Advertisment

ଭାରତର ଏକମାତ୍ର ରାଷ୍ଟ୍ରପତି, ଯିଏ ଦୁଇଥର ଯାଇଛନ୍ତି ରାଇସିନା ହିଲ୍‌

ଦେଶରେ ମାତ୍ର ଜଣିଏ...ଯିଏ କି ଦୁଇଥର ପାଇଁ ହୋଇଥିଲେ ଭାରତର ରାଷ୍ଟ୍ରପତି...ରେକର୍ଡ ସଂଖ୍ୟକ ଭୋଟ୍‌ ପାଇଁ ରଚିଥିଲେ ଇତିହାସ। ଜାଣନ୍ତୁ କିଏ?

undefined

President Of India

Advertisment

ଦେଶରେ କେବଳ ଜଣେ ଲଗାତାର ଦୁଇଦୁଇ ଥର ରାଷ୍ଟ୍ରପତି ହୋଇଛନ୍ତି । ଡ. ରାଜେନ୍ଦ୍ର ପ୍ରସାଦଙ୍କୁ ନେଇ ଚାଲେ ଚର୍ଚ୍ଚା । ଭାରତର ସର୍ବୋଚ୍ଚ ସାମ୍ବିଧାନିକ ପଦ। ଆଉ ଏଥର ସେହି ଆସନରେ ବସିବାକୁ ଯାଉଛନ୍ତି ଓଡ଼ିଶା ମାଟିର ଝିଅ ଦ୍ରୌପଦୀ ମୁର୍ମୁ। ତେବେ ଦ୍ରୌପଦୀଙ୍କ ପୂର୍ବରୁ ମୋଟ୍‌ ୧୪ ଜଣ ବିଶିଷ୍ଟ ବ୍ୟକ୍ତି ଏହି ଆସନରେ ବସିସାରିଛନ୍ତି । ହେଲେ ସେମାନଙ୍କ ମଧ୍ୟରୁ ମାତ୍ର ଜଣେ ମାତ୍ର ରାଷ୍ଟ୍ରପତି ରାଇସିନାକୁ ୨ ଥର ନିର୍ବାଚିତ ହୋଇଛନ୍ତି।

Advertisment

ସ୍ୱାଧୀନ ଭାରତର ପ୍ରଥମ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦ ୨ ଥର ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି । ରାଜେନ୍ଦ୍ରଙ୍କ ପରେ ଅନ୍ୟ କୌଣସି ବ୍ୟକ୍ତିଙ୍କୁ ଏହି ସୌଭାଗ୍ୟ ମିଳିନାହିଁ। ରାଜେନ୍ଦ୍ର ପ୍ରସାଦ ମଧ୍ୟ ସବୁଠାରୁ ଅଧିକ ଭୋଟ୍‌ରେ ବିଜୟ ହୋଇ ସାରା ଦେଶରେ ରେକର୍ଡ ସୃଷ୍ଟି କରିଥିଲେ। ୧୯୫୭ରେ ରାଜେନ୍ଦ୍ର ପ୍ରସାଦ ମୋଟ୍‌ ଭୋଟର ୯୮.୯୯ ପ୍ରତିଶତ ପାଇଥିଲେ । ଏହା ପୂର୍ବରୁ ରାଜେନ୍ଦ୍ର ପ୍ରସାଦ ୧୯୫୨ରେ ଦେଶର ପ୍ରଥମ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିଲେ। ପ୍ରଥମ ନିର୍ବାଚନରେ ସେ ୮୩.୮୧ ପ୍ରତିଶତ ଭୋଟ୍‌ ପାଇଥିଲେ। ଦ୍ୱିତୀୟ ରାଷ୍ଟ୍ରପତି ନିର୍ବାଚନ ମେ’ ୬,୧୯୫୭ ରେ ହୋଇଥିଲା। ଏହି ନିର୍ବାଚନରେ ସେ ୪୬୪,୦୦୦ ଭୋଟ୍‌ ମୂଲ୍ୟରୁ ୪,୫୯,୦୦୦ ପାଇଥିଲେ।

ନିର୍ବାଚନରେ ଅନ୍ୟ ୨ ପ୍ରତିଦ୍ୱନ୍ଦ୍ୱୀ ଚୌଧୁରୀ ହରି ରାମ ଏବଂ ନାରାୟଣ ଦାସ ୩ ହଜାର ସଂଖ୍ୟା ମଧ୍ୟ ଟପି ପାରିନଥିଲେ। ମିଳିଥିବା ସୂଚନା ଅନୁସାରେ, ଅନ୍ୟପ‌କ୍ଷେ ୧୯୬୯ରେ ରାଷ୍ଟ୍ରପତି ନିର୍ବାଚନ ଜିତିଥିବା ଭିଭି ଗିରି ସବୁଠାରୁ କମ୍‌ ଭୋଟ୍‌ ପାଇ ନିର୍ବାଚନ ଜିତିଥିଲେ। । ରାଷ୍ଟ୍ରପତି ନିର୍ବାଚନରେ ନିର୍ଦନ୍ଦ୍ୱରେ ଜିତିଥିବା ଏକମାତ୍ର ରାଷ୍ଟ୍ରପତି ହେଉଛନ୍ତି ନିଲମ ସଂଜୀବ ରେଡ୍ଡି । ୧୯୭୭ରେ ଶାସକ ଦଳ ଜନତା ପାର୍ଟି ସମର୍ଥନରେ ସେ ପ୍ରାର୍ଥିପତ୍ର ଦାଖଲ କରିଥିଲେ।

Advertisment

ତେବେ ରାଷ୍ଟ୍ରପତି ନିର୍ବାଚନ ଇତିହାସ‌ରେ ଭିଭି ଗିରି ସବୁଠୁ କମ୍‌ ଭୋଟ୍‌ରେ ଜିତିଥିଲେ। ସେ ଏକମାତ୍ର ସ୍ୱାଧୀନ ପ୍ରାର୍ଥୀ ଭାବେ ରାଷ୍ଟ୍ରପତି ନିର୍ବାଚନ ଜିତିଥିଲେ। ତାଙ୍କୁ ଇନ୍ଦିରା ଗାନ୍ଧି ସମର୍ଥନ କରିଥିଲେ। ଏହି ନିର୍ବାଚନରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି କଂଗ୍ରେସ ବିଧାୟକମାନଙ୍କୁ ସ୍ୱାଧୀନ ପ୍ରାର୍ଥୀ ଭିଭି ଗିରିଙ୍କୁ ଭୋଟ୍‌ ଦେବାପାଇଁ ଅନୁରୋଧ କରିଥିଲେ। ଆଉ ସେ ନିର୍ବାଚନରେ ବିଜୟ ହୋଇଥିଲେ। ତେବେ ମୋଟ୍‌ ଉପରେ ରାଜେନ୍ଦ୍ର ପ୍ରସାଦଙ୍କ ରେକର୍ଡକୁ ବର୍ତ୍ତମାନ ସୁଦ୍ଧା କେହି ଟପିପାରିନାହାନ୍ତି। 

President Of India Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ