପ୍ରମାଣିତ କରି ଦେଖାଇଛନ୍ତି ଜଣେ ଚା’ ବିକାଳି।

Advertisment

ଅନେକ ସମୟରେ ଦେଖାଯାଏ, ପିଲା ପରିସ୍ଥିତିରେ ପଡ଼ି ପାଠପଢା ଛାଡିଦିଅନ୍ତି । କିନ୍ତୁ ଉତ୍ତରପ୍ରଦେଶର ବରେଲିରେ ରହୁଥିବା ହିଂମାଶୁ ଗୁପ୍ତା କିଛି ଏମିତି କରି ଦେଖାଇଛନ୍ତି, ଯାହାକୁ ନେଇ ପୂରା ଦେଶ ଏବେ ତାଙ୍କୁ ପ୍ରଶଂସା କରୁଛି । ପାଠ ପଢ଼ିବା ପାଇଁ ଅର୍ଥ ବାଧକ ସାଜିଥିଲା ସତ, ହେଲେ ‌ସେ ହାର ମାନିନଥିଲେ। ଆଇଏଏସ ଅଫିସର ହେବା ପାଇଁ କୋଚିଂର ଆବଶ୍ୟକତା ଥିବା ବେଳେ ହିଂମାଶୁଙ୍କ ଘରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ସେ କୋଚିଂ ନେଇପାରିନଥିଲେ।

ନିଜର ସ୍ୱପ୍ନ ପୂରଣ କରିବାକୁ ସେ ଚା ଦୋକାନୀ ହେବାକୁ ତିଳେ ମାତ୍ର ଲାଜ କରିନଥିଲେ। ନିକଟସ୍ଥ ମାର୍କେଟ୍‌ରେ ସେ ସବୁଦିନ ଚା’ ବିକ୍ରି କରି ପରିବାର ଚଳାଇଥାନ୍ତି । ଆଉ ସେହି ସମୟରେ ସମୟ ପାଇଲେ ପାଠ ମଧ୍ୟ ପଢିଥାନ୍ତି । ହିଂମାଶୁ ଗୁପ୍ତାଙ୍କ କହିବା ଅନୁସାରେ, ପ୍ରତ୍ୟେକ ଦିନ ଭୋର ୪ଟାରୁ ସେ ଦୋକାନ କରନ୍ତି ଯେ ରାତି ୧୧ଟା ପର୍ଯ୍ୟନ୍ତ। ଆଉ ସେହି ସମୟରେ ସେ ନିତିଦିନ ଖବର କାଗଜ ପଢନ୍ତି। ତାଙ୍କ ଆଇଏଏସ ହେବା ପଛରେ ଖବର କାଗଜର ଏକ ବଡ଼ ଭୂମିକା ଥିଲା ବୋଲି ସେ କହିଛନ୍ତି ।

Advertisment

ହିମାଂଶୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ହିନ୍ଦୁ କଲେଜରୁ ସ୍ନାତକ ହାସଲ କରିବା ପରେ ଆଇଏଏସ ଅଫିସର ହେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ଏହା ପରେ ପରିବାର ଚଳାଇବା ପାଇଁ ସେ ଏକ ସରକାରୀ କଲେଜରେ ରିସର୍ଚ୍ଚ ସ୍କଲାର ଭାବରେ ଯୋଗ ଦେଇଥିଲେ। ଏଥିରେ ତାଙ୍କୁ ଷ୍ଟାଇପେଣ୍ଡ ମିଳିବା ସହ ଆଇଏଏସ ପରୀକ୍ଷା ପାଇଁ ସେ ନିଜକୁ ପ୍ରସ୍ତୁତ କରିପାରିଥିଲେ। କୋଚିଂ ନେଉନଥିବାରୁ ସେ ୨ଥର ପରୀକ୍ଷାରେ ଉତ୍ତିର୍ଣ୍ଣ ହୋଇପାରିନଥିଲେ ଏବଂ ସେ ଶେଷ ଅର୍ଥାତ ତୃତୀୟ ଚେଷ୍ଟାରେ ସେ IAS ହୋଇଗଲେ। କେବଳ ଏତିକି ନୁହେଁ ବରଂ ସେ ଆହୁରି ମଧ୍ୟ କହିଛନ୍ତି ଯେ ‘ଆମେ ସମସ୍ତେ ଚିନ୍ତା କରୁ କି ଛୋଟ ସହର କିମ୍ବା ବିନା କୋଚିଂରେ ଆଇଏଏସ ହେବା ସମ୍ଭବ ନୁହେଁ। କିନ୍ତୁ ଏହା ପୂରା ଭୁଲ ଧାରଣା। ଇଚ୍ଛାଶକ୍ତି ଥିଲେ ଆମେ ସଫଳତାର ଶୀର୍ଷରେ ପହଂଚିବା ବେଶ ସହଜ’।

Special Story Tea Seller Becomes IAS
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ