Advertisment

"୬ ମାସରେ ଭାଙ୍ଗିଯିବ ସିନ୍ଦେ ସରକାର"

ମହାରାଷ୍ଟ୍ର ରାଜନୀତିକୁ ନେଇ ଥମୁନି ଚର୍ଚ୍ଚା । ଶରଦ ପାୱାରଙ୍କ ବଡ଼ ଟିପ୍ପଣୀ କହିଲେ, ମାତ୍ର ୬ ମାସରେ ଭାଙ୍ଗିଯିବ ସିନ୍ଦେ ସରକାର। ପୁଣି ଥରେ ହେବ ବିଧାନସଭା ନିର୍ବାଚନ । ନିର୍ବାଚନମଣ୍ଡଳୀରେ ରହି କାମ କରିବାକୁ ଦଳୀୟ ବିଧାୟକଙ୍କୁ ଦେଲେ ପରାମର୍ଶ । ରାଜନୈତିକ ମହଲରେ ସୃଷ୍ଟି ହେଲା ଝଡ ।

ଅଦ୍ୟତନ ହୋଇଛି
Maharashtra Political Crisis

Maharashtra Political Crisis

Advertisment

୬ ମାସ ବି ତିଷ୍ଠି ପାରିବନି ମହାରାଷ୍ଟ୍ର ସରକାର । ନୂଆ ସରକାରକୁ ନେଇ ଏମିତି କହିଲେ ଶରଦ ପାୱାର । ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ  ଦେଲେ ଶରଦ । ସଜସଜ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ‍ଭାବରେ ଶପଥ ନେଇଛନ୍ତି ଏକନାଥ ସିନ୍ଦେ । ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ଦେବେନ୍ଦ୍ର ଫଡନାଭିସ୍‌ । ଉଦ୍ଧବ ଠାକରେଙ୍କ ହାତରୁ ଯାଇଛି ମୁଖ୍ୟମନ୍ତ୍ରୀ ପଦ।

Advertisment

ମହାରାଷ୍ଟ୍ର ରାଜନୀତିକୁ ନେଇ ଏବେ ପୂରା ଦେଶରେ ବେଶ୍‌ ଚର୍ଚ୍ଚା ଚାଲିଛି। କିନ୍ତୁ ଏହାରି ମଧ୍ୟରେ ଏନସିପି ମୁଖ୍ୟ ଶରଦ ପାୱାର ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ରାଜନୈତିକ ମହଲରେ ଝଡ଼ ସୃଷ୍ଟି କରିଛି । ଶରଦ କହିଛନ୍ତି, ସିନ୍ଦେ ସରକାର ୬ ମାସ ତିଷ୍ଠିବନି । ଏମିତିକି ମହାରାଷ୍ଟ୍ରରେ ପୁଣି ଥରେ ବିଧାନସଭା ନିର୍ବାଚନ ହେବ ବୋଲି ଶରଦ କହିଛନ୍ତି । ମହାରାଷ୍ଟ୍ରକୁ ନେଇ ବଢୁଛି ଚର୍ଚ୍ଚା ପୁଣି ଥରେ ହେବ କି ବିଧାନସଭା ନିର୍ବାଚନ?

ସିନ୍ଦେ ସରକାରକୁ ନେଇ ଶରଦ ଦେଇଥିବା ମନ୍ତବ୍ୟକୁ ନେଇ ଏବେ ପୂରା ଦେଶରେ ବଢିଛି ଚର୍ଚ୍ଚା। କୁହାଯାଉଛି, ଦଳୀୟ ବିଧାୟକ ଓ ଅନ୍ୟ ନେତାଙ୍କ ସହ ଆଲୋଚନା ପରେ ଏମିତି ମନ୍ତବ୍ୟ ଦେଇଛନ୍ତି ଶରଦ ପାୱାର । ନିଜ ନାଁକୁ ଗୋପନ ରଖି ବିଧାୟକ ଜଣକ କହିଛନ୍ତି, ସିନ୍ଦେଙ୍କ ସହ ଥିବା ବିଦ୍ରୋହୀ ବିଧାୟକ ଖୁସି ନାହାନ୍ତି । ବିଭାଗ ବଣ୍ଟାଯିବା ପରେ ହିଁ ଅସଲି ବିଦ୍ରୋହ ଆରମ୍ଭ ହେବ । ଯାହାଦ୍ୱାରା ସିନ୍ଦେ ସରକାର ନିଶ୍ଚୟ ଭାଙ୍ଗିବ । ଏପରିକି ବିଦ୍ରୋହୀ ବିଧାୟକ ପୁଣିଥରେ ଦଳକୁ ଫେରିବେ ବୋଲି କହିଛନ୍ତି ପାୱାର ।

Advertisment

କେବଳ ଏତିକି ନୁହେଁ ବରଂ ଶରଦ ଆହୁରି ମଧ୍ୟ କହିଛନ୍ତି, ଦଳୀୟ ନେତାମାନେ ବର୍ତ୍ତମାନ ନିଜନିଜ ନିର୍ବାଚନମଣ୍ଡଳୀରେ ଅଧିକ ସମୟ ବିତାନ୍ତୁ । ଯାହାଦ୍ୱାରା ଲୋକମାନେ ନେତାଙ୍କୁ ନିଜ ଅସୁବିଧା ସମ୍ପର୍କରେ କହିପାରିବେ ଏବଂ ଆଗାମୀ ଦିନରେ ହେବାକୁ ଥିବା ନିର୍ବାଚନରେ ନେତାଙ୍କୁ ଭୋଟ୍‌ ଦେବେ । ଶରଦ କାହିଁକି ଏମିତି ବୟାନ ଦେଲେ ତାହାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା।

ସେପଟେ ଗତକାଲି ମହାରାଷ୍ଟ୍ରକୁ ନେଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ମଧ୍ୟ ବିବାଦୀୟ ବୟାନ ଦେଇଥିଲେ। କହିଥିଲେ, ଏଇଟା ମହାରାଷ୍ଟ୍ର ନୁହେଁ ତେଲେଙ୍ଗାନା। ମୋ ସହ ଲାଗିବ ତ କେନ୍ଦ୍ର ସରକାର ହିଁ ଭାଙ୍ଗିଦେବି। ଆଉ କେସିଆରଙ୍କ ମନ୍ତବ୍ୟକୁ ନେଇ ପୂରା ଦେଶରେ ଚର୍ଚ୍ଚା ଜୋର ଧରିଥିଲା । ଆଉ ଏବେ ଶରଦଙ୍କ ବୟାନକୁ ବି ଆରମ୍ଭ ହୋଇଯାଇଛି ଚର୍ଚ୍ଚା ।

Advertisment
Sharad Pawar Special Story Maharashtra Political Crisis
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ