Maternity Leave
କେନ୍ଦ୍ରର ସରକାରଙ୍କ ବଡ଼ ନିଷ୍ପତ୍ତି । ପିଲା ମରିଗଲେ ମାଆଙ୍କୁ ମିଳିବ ଦୁଇ ମାସର ଛୁଟି । ନିର୍ଦ୍ଦେଶନାମା ଜାରି କଲେ କେନ୍ଦ୍ର ସରକାର । ମୃତ ପିଲା ଜନ୍ମ ହେଲେ ମାଆଙ୍କୁ ମିଳିବ ଅଧିକ ୨ ମାସର ଛୁଟି । ଏନେଇ ବିଧିବଦ୍ଧ ଭାବରେ ନିର୍ଦ୍ଦେଶନାମା ଜାରି କରିଛନ୍ତି କେନ୍ଦ୍ର ସରକାର ।
କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ, ମହିଳା କର୍ମଚାରୀଙ୍କ ପ୍ରସବ ସମୟରେ ବା ପ୍ରସବର କିଛି ଦିନ ମଧ୍ୟରେ ତାଙ୍କ ପିଲାର ଯଦି ମୃତ୍ୟୁ ହୋଇଯାଏ, ତେବେ ସଂପୃକ୍ତ ମହିଳା କର୍ମଚାରୀଙ୍କୁ ୬୦ ଦିନ ଛୁଟି ମିଳିବ । ଅନେକ ସମୟରେ ଦେଖାଯାଉଛି କି ଶିଶୁ ଜନ୍ମ ହେବା ସମୟରେ କିମ୍ବା ଜନ୍ମ ହେବା ପରେ ଶିଶୁର ମୃତ୍ୟୁ ହେଉଛି । ଆଉ ପିଲାର ମୃତ୍ୟୁ ପରେ ଅନେକ ସମସ୍ୟାର ସାମ୍ନା କରୁଛି ମାଆ । ତେଣୁ ମହିଳାଙ୍କ ଭାବନାତ୍ମକ ଆଘାତକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନେଇଛି କେନ୍ଦ୍ର ।
କୁହାଯାଇଛି କି, ଏଭଳି ଘଟଣାରେ ସଂପୃକ୍ତ ମାଆଙ୍କର ମାନସିକ ସ୍ଥିତି ଉପରେ ଗଭୀର ପ୍ରଭାବ ପଡିଥାଏ । ତେଣୁ ଏହି ସମୟରେ ସମ୍ପୃକ୍ତ ମହିଳା ଅଫିସ ଆସି କାମ କରିବା ସମ୍ଭବ ନୁହେଁ । ଡିଓପିଟି ବା Department of Personnel and Training ପକ୍ଷରୁ କୁହାଯାଇଛି ଯେ, ଅନେକ ସମୟରେ ଏମିତି ମାମଲା ସାମ୍ନାକୁ ଆସିବା ପରେ ସରକାର ଏନେଇ ବିଚାର ବିମର୍ଷ କରିଥିଲେ । ଯଦି ଶିଶୁ ମୃତ୍ୟୁ ହୁଏ ତେବେ ୨ ମାସର ସ୍ୱତନ୍ତ୍ର ମ୍ୟାଟରନିଟି ଲିଭ୍ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।
କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଜଣେ ମହିଳା କର୍ମଚାରୀ ମାତୃତ୍ୱ ଛୁଟି ନେଇସାରିଛନ୍ତି ଏବଂ ଏହାପରେ ଯଦି ତାଙ୍କ ପିଲାର କୌଣସି କାରଣରୁ ଜନ୍ମରୁ ୨୮ ଦିନ ମଧ୍ୟରେ ମୃତ୍ୟୁ ହୁଏ, ତେବେ ତାଙ୍କୁ ୨ ମାସର ଛୁଟି ମିଳିବ । ତେବେ ଏହି ସୂଚନା ମିଳିବା ପରେ ମହିଳାମାନେ ଏହାକୁ ସ୍ୱାଗତ କରିଥିବା କୁହାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1662278810.jpg)