Advertisment

୨୪ ବର୍ଷର ସଂଘର୍ଷ ପରେ ମିଳିଲା ସଫଳତା; ଦିନେ ଭିକ ମାଗୁଥିଲେ, ଏବେ ଶିକ୍ଷକତା କରିବେ

ଭିକ୍ଷା ମାଗି ଚଳୁଥିଲେ, ଏବେ ସେ ଶିକ୍ଷକତା କରିବେ। ଦୀର୍ଘ ୨୪ ବର୍ଷର ସଂଘର୍ଷ ପରେ ଶେଷରେ ତାଙ୍କ ଜିଦ୍ ରହିଲା। ତେବେ ଚାକିରି ଏମିତି ବୟସରେ ମିଳିଲା ଯେ, ଆଉ ମାତ୍ର ବର୍ଷେ ଦୁଇବର୍ଷ ପରେ ସେ ରିଟାୟାର୍ଡ ହେଇଯିବେ। କଥାଟା ଟିକେ ଅଡୁଆ ଲାଗୁଛି, କିନ୍ତୁ ଏ ଭିଡିଓ ଦେଖିଲେ ଆପଣ କ୍ଲିୟର ହେଇଯିବେ।

ଅଦ୍ୟତନ ହୋଇଛି
Beggar Became Govt Teacher

Beggar Became Govt Teacher

Advertisment

ଭିକାରୀ ପାଇଲେ ଶିକ୍ଷକ ଚାକିରି । ହୁଏତ ଏହି ଘଟଣା ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବେ ଆଉ କହିବେ ଜଣେ ଭିକାରୀ କେମିତି ଚାକିରି ପାଇଲେ?  ଆଶ୍ଚର୍ଯ୍ୟ ଲାଗିଲେ ବି ସତ ଯେ, ଜଣେ ଭିକାରୀ ଏବେ ଶିକ୍ଷକ ଚାକିରି ପାଇଛନ୍ତି । ଯାହାକୁ ନେଇ ଏବେ ପୂରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଖାଲି ଏତିକି ନୁହେଁ ବରଂ ଚାକିରି ପଛରେ ଯେଉଁ ସତ୍ୟତା ଲୁଚି ରହିଛି ତାହା ଜାଣିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ ।

Advertisment

ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମର ଆଲାକା କେଦାରଶ୍ୱର । ବୟସ ୫୫ ହେଲାଣି, ବିଇଡ଼ି ପାସ୍‌ କରିଥିବା କେଦାର ୧୯୯୬ରେ ଶିକ୍ଷକତା କରିବା ପାଇଁ ଆବେଦନ କରିଥିଲେ କିନ୍ତୁ ସଫଳ ହୋଇନଥିଲେ । ପରେ ପୁଣି ୨ ବର୍ଷ ପରେ ଅର୍ଥାତ୍‌ ୧୯୯୮ରେ ଶିକ୍ଷକତା ପାଇଁ ଆବେଦନ କରିଥିଲେ ଏବଂ ସଫଳ ମଧ୍ୟ ହୋଇଥିଲେ। କିନ୍ତୁ ବିବାଦ ଘେରକୁ ଆସିବା ପରେ କୋର୍ଟରେ ଏନେଇ ମାମଲା ଦାୟର ହୋଇଥିଲା। ଆଉ ଶିକ୍ଷକତା କରିବା ଆଶା କେଦାରଙ୍କର ମୌଳି ଯାଇଥିଲା ।

ଶିକ୍ଷକତା ଚାକିରି କରିବା ଆଶା ରଖିଥିବା କେଦାର କିନ୍ତୁ ଅଦାଲତି ଧନ୍ଦାରେ ଛନ୍ଦି ହୋଇ ରହିଲେନି ବରଂ ପରିବାର ପ୍ରତିପୋଷଣ କରିବା ପାଇଁ ଶାଢୀ ବ୍ୟବସାୟ ଆରମ୍ଭ କରିଥିଲେ । ହେଲେ ଭାଗ୍ୟ କିନ୍ତୁ ଏଥିରେ ବି ତାଙ୍କର ସାଥ୍‌ ଦେଲାନି। ପରିବାର ଚଳାଇବା ଲାଗି ଶେଷରେ ଭିକ୍ଷାବୃତ୍ତି କରିବାକୁ ନିଷ୍ପତ୍ତି ନେଲେ କେଦାର । ଆଉ ସେଥିରୁ ଯେତିକି ଟଙ୍କା ରୋଜଗାର ହୁଏ ସେତିକିରେ ପୂରା ପରିବାର ଚଳେ ।

Advertisment

ହେଲେ ବର୍ତ୍ତମାନ ସମୟ ବଦଳିଛି, ୯୮ ମସିହାରେ କେଦାର ଦେଖିଥିବା ସ୍ୱପ୍ନ ୨୪ ବର୍ଷ ପରେ ପୂରଣ ହୋଇଛି । କାରଣ ଆନ୍ଧ୍ର କୋର୍ଟ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶ ଅନୁସାରେ ୯୮ ମସିହାରେ ଯେଉଁମାନେ ଶିକ୍ଷକତା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ, ସେମାନଙ୍କୁ ଏବେ ନିଯୁକ୍ତି ଦେବେ ସରକାର । ଆଉ ପ୍ରକାଶ ପାଇଥିବା ତାଲିକାରେ କେଦାରଙ୍କ ନାଁ ବି ସାମିଲ ଥିଲା । ହେଲେ ଏନେଇ କିନ୍ତୁ କେଦାନଙ୍କ ପାଖରେ କୌଣସି ଖବର ନଥିଲା।

କେଦାରଙ୍କ ନିଯୁକ୍ତି ସମ୍ପର୍କରେ ଗାଁର କିଛି ଯୁବକ ତାଙ୍କୁ ଜଣାଇଥିଲେ। ହେଲେ ୨୪ ବର୍ଷର ଏ ସତକୁ କିନ୍ତୁ ବିଶ୍ୱାସ କରିପାରିନଥିଲେ କେଦାର । ହେଲେ କେଦାରଙ୍କୁ କିନ୍ତୁ ଗାଁ ଯୁବକମାନେ ସମ୍ମାନିତ କରିବା ସହ ଏକ ସ୍ମାର୍ଟ ଫୋନ୍‌ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା ଦେଇଛନ୍ତି । ହେଲେ ମୂଳରୁ ଚାକିରି କରିନଥିବା କେଦାର କିନ୍ତୁ ଆଉ ୬ ବର୍ଷ ପରେ ଅବସର ନେବେ।

Advertisment

ତେବେ କେଦାର ବର୍ତ୍ତମାନ ଚାକିରି ପାଇଥିବାରୁ ସେ ନିଜେ ଏବଂ ପୂରା ପରିବାର ବେଶ୍‌ ଖୁସିରେ ଅଛନ୍ତି । ସତରେ ଭାଗ୍ୟ ଯେ କେତେବଳେ ପରିବର୍ତ୍ତନ ହେବ ତାହା କହିହେବନି । ବୋଧହୁଏ ଏହା ହେଉଛି ତାହାର ଶ୍ରେଷ୍ଠ ଉଦାହରଣ ।

ନାରାୟଣପାଟଣାରୁ ଗୋବିନ୍ଦ ରାଜ ସୁବୁଦ୍ଧିଙ୍କ ରିପୋର୍ଟ, ଓଟିଭି

Special Story Beggar Became Govt Teacher
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ