Advertisment

ଭାଇ ସହିଦ ହେବା ପରେ ପ୍ରତିମୂର୍ତ୍ତୀ ହାତରେ ରାକ୍ଷୀ ବାନ୍ଧୁଛି ଭଉଣୀ

ଭାଇ ସିନା ନାହିଁ..ହେଲେ ଭଉଣୀ ମନ ମାନୁନି। ସୀମାରେ ସହିଦ ହୋଇଯାଇଥବା ଭାଇର ପ୍ରତିମୂର୍ତ୍ତିରେ ରାକ୍ଷୀ ବାନ୍ଧିବା ପରେ ଏମିତି ଭୋ ଭୋ କାନ୍ଦିଲା ଭଉଣୀ। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଫଟୋ। ୟୁଜର୍ସ କହୁଛନ୍ତି..ସବୁ ଭାଇଙ୍କୁ ମିଳୁ ଏମିତି ଭଉଣୀ..

ଅଦ୍ୟତନ ହୋଇଛି
Rakhshya Bandhan

Rakhshya Bandhan

Advertisment

ରାକ୍ଷୀ ପୂର୍ଣ୍ଣିମା ହେଉଛି ଶ୍ରଦ୍ଧା ଓ ସ୍ନେହ ପର୍ବ । ପ୍ରତିବର୍ଷ ଭାଇର ହାତରେ ରାକ୍ଷୀ ବାନ୍ଧିବାକୁ ଏଇ ଦିନ ସତେ ଯେମିତି ଅନେଇ ବସିଥାଆନ୍ତି ସବୁ ଭଉଣୀ । ଆଉ ଭଉଣୀର ସ୍ନେହ ଓ ଶ୍ରଦ୍ଧାର ଡୋରକୁ ନିଜ ହାତରେ ବାନ୍ଧିବା ପାଇଁ କାହିଁ କେତେ ଦୂରରୁ ଘରକୁ ଦଉଡ଼ିଆସିଥାଏ ଭାଇ ।

Advertisment

ସୋସିଆଲ ମିଡିଆରେ ଭାଇକୁ ଭଉଣୀ ରାକ୍ଷୀ ବାନ୍ଧୁଥିବାର ଏକ ଫଟୋ ବେଶ୍‌ ଭାଇରାଲ ହେବାରେ ଲାଗିଛି । ଭାଇ ହାତରେ ରାକ୍ଷୀ ବାନ୍ଧୁଛି ଭଉଣୀ । ଆପଣମାନେ ବି ଦେଖିଲେ କହିବେ ସବୁ ଭଉଣୀମାନେ ନିଜ ଭାଇ ହାତରେ ତ ରାକ୍ଷୀ ବାନ୍ଧନ୍ତି । କିନ୍ତୁ ଏଥିରେ ନୂଆ କଣ? ନୂଆ କଥା ହେଉଛି ଭଉଣୀ ପାଖରେ ତା ଭାଇ ଆଉ ଜୀବିତ ନାହିଁ । ସେ ଏକଥାକୁ ବେଶ ଭଲରେ ଜାଣିଛି । ହେଲେ ବିଶ୍ୱାସ କରିପାରୁନି କି ତା ଭାଇ ଆଉ ତା ପାଖରେ ନାହିଁ ।

ଭାଇ ହାତରେ ରାକ୍ଷୀ ବାନ୍ଧିବା ବେଳେ ସିମେଣ୍ଟ ପ୍ରତିମୂର୍ତ୍ତିକୁ ଧରି ଭୋ ଭୋ ହୋଇ କାନ୍ଦୁଛି । ଆଉ ଏହି ସମୟର ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଫଟୋ ଗୁଡ଼ିକୁ ଯିଏ ଦେଖୁଛି ତାହା ଆଖି ବି ଲୁହରେ ଛଳଛଳ ହୋଇଯାଉଛି । କାରଣ ଭାଇ ଚାଲିଯିବା ପରେ ବି ଭାଇର ସିମେଣ୍ଟ ପ୍ରତିମୂର୍ତ୍ତିରେ ରାକ୍ଷୀ ବାନ୍ଧୁଛି ଭାଇ ।

Advertisment

ସିମେଣ୍ଟରେ ତିଆରି ହୋଇଥିବା ଭାଇର ପ୍ରତିମୂର୍ତ୍ତି ହାତରେ ରାକ୍ଷୀ ବାନ୍ଧୁଛି ଭଉଣୀ । ଆଉ ଏ ଦୃଶ୍ୟ ଦେଖିବାକୁ ମିଳିଛି ସୁଦୂର ରାଜସ୍ଥାନରେ। ମହିଳା ଜଣକ ତାଙ୍କ ଭାଇ ଗଣପତରାମ କାଡୱାସରାଙ୍କ ରାକ୍ଷୀ ବାନ୍ଧୁଥିବାର ଦେଖିବାକି ମିଳିଛି । ଗଣପତରାମ ଜମ୍ମୁ ଓ କଶ୍ମୀରରେ ଶତ୍ରୁମାନଙ୍କ ସହିତ ଲଢ଼େଇ କରିବା ବେଳେ କାଡ଼ୱାସ୍‌ରାରେ ସହିଦ ହୋଇଯାଇଥିଲେ । ଆଉ ସେହି ଦିନଠାରୁ ଏମିତି ଭାଇର ପ୍ରତିମୂର୍ତ୍ତିରେ ଯାଇ ରାକ୍ଷୀ ବାନ୍ଧୁଛି ଭଉଣୀ ।

ସୋସିଆଲ ମିଡ଼ିଆରେ ଏହି ଫଟୋକୁ ସେୟାର କରିଥିବା ୟୁଜର୍ସ ଜଣକ ଲେଖିଛନ୍ତି ଯେ, 'ଭାଇ ଓ ଭଉଣୀଙ୍କ ସ୍ନେହ ଓ ଶ୍ରଦ୍ଧାର ପର୍ବ ହେଉଛି ରାକ୍ଷୀ। ପ୍ରତିବର୍ଷ ଏଇ ଦିନକୁ ଆମେ ସମସ୍ତେ ଅପେକ୍ଷା କରିଥାଆନ୍ତି । କିନ୍ତୁ ଏ ଭଉଣୀ ଜଣକ ପାଖରେ ରାକ୍ଷୀ ପରି ଦିନରେ ତାଙ୍କ ଭାଇ ନାହାନ୍ତି । ଏ କଷ୍ଟ ମୁଁ ବୁଝିପାରୁଛି। ହେଲେ କିଛି କରିପାରୁନି । କିନ୍ତୁ ଭଉଣୀ ଆପଣଙ୍କ ସ୍ନେହ ଓ ଶ୍ରଦ୍ଧାରେ ଦେଖିଲେ ଆମକୁ ବି ଇର୍ଷା ଲାଗୁଛି । ଆଉ ଭଗବାନଙ୍କ ପ୍ରାର୍ଥନା କରୁଛି, ସବୁ ଭାଇଙ୍କୁ ଆପଣଙ୍କ ପରି ଭଉଣୀଟିଏ ମିଳୁ'।

Advertisment

ସତରେ ଭାଇ ସିନା ଆଜି ଏ ଭଉଣୀ ଜଣକଙ୍କ ପାଖରେ ନାହାନ୍ତି । କିନ୍ତୁ ସିଏ ଯୋଉଠି ବି ଥିବେ ନିଶ୍ଚୟ ଆଜି ଏ ଦୃଶ୍ୟ ଦେଖି ଖୁସି ହେଉଥିବେ। 

Martyred Brother Girl Ties Rakhi Special Story Rakhshya Bandhan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ